ନୋବେଲ ପୁରସ୍କାର ବିଜେତା ପ୍ରଫେସର ମାଇକେଲ କ୍ରେମରଙ୍କ କୃଷି ଭବନ ପରିଦର୍ଶନ

ଭୁବନେଶ୍ୱର: ଚିକାଗୋ ବିଶ୍ୱବିଦ୍ୟାଳୟର ନୋବେଲ ପୁରସ୍କାର ବିଜେତା ପ୍ରଫେସର ମାଇକେଲ କ୍ରେମର ଏବଂ ତାଙ୍କର ୧୨ ଜଣିଆ ଦଳ ୩୦ ଅଗଷ୍ଟ ୨୦୨୫ ରେ କୃଷି ଭବନ ପରିଦର୍ଶନ କରିଛନ୍ତି l ରାଜ୍ୟର ଚାଷୀ ସମାଜ ମଧ୍ୟରେ ପାଣିପାଗ ପୂର୍ବାନୁମାନ ପ୍ରସାରଣ ଏବଂ ଏହାର ଆବଶ୍ୟକତା, ବୈଧତା ଏବଂ ଗ୍ରହଣୀୟତା ବିଷୟରେ ଆଲୋଚନା କରିବା ପାଇଁ କୃଷି ଭବନରେ ଏକ ବୈଠକର ଆୟୋଜନ କରାଯାଇଥିଲା। କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢୀଙ୍କ ଉପସ୍ଥିତିରେ କୃଷି ଭବନ ସମ୍ମିଳନୀ କକ୍ଷରେ, ପ୍ରଫେସର କ୍ରେମର କୃଷି ସମୃଦ୍ଧି ହେଲ୍ପଲାଇନ(KSH) ର ଭୂୟସୀ ପ୍ରଶଂସା କରିଥିଲେ । ଶ୍ରୀ କ୍ରେମର କହିଛନ୍ତି ଯେ, କୃଷି ସମୃଦ୍ଧି ହେଲ୍ପଳାଇନ ରାଜ୍ୟର ପ୍ରତ୍ଯେକ ଚାଷୀଙ୍କୁ ଜଳବାୟୁ ପ୍ରତିକୂଳ ପରିସ୍ଥିତିରୁ ତାଙ୍କ ଫସଲକୁ ରକ୍ଷା କରିବାରେ ସାହାଯ୍ୟ କରିବ। ବର୍ଷା, ତାପମାତ୍ରା ଏବଂ ଆର୍ଦ୍ରତାକୁ ବିଚାରକୁ ନେଇ କୃତ୍ରିମ ବୁଦ୍ଧିମତ୍ତା (AI) ଆଧାରିତ ପୂର୍ବାନୁମାନ ପ୍ରଚଳନ କରିବାକୁ ମଧ୍ୟ ମତ ଦେଇଥିଲେ ଏବଂ ଅସ୍ୱାଭାବିକ ପାଗ ଯୋଗୁଁ ଫସଲକୁ କ୍ଷତି ହେବାରୁ ରକ୍ଷା କରିବା ପାଇଁ ଏଆଇ କିପରି ସର୍ବୋତ୍ତମ ଭାବରେ, ସତର୍କତାମୂଳକ ଏବଂ ପ୍ରତିରୋଧକ ପଦକ୍ଷେପ ନେଇପାରିବ ସେ ବିଷୟରେ ଅବଗତ କରାଇଥିଲେ। ବିଭାଗ ଦ୍ଵାରା ପ୍ରଚଳିତ କୃଷି ସମୃଦ୍ଧି ହେଲ୍ପଳାଇନ ମଡେଲ ସହିତ ଏକ ବହୁବିଧ ପାଗ ପୂର୍ବାନୁମାନ ମଡେଲକୁ ସମନ୍ୱିତ କରିବା ସମୟର ଆବଶ୍ୟକତା ବୋଲି ସେ ଆଲୋକପାତ କରିଥିଲେ। ପ୍ରମୁଖ ଶାସନ ସଚିବ ବିଭାଗର ବିଭିନ୍ନ ଜଳବାୟୁ ଅନୁକୂଳ କୃଷି ଯୋଜନା ଯେପରିକି ବ୍ୟାପକ ଧାନ ଅମଳ ପରବର୍ତ୍ତୀ ପଡ଼ିଆ ଜମିର ପରିଚାଳନା ଏବଂ ମୃତ୍ତିକା-ଜୈବ ଅଙ୍ଗାରକୁ ବୃଦ୍ଧି କରିବାରେ ଏହାର ଲାଭ, ଫସଲ ବୀମା, କଷ୍ଟମାଇଜଡ୍ କୃଷି -ପରାମର୍ଶ, ଡିଜିଟାଲ ଫସଲ ସର୍ଭେ, କୃଷକ ରେଜିଷ୍ଟ୍ରି, କୃଷକ ଓଡ଼ିଶା ଡାଟା ବେସ୍, ଚାପ ସହନଶୀଳ ଫସଲ କିସମର ବ୍ୟବହାର, ଡିଜିଟାଲ ପଦ୍ଧତି ମାଧ୍ୟମରେ କୀଟପତଙ୍ଗ ନିରୀକ୍ଷଣ ତଥା ରାଜ୍ୟର କ୍ଷୁଦ୍ର ଏବଂ ନାମମାତ୍ର କୃଷକ ମାନଙ୍କ କଲ୍ୟାଣ ପାଇଁ କାର୍ଯ୍ୟ କରୁଥିବା ସରକାରଙ୍କ ସାମଗ୍ରିକ ଢାଞ୍ଚା ଉପରେ ଆଲୋକପାତ କରିଥିଲେ। ଡ. ପାଢୀ, ଓୟୁଏଟି ସହଯୋଗରେ ବିଭାଗ ଦ୍ୱାରା ପ୍ରସ୍ତୁତ ଆପାତକାଳୀନ ଯୋଜନା ବିଷୟରେ ସୂଚନା ଦେଇଥିଲେ, ଯାହା ରାଜ୍ୟରେ ପାଗ ପରିବର୍ତ୍ତନର କୁପରିଣାମକୁ ହ୍ରାସ କରିବା ପାଇଁ ଏକ ନିର୍ଭର ଯୋଗ୍ୟ ମାଧ୍ୟମ। ପ୍ରଫେସର କ୍ରେମର ବିଭାଗର ପଦକ୍ଷେପଗୁଡ଼ିକର ଉଚ୍ଚ ପ୍ରଶଂସା କରିଥିଲେ ଏବଂ ଜ୍ଞାନ ଏବଂ ବିଶେଷଜ୍ଞତାର ଉତ୍ପନ୍ନ-ଲାଭ ବାଣ୍ଟିବା ପାଇଁ ବିଭାଗ ସହିତ ଏକ ସହଭାଗିତା କାମନା କରିଥିଲେ। ଏହି ବୈଠକରେ, କୃଷି ଏବଂ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ, ଶ୍ରୀଯୁକ୍ତ ଶୁଭମ ସକ୍ସେନା , ନିର୍ଦ୍ଦେଶକ ମୃତ୍ତିକା ସଂରକ୍ଷଣ ଏବଂ ଜଳବିଭାଜିକା ଉନ୍ନୟନ, ଶ୍ରୀ ସୁବ୍ରତ ପଣ୍ଡା, ଅତିରିକ୍ତ ଶାସନ ସଚିବ ବରିଷ୍ଠ ବିଭାଗୀୟ ଅଧିକାରୀ, ଓୟୁଏଟିର ବୈଜ୍ଞାନିକ ଏବଂ ଜଳବାୟୁ ଅନୁଶୀଳନ କକ୍ଷ (CRC) ର ସଦସ୍ୟମାନେ ଉପସ୍ଥିତ ଥିଲେ।

  • Related Posts

    ୧.୭୯ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୯୯.୨୬ କୋଟି ଟଙ୍କା ସୁଧ ଫେରସ୍ତ

    ଓଡ଼ିଶାର ବିକାଶରେ ନେତୃତ୍ୱ ନେବେ ନାରୀଶକ୍ତି: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା • ୧୫,୫୨୬ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଆବର୍ତ୍ତନ ପାଣ୍ଠି, ୩୭୧ ଗ୍ରାମପଞ୍ଚାୟତ ସ୍ତରୀୟ ମହାସଂଘ ଗୋଷ୍ଠୀ ବିନିଯୋଗ ପାଣ୍ଠି ଓ ୬୦୫ ଆଞ୍ଚଳିକ ମହାସଂଘକୁ ନିରାପତ୍ତା ପାଣ୍ଠି ବାବଦକୁ ମୋଟ…

    Continue reading
    ଏସୀୟ କ୍ରୀଡ଼ା ସ୍ୱର୍ଣ୍ଣ ପଦକ ବିଜେତା ଅମିତ ରୋହିଦାସ ଓ ଶୀଳାନନ୍ଦ ଲାକ୍ରାଙ୍କୁ ସ୍ୱାଗତ କଲେ କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ

    ଭୁବନେଶ୍ୱର, ୦୬-୧୦-୨୬: ଜାପାନରେ ଆୟୋଜିତ ଏସୀୟ କ୍ରୀଡ଼ା ୨୦୨୬ରେ ସ୍ୱର୍ଣ୍ଣ ପଦକ ଜିତିବା ସହ ଲସ୍ ଆଞ୍ଜେଲସ୍ ଅଲମ୍ପିକ୍ସ (LA28) ପାଇଁ ଯୋଗ୍ୟତା ହାସଲ କରିଥିବା ଭାରତୀୟ ହକି ଟିମ୍‌ର ଓଡ଼ିଶା ତାରକା ଅମିତ ରୋହିଦାସ ଓ ଶୀଳାନନ୍ଦ ଲାକ୍ରା ଭୁବନେଶ୍ୱରରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ