ନୂଆପଡା: ସକାଳ ୭ଟାରୁ ଭୋଟିଂ ଆର

ନୂଆପଡା: ଆଜି ଭୋଟ ଦେଉଛନ୍ତି ନୂଆପଡାବାସୀ । କଡା ସୁରକ୍ଷା ମଧ୍ୟରେ ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇଛି । ମୋଟ ୩୫୮ବୁଥରେ ଚାଲିଛି ମତଦାନ। ୩୧୧ଟି ବୁଥରେ ସନ୍ଧ୍ୟା ୫ଟା ପର୍ୟ୍ୟନ୍ତ ମତଦାନ ଅନୁଷ୍ଠିତ ହେବ । ଅନ୍ୟ ୪୭ଟି ବୁଥେୀ ସକାଳ ୭ଟାରୁ ଅପରାହ୍ନ ୪ଟା ଯାଏଁ ଚାଲିବ ଭୋଟିଂ। ଆଜି ୧୪ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ନୂଆପଡା ବାସୀ । ୩୫୮ବୁଥରେ ମତଦାନ ସାବ୍ୟସ୍ତ କରିବେ ୨ଲକ୍ଷ ୫୩ହଜାର ୬୨୪ଭୋଟର ।

କଡ଼ା ସୁରକ୍ଷା ଭିତରେ ବୁଥ୍‌କୁ ଯାଇଛି ଇଭିଏମ୍ । ବିଶେଷକରି ଦୁର୍ଗମ ଅଞ୍ଚଳରେ ନିର୍ବାଚନ ଶାନ୍ତିଶୃଙ୍ଖଳାର ସହ ସାରିବାକୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ବାୟୁସେନାର ସ୍ବତନ୍ତ୍ର ହେଲିକପ୍ଟର ଜରିଆରେ ପୋଲିଂ ଅଧିକାରୀ ସୁନାବେଡ଼ା ଅଭୟାରଣ୍ୟ ଭିତରେ ଥିବା ବୁଥକୁ ଯାଇଛନ୍ତି । ସୁନାବେଡ଼ାରେ ମାଓପ୍ରବଣ ୮ଟି ବୁଥ୍ ରହିଛି । ଏହିସବୁ ବୁଥକୁ ପୋଲିଂ ପାର୍ଟିଙ୍କୁ ନେବାକୁ ବାୟୁସେନାର ସ୍ବତନ୍ତ୍ର ହେଲିକପ୍ଟରର ବ୍ୟବସ୍ଥା କରାଯାଇଛି ।
ନୂଆପଡ଼ା ଏନଏସିରେ ୧୭ଟି, ଖରିଆର ରୋଡ଼ ଏନଏସିରେ ୧୯ଟି, ନୂଆପଡ଼ା ବ୍ଲକରେ ୧୫୭ ଓ କୋମନା ବ୍ଲକରେ ୧୬୫ଟି ବୁଥ୍ ୬ଟି ପିଙ୍କ ବୁଥ୍ କରାଯାଇଛି । ସମସ୍ତ ବୁଥରେ ୱେବ କାଷ୍ଟିଂ ବ୍ୟବସ୍ଥା ହୋଇଥିବା ବେଳେ ପାନୀୟ ଜଳ ଓ ଅନ୍ୟାନ ସୁବିଧା ସୁଯୋଗର ବ୍ୟବସ୍ଥା ହୋଇଛି । ନିର୍ବାଚନକୁ ଶାନ୍ତିଶୃଙ୍ଖଳା ସହ ସମାପନ କରିବାକୁ ଜଣେ ଏସପି ଓ ଅତିରିକ୍ତ ଏସପି, ୬ଜଣ ଡିଏସପି, ୯ଇନ୍ସପେକ୍ଟର, ୧୫୧ ଏସଆଇ ଓ ଏଏସଆଇ, ୧୦୩ ହାବିଲଦାର, ୪୭୭ଜଣ କନେଷ୍ଟବଲ, ୧୫୯ ଏପିଆର କନେଷ୍ଟବଲ, ୩୭ ଓଏପିଏଫ, ୨୮୭ଜଣ ଗୃହରକ୍ଷୀ ସମେତ ସିଏପିଏଫ ୧୪ କମ୍ପାନି, ଏସଏପି ୬ପ୍ଲାଟୁନ ୨ସେକ୍ସନ ଯବାନ ନିୟୋଜିତ ହୋଇଛନ୍ତି ।

  • Related Posts

    ୧୬୯ ଜନଜାତି ଗୋଷ୍ଠୀକୁ ST ମାନ୍ୟତା ଦାବି ଦୋହରାଇଲେ ନବୀନ

    ଭୁବନେଶ୍ୱର: ଓଡ଼ିଶାର ୧୬୯ଟି ଜନଜାତି ଗୋଷ୍ଠୀକୁ ଅନୁସୂଚିତ ଜନଜାତି (ST) ତାଲିକାରେ ସାମିଲ କରିବା ଦାବି ଦୋହରାଇଛନ୍ତି ବିଜୁ ଜନତା ଦଳ (ବିଜେଡି) ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଏହି ଦାବି ହାସଲ ପାଇଁ ବିଜେଡିର ଉଦ୍ୟମ…

    Continue reading
    ଆଦିବାସୀମାନଙ୍କ ଉନ୍ନତି ସାଧିତ କରିବା ବିଜୁ ଜନତା ଦଳର ଲକ୍ଷ୍ୟ: ବିଜେଡି

    ଭୁବନେଶ୍ୱର: ଜନଜାତିଙ୍କ ସଂସ୍କୃତି ଓ ପରମ୍ପରାକୁ ସମ୍ମାନ ଜଣାଇ ବିଜୁ ଜନତା ଦଳ ପକ୍ଷରୁ ଶଙ୍ଖ ଭବନରେ ବିଶ୍ୱ ଆଦିବାସୀ ଦିବସ ଏବଂ ମହାନ କ୍ରାନ୍ତି ଦିବସ ପାଳିତ ହୋଇଯାଇଛି । ବିଜୁ ଜନତା ଦଳର ଆଦିବାସୀ ସେଲ୍ର ଆବାହକତ୍ୱରେ ଆୟୋଜିତ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ