ନେତାନ୍ୟାହୁଙ୍କୁ ଗାଳିଗୁଲଜ ସହ କଡ଼ା ଚେତାବନୀ ଦେଲେ ଟ୍ରମ୍ପ

ୱାଶିଂଟନ/ତେଲ୍ ଆଭିଭ୍: ଲେବାନନରେ ଇସ୍ରାଏଲ୍ ପକ୍ଷରୁ ଚାଲିଥିବା ପ୍ରତିଶୋଧମୂଳକ ସେନା ଅପରେସନ ଏବଂ ବେରୁତ ଉପରେ ହୋଇଥିବା ବ୍ୟାପକ ଏୟାରଷ୍ଟ୍ରାଇକକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ମଧ୍ୟରେ ତିକ୍ତତା ପ୍ରକାଶ ପାଇଛି। ଏକ ଗୁପ୍ତ ଫୋନ୍ କଲ୍ ସମୟରେ ଟ୍ରମ୍ପ ଅତ୍ୟନ୍ତ ଉତକ୍ଷିପ୍ତ ହୋଇ ନେତାନ୍ୟାହୁଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ତୀବ୍ର ଭର୍ତ୍ସନା କରିଥିବା ଆକ୍ସିଓସ୍ ରିପୋର୍ଟରୁ ଜଣାପଡ଼ିଛି। ଟ୍ରମ୍ପ ଅଭିଯୋଗ କରିଛନ୍ତି ଯେ ନେତନ୍ୟାହୁ ନିଜର ଏହି ଦାୟିତ୍ୱହୀନ କାର୍ଯ୍ୟକଳାପ ଯୋଗୁଁ ଇସ୍ରାଏଲକୁ ବିଶ୍ୱ ସ୍ତରରେ ସମ୍ପୂର୍ଣ୍ଣ ଏକଘରକିଆ କରୁଛନ୍ତି ଏବଂ ଇରାନ ସହିତ ୱାଶିଂଟନ ଚଳାଇଥିବା ସମ୍ବେଦନଶୀଳ କୂଟନୈତିକ ଆଲୋଚନାକୁ ବିପଦରେ ପକାଉଛନ୍ତି। ଉତ୍ତ୍ୟକ୍ତ ଟ୍ରମ୍ପ ଫୋନରେ ଚିତ୍କାର କରି କହିଥିଲେ, ତୁମେ ସମ୍ପୂର୍ଣ୍ଣ ପାଗଳ ହୋଇଯାଇଛ, ଯଦି ମୁଁ ନଥାନ୍ତି ତେବେ ତୁମେ ଏବେ ଜେଲରେ ଥାଆନ୍ତ। ମୁଁ ତୁମକୁ ସୁରକ୍ଷା ଦେଇ ଆସୁଛି, କିନ୍ତୁ ଏବେ ଏହି ଆକ୍ରମଣ ଯୋଗୁଁ ସମସ୍ତେ ତୁମକୁ ଓ ଇସ୍ରାଏଲକୁ ଘୃଣା କରୁଛନ୍ତି।
ବାସ୍ତବରେ, ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ ଇସ୍ରାଏଲ କାଟ୍ଜ ଏବଂ ନେତାନ୍ୟାହୁଙ୍କ ନିର୍ଦ୍ଦେଶରେ ବେରୁତର ହିଜବୁଲ୍ଲା ନିୟନ୍ତ୍ରିତ ଅଞ୍ଚଳରେ ବଡ଼ ଧରଣର ଆକ୍ରମଣ କରାଯିବା ପରେ ଏହି ବିବାଦ ସୃଷ୍ଟି ହୋଇଛି। ହିଜବୁଲ୍ଲାକୁ ସମର୍ଥନ କରୁଥିବା ଇରାନ ଚେତାବନୀ ଦେଇଥିଲା ଯେ, ଯଦି ଇସ୍ରାଏଲ ନିଜର ଆକ୍ରମଣ ବନ୍ଦ ନକରେ, ତେବେ ଆମେରିକା ସହ ଚାଲିଥିବା ଶାନ୍ତି ଆଲୋଚନା ସମ୍ପୂର୍ଣ୍ଣ ଭୁଷୁଡ଼ି ପଡ଼ିବ। ଟ୍ରମ୍ପ ଲେବାନନରେ ସାଧାରଣ ନାଗରିକଙ୍କ ମୃତ୍ୟୁ ଏବଂ ହେଜବୁଲ୍ଲା କମାଣ୍ଡରମାନଙ୍କୁ ଟାର୍ଗେଟ କରି କରାଯାଉଥିବା ଅତିରିକ୍ତ ଆକ୍ରମଣକୁ ନେଇ କ୍ଷୋଭ ପ୍ରକାଶ କରିଥିଲେ। ତେବେ ଟ୍ରମ୍ପଙ୍କ ଏହି କଡ଼ା ଚେତାବନୀର ତତ୍କାଳ ପ୍ରଭାବ ଦେଖିବାକୁ ମିଳିଛି ଏବଂ ବେରୁତ ଅଭିମୁଖେ ଯାଉଥିବା ଇସ୍ରାଏଲୀ ସୈନ୍ୟଙ୍କୁ ପଛକୁ ଫେରାଇ ଅଣାଯାଇଛି। ଟ୍ରମ୍ପ ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମ ”ଟ୍ରୁଥ୍ ସୋସିଆଲ”ରେ ଲେଖିଛନ୍ତି ଯେ, ନେତନ୍ୟାହୁଙ୍କ ସହ ତାଙ୍କର ସଫଳ ଆଲୋଚନା ହୋଇଛି ଏବଂ ବେରୁତକୁ କୌଣସି ସୈନ୍ୟ ଯିବେ ନାହିଁ, ଏଥିସହ ମଧ୍ୟସ୍ଥିଙ୍କ ଜରିଆରେ ହିଜବୁଲ୍ଲା ମଧ୍ୟ ଆକ୍ରମଣ ବନ୍ଦ କରିବାକୁ ରାଜି ହୋଇଛି ।

  • Related Posts

    ଦିଲ୍ଲୀ ହୋଟେଲ ନିଆଁରେ ୨୧ ମୃତ

    ଦକ୍ଷିଣ ଦିଲ୍ଲୀର ମାଲବୀୟ ନଗରର ଗୋଟିଏ ହୋଟେଲରେ ଘଟିଥିବା ଭୟଙ୍କ ଅଗ୍ନିକାଣ୍ଡ ୨୧ ଜଣଙ୍କ ଜୀବନ ନେଇଛି। ସେହିପରି ୪୦ ଜଣଙ୍କୁ ଉଦ୍ଧାର କରାଯାଇଛି। ଅଗ୍ନିକାଣ୍ଡରେ ଆହତ ହୋଇଥିବା ୮ ଜଣ ଏବେ ଭେଣ୍ଟିଲେଟରରେ ଚିକିତ୍ସିତ ହେଉଛନ୍ତି। ମୃତାହତଙ୍କ ମଧ୍ୟରେ ରହିଛନ୍ତି…

    Continue reading
    କର୍ଣ୍ଣାଟକରେ ଶିବକୁମାର ସରକାର: ନୂଆ ମୁଖ୍ୟମନ୍ତ୍ରୀ ଭାବେ ନେଲେ ଶପଥ

    ବେଙ୍ଗାଲୁରୁ: କର୍ଣ୍ଣାଟକରେ ଶିବକୁମାର ସରକାର । ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଡିକେ ଶିବକୁମାର । ବେଙ୍ଗାଲୁରୁ ଲୋକସେବା ଭବନରେ ତାଙ୍କୁ ପଦ ଗୋପନୀୟତାର ଶପଥ ପାଠ କରାଇଲେ ରାଜ୍ୟପାଳ ଥଓ୍ବାରଚାନ୍ଦ ଗେହଲଟ୍ । ସେହିପରି କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଭାବେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ