ପର୍ଥରେ ଚୌକା-ଛକା ବର୍ଷା: ୪୯୧ ଦିନ ପରେ ଶତକ ମାରି ସଚିନଙ୍କ ରେକର୍ଡ ଭାଙ୍ଗିଲେ କୋହଲି

ପର୍ଥ,୨୪।୧୧: ଅଷ୍ଟ୍ରେଲିଆରେ ଚମକିଲେ ବିରାଟ କୋହଲି। ପର୍ଥ ଟେଷ୍ଟର ଦ୍ୱିତୀୟ ଇନିଂସରେ କୋହଲି ଶତକ ମାରିବାରେ ସଫଳ ହୋଇଛନ୍ତି। ଦୀର୍ଘ ଦିନରୁ ଖରାପ ଫର୍ମ ଦେଇ ଗତି କରୁଥିବା ଏହି ଖେଳାଳି ବଡ଼ ଇନିଂସ ଖେଳି ଆଲୋଚକଙ୍କ ମୁହଁ ବନ୍ଦ କରିଦେଇଛନ୍ତି। ଏହା ବିରାଟଙ୍କ ଟେଷ୍ଟ କ୍ୟାରିୟରର ୩୦ ତମ ଶତକ। ୪୯୧ ଦିନ ପରେ ସେ ଟେଷ୍ଟ ଫର୍ମାଟରେ ଶତକ ମାରିଛନ୍ତି। ଏହା ପୂର୍ବରୁ ସେ ୨୦୨୩ ଜୁଲାଇ ୨୦ରେ ପୋର୍ଟ ଅଫ୍‌ ସ୍ପେନ୍‌ରେ ଶତକ ମାରିଥିଲେ।
ଖେଳର ତୃତୀୟ ଦିନରେ ମଇଦାନକୁ ଓହ୍ଲାଇଥିବା କୋହଲି ଦ୍ରୁତ ବୋଲରମାନଙ୍କୁ ସାବଧାନତାର ସହ ଖେଳିଥିଲେ। ଏହାପରେ ସେ ଦୁଇ ଥର ଆଉଟ୍‌ ହେବାରୁ ରକ୍ଷା ପାଇଥିଲେ। ଭାଗ୍ୟ ସାଥ୍‌ ଦେବା ପରେ ସେ ଜବରଦସ୍ତ କ୍ରିକେଟ ପ୍ରଦର୍ଶନ କରିଥିଲେ। ୯୪ ବଲ୍‌ରେ ସେ ଅର୍ଦ୍ଧଶତକ ପୂରଣ କରିବା ପରେ ବିସ୍ଫୋରକ ବ୍ୟାଟିଂ କରି ଶତକ ମାରିଥିଲେ।
କୋହଲି ପର୍ଥ ଟେଷ୍ଟରେ ଶତକ ମାରିବା ପରେ ତେନ୍ଦୁଲକରଙ୍କୁ ପଛରେ ପକାଇଛନ୍ତି। ସେ ବର୍ଡର-ଗାଭାସ୍କର ଟ୍ରଫିରେ ସବୁଠାରୁ କମ୍‌ ଇନିଂସରେ ୯ ଶତକ ଲଗାଇଥିବା ଖେଳାଳି ପାଲଟିଛନ୍ତି। ସଚିତ ୬୫ ଇନିଂସରେ ୯ ଶତକ ମାରିଥିଲେ। ଏହାଛଡ଼ା କୋହଲି ଅଷ୍ଟ୍ରେଲିଆରେ ସବୁଠାରୁ ଅଧିକ ୭ ଟେଷ୍ଟ ଶତକ ମାରି ସଚିନଙ୍କୁ ମଧ୍ୟ ପଛରେ ପକାଇଛନ୍ତି। ତେନ୍ଦୁଲକର ୬ ଶତକ ମାରିଥିବା ବେଳେ ସୁନୀଲ ଗାଭାସ୍କର ୫ ଥର ଶତକ ମାରିଥିଲେ।

Related Posts

ରାଜ୍ୟଗୋଷ୍ଠୀ କ୍ରୀଡ଼ା: ଭାରତକୁ ପ୍ରଥମ ସ୍ବର୍ଣ୍ଣପଦକ ଜିତାଇଛନ୍ତି ମୀରାବାଈ ଚାନୁ

ଗ୍ଲାସ୍‌ଗୋ : ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ପ୍ରଥମ ସ୍ବର୍ଣ୍ଣପଦକ ଜିତାଇଛନ୍ତି ମୀରାବାଈ ଚାନୁ। ରବିବାର ମହିଳା ୪୮ କିଗ୍ରା ଭାରୋତ୍ତୋଳନ ବର୍ଗରେ ପ୍ରଥମ ସ୍ଥାନରେ ରହି ମୀରାବାଈ ସ୍ବର୍ଣ୍ଣପଦକ ଜିତି ପାରିଛନ୍ତି। ମଣିପୁରର ୩୨ ବର୍ଷ ବୟସ୍କା ମୀରାବାଈ ମୋଟ…

Continue reading
ଲର୍ଡସରେ ଭାରତକୁ ହରାଇ ଇଂଲଣ୍ଡ ଜିତିଲା ଦିନିକିଆ ସିରିଜ୍

ଲର୍ଡସ: ଲର୍ଡସର ଐତିହାସିକ ମଇଦାନରେ ରବିବାର ଏଭଳି ଏକ ମ୍ୟାଚ୍ ଦେଖିବାକୁ ମିଳିଥିଲା, ଯେଉଁଥିରେ ରନ୍ ର ବର୍ଷା ହୋଇଥିଲା, ନୂତନ ରେକର୍ଡ ସୃଷ୍ଟି ହୋଇଥିଲା ଏବଂ ଶେଷରେ ଇଂଲଣ୍ଡ ବିଜୟୀ ହୋଇଥିଲା। ରୋହିତ ଶର୍ମାଙ୍କ ଚମତ୍କାର ୧୩୮ ରନ୍, ବିରାଟ…

Continue reading

Leave a Reply

Your email address will not be published. Required fields are marked *

You Missed

ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ