ନ୍ୟାସନାଲ୍ ଜିଓଗ୍ରାଫିକ୍ ପତ୍ରିକାର ପ୍ରଚ୍ଛଦପୃଷ୍ଠାରେ ସ୍ଥାନିତ ହେଲା ଶିମିଳିପାଳର ବିରଳ କଳାବାଘ

ଭୁବନେଶ୍ୱର,୧୯.୦୯.୨୦୨୫: ବନ୍ୟପ୍ରାଣୀ ସମ୍ପର୍କିତ ଚମତ୍କାର କଥାବସ୍ତୁ ଓ ଚିତାକର୍ଷକ ଚିତ୍ର ପାଇଁ ସାରା ବିଶ୍ୱରେ ବିଶେଷ ଆଦୃତ ଲାଭ କରିଥିବା ନ୍ୟାସନାଲ୍ ଜିଓଗ୍ରାଫିକ୍ ପତ୍ରିକାର ଅକ୍ଟୋବର ସଂସ୍କରଣର ପ୍ରଚ୍ଛଦପୃଷ୍ଠାରେ ସ୍ଥାନିତ ହୋଇଛି ଶିମିଳିପାଳର ବିରଳ କଳାବାଘ । “The Tigers Who Changed Their Stripes” ଶୀର୍ଷକ କାହାଣୀଟି ଶିମିଳିପାଳ ଅଭୟାରଣ୍ୟର ବିରଳ କଳାବାଘ ଏବଂ ଓଡିଶା ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଦ୍ୱାରା ବାଘ ସ୍ଥାନାନ୍ତରଣ ପ୍ରକ୍ରିୟା ଉପରେ ପର୍ଯ୍ୟବେସିତ ଅଟେ । ନ୍ୟାସନାଲ୍ ଜିଓଗ୍ରାଫିକ୍ ଏକ୍ସପ୍ଲୋରର୍ ଓ ଫଟୋଗ୍ରାଫର୍ ଶ୍ରୀ ପ୍ରସେନଜିତ ଯାଦବ ଅନେକ ଦିନଧରି ଶିମିଳିପାଳର ଘନ ଜଙ୍ଗଲ ମଧ୍ୟରେ ବାଘମାନଙ୍କର ଗତିବିଧି ଲକ୍ଷ କରିବା ସହ ବିରଳ କଳାବାଘ ଉପରେ ନ୍ୟାସନାଲ୍ ଜିଓଗ୍ରାଫିକର ପ୍ରଚ୍ଛଦପୃଷ୍ଠାରେ ସ୍ଥାନ ପାଇଲା ଭଳି ଏକ ଚମତ୍କାର କାହାଣୀ ରଚନା କରିଛନ୍ତି । କାହାଣୀକୁ ଅଧିକ ଆକର୍ଷଣୀୟ କରିଛି ତାଙ୍କ ଦ୍ୱାରା ଘନ ଜଙ୍ଗଲର ସବୁଜ ବନାନୀ ମଧ୍ୟରେ ଶିଉଳିମୟ ପଥର ଉପରୁ ନିର୍ବାକ ହୋଇ କ୍ୟାମେରାକୁ ଅନେଇରହିଥିବା କଳାବାଘର ପ୍ରଚ୍ଛଦ ପଟର ଚିତ୍ର । ତାଙ୍କୁ ଏହି କାର୍ଯ୍ୟରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ସମସ୍ତ ପ୍ରକାର ସହଯୋଗ କରିଛି । ବିଭାଗ ଦ୍ୱାରା ପ୍ରଦତ୍ତ ସମସ୍ତ ସହଯୋଗ ପାଇଁ ଶ୍ରୀ ଯାଦବ ବିଭାଗ ଏବଂ ସରକାରଙ୍କୁ ସାଧୁବାଦ ଜଣାଇବା ସହ ମୟୁରଭଞ୍ଜର ଶିମିଳିପାଳ ଅଭୟାରଣ୍ୟର ମନଲୋଭା ପ୍ରକୃତି, ଶାନ୍ତ-ସରଳ ଜନସାଧାରଣ ଓ ସର୍ବୋପରି ବିରଳ କଳାବାଘ ତାଙ୍କୁ ଅଭିଭୂତ କରିଛି ବୋଲି ସେ ପ୍ରକାଶ କରିଛନ୍ତି ।
ନ୍ୟାସନାଲ୍ ଜିଓଗ୍ରାଫିକ୍ ମାଗାଜିନ ଦ୍ୱାରା ମୟୁରଭଞ୍ଜର ବିରଳ କଳାବାଘଙ୍କ କାହାଣୀ ବିଶ୍ୱର କୋଟି କୋଟି ଲୋକ ପଢିବେ ଏବଂ ଓଡିଶା ଓ ଏହାର ପ୍ରାକୃତିକ ବିଭବ ବିଷୟରେ ଜାଣିବାକୁ ଆଗ୍ରହ ପ୍ରକାଶ କରିବେ । ଅତଏବ, ଏଭଳି ଏକ ବିଶ୍ୱସ୍ତରୀୟ ପତ୍ରିକାରେ ବିରଳ କଳାବାଘଙ୍କ କାହାଣୀ ସ୍ଥାନ ପାଇବା ତାହା ପୁଣି ପ୍ରଚ୍ଛଦପଟରେ, ଓଡିଶା ପାଇଁ କିଛି କମ ଗର୍ବର କଥା ନୁହେଁ । ଓଡିଶା ଏକମାତ୍ର ସ୍ଥାନ ଯେଉଁଠି କଳାବାଘ ଅଛନ୍ତି ବୋଲି ବିଭାଗୀୟ ମନ୍ତ୍ରୀ ଶ୍ରୀ ଗଣେଶ ରାମ ସିଂଖୁଣ୍ଟିଆ ପ୍ରକାଶ କରିଛନ୍ତି । ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଓଡ଼ିଶାର ସମୃଦ୍ଧ ବନ୍ୟଜନ୍ତୁ, ଜୈବ-ବିବିଧତା ଓ ପ୍ରକୃତିର ସୁରକ୍ଷା ଓ ସମୃଦ୍ଧି ପାଇଁ ନେଉଥିବା ବିବିଧ ସମୟ ଉପଯୋଗୀ ଓ ସକାରାତ୍ମକ ପଦକ୍ଷେପ ସମ୍ପର୍କରେ ଏବେ ସାରା ବିଶ୍ୱ ଜାଣିବାକୁ ପାଇବ ଏବଂ ଓଡିଶା ପର୍ଯ୍ୟଟନ ବିଶେଷ କରି ଶିମିଳିପାଳ ଅଭୟାରଣ୍ୟକୁ ଏକ ନୂଆ ଦିଗନ୍ତ ମିଳିବ ବୋଲି ମନ୍ତ୍ରୀ ଶ୍ରୀ ସିଂଖୁଣ୍ଟିଆ ଆଶାବ୍ୟକ୍ତ କରିଛନ୍ତି ।

  • Related Posts

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଖୁବଶୀଘ୍ର ଓଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତିଙ୍କ ଘରକୁ ଆସିବେ କୁନି ଅତିଥି । ମାଆ ହେବେ ଜାଗୃତି ଶୁକ୍ଲା । ବିବାହର ବର୍ଷେ ପରେ ଏହି ଦମ୍ପତି ଖୁସି ଖବର ଦେଇଛନ୍ତି । ନବରାତ୍ରୀର ପ୍ରଥମ ଦିନରେ ଏହି ଗୁଡ୍ ନ୍ୟୁଜ୍…

    Continue reading
    ବ୍ରଶ୍‌‌ କରିବା ପରେ ତୁରନ୍ତ ଖାଆନ୍ତୁ ନାହିଁ ନହେଲେ ଦୁର୍ବଳ ହେବ ଦାନ୍ତ

    ବ୍ରଶ୍‌‌ କରିବାର ତୁରନ୍ତ ପରେ ଲୋକେ କିଛି ନା କିଛି ଖାଇଥାଆନ୍ତି। ହୁଏତ ସଭିଏଁ ଜାଣିନଥିବେ ବ୍ରଶ୍‌‌ କରିବା ପରେ ତୁରନ୍ତ ଖାଇବା ଉଚିତ ନୁହେଁ। ଏପରି କରିବା ଦ୍ୱାରା ଦାନ୍ତ ମାଢି ଉପରେ କୁପ୍ରଭାବ ପଡିବା ସହ ଦାନ୍ତ ସହ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ