ପାର୍ଟିର ଅଜାଣତରେ ବାହାର ରାଜ୍ୟରେ ଖୋଲିଲେ ବରଦାସ୍ତ କରାଯିବନି

ବହିଷ୍କାର ପରେ ପ୍ରତିକ୍ରିୟା ରଖିଲେ ପ୍ରଭାତ ବିଶ୍ବାଳ। ବିଜେଡି ଫଣ୍ଡ ସ୍କାମ ଆଡ଼କୁ ଇଶାରା କଲେ କ୍ଷୁବ୍ଧ ପ୍ରଭାତ। କହିଲେ, ବିଜେଡି ପାଇଁ ବହୁ ପରିଶ୍ରମ ହୋଇଛି। ବିଜେଡିର ଆକାଉଣ୍ଟ ବାହାର ରାଜ୍ୟରେ ଖୋଲିବା ଗ୍ରହଣୀୟ ନୁହେଁ। ପାର୍ଟିର ଅଜାଣତରେ ବାହାର ରାଜ୍ୟରେ ଖୋଲିଲେ ବରଦାସ୍ତ କରାଯିବନି। ସେଥିପାଇଁ ମୁଁ ରିଆକ୍ଟ କରିଛି। ମୋତେ ଯେଉଁମାନେ ବହିଷ୍କାର କରିଛନ୍ତି ସେମାନେ ରାତି ଅନିଦ୍ରା ହୋଇନାହାନ୍ତି। ମୁଁ ରାତି ଅନିଦ୍ରା କଷ୍ଟ ପାଇଥିବାରୁ ନବୀନ ନିବାସ ଯାଇଥିଲି। ବିଜୁ ଜନତା ଦଳର ୧୮୮ କୋଟି ଟଙ୍କା ଅଛି। ସେମାନେ ଦସ୍ତଖତ କରି ପ୍ରାର୍ଥୀ ହେବା କିପରି ସମ୍ଭବ। ସମୟ ଆସିଗଲା, ସତ୍ୟ ପ୍ରକାଶିତ ହେବ। ଯେଉଁ ୮୦୦ କୋଟି ଟଙ୍କା ଅଛି, କର୍ମୀ ଭାବେ ଆମର ଭାଗ ରହିଛି। ମୋ ରାଜନୈତିକ କ୍ୟାରିଅରକୁ ବିଜେଡି ବହୁତ କ୍ଷତି କରିଛି।
ବିଜେଡିରୁ ବହିଷ୍କୃତ ହେଲେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ। ବିଶୃଙ୍ଖଳା ଓ ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ଶନିବାର ସନ୍ଧ୍ୟାରେ ଦଳରୁ ବିଦା କରାଯାଇଛି।
ବିଜେଡି ସଂତୃପ୍ତ ମିଶ୍ରଙ୍କୁ ରାଜ୍ୟସଭା ପ୍ରାର୍ଥୀ କରିଥିବା ବେଳେ ଖୋଲାଖୋଲି ଏହାକୁ ବିରୋଧ କରିଥିଲେ ପ୍ରଭାତ। ସେ ଖୋଲାଖୋଲି ନିଜ ଅସନ୍ତୋଷ ଝାଡ଼ିଥିଲେ। ଏମିତିକି ନବୀନଙ୍କ ସହିତ ତାଙ୍କର ଯୁକ୍ତିତର୍କ ହୋଇଥିବା ସୂଚନା ମିଳିଛି।
ପ୍ରଭାତ କହିଥିଲେ, ଯାହାଙ୍କୁ ପ୍ରାର୍ଥୀ କରାଯାଇଛି ସେ ଦଳ ପାଇଁ କିଛି କରିନାହାନ୍ତି। ୪ ହଜାର କୋଟି ଯିଏ ନେଇ ଯାଇଛି ତାକୁ ଦିଆଗଲା ଟିକେଟ୍‌।
ଦଳ ମୋର ବହୁ କ୍ଷତି କରିଛି। ମୁଁ କିନ୍ତୁ ଦଳର କ୍ଷତି କରି ନାହିଁ। ପାଣ୍ଡିଆନ୍ ଓ ସୁଜାତା ଦଳ ପାଇଁ କରିଛନ୍ତି। ନବୀନ ବାବୁ ଆଲୋଚନା କରନ୍ତୁ ବୋଲି ଲିଖିତ ଆକାରରେ ଜଣାଇବି। ଯଦି ଆଲୋଚନା ନ କରିବେ ତେବେ ଦଳଠାରୁ ଦୂରେଇ ଯିବି।

  • Related Posts

    ବିଜେଡି ଭାଡ଼ି ଖାଲି ହେଉଛି :ଦେବାଶିଷ

    ଭୁବନେଶ୍ୱର: ରାଜ୍ୟସଭା ଉପନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀଭାବେ ଦେବାଶିଷ ସାମନ୍ତରାୟ ଶୁକ୍ରବାର ନାମାଙ୍କନ ଭରିଛନ୍ତି । ବିଧାନସଭା ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ଶ୍ର୍ରୀ ସାମନ୍ତରାୟ ନାମାଙ୍କନ ଭରିଛନ୍ତି । ତେବେ ନାମାଙ୍କନ ଭରିବା ପରେ ଶ୍ରୀ ସାମନ୍ତରାୟ ପୁଣି ବିଜେଡି ଉପରେ…

    Continue reading
    ନାମାଙ୍କନ କଲେ ଦେବାଶିଷ

    ଭୁବନେଶ୍ୱର: ରାଜ୍ୟସଭା ଉପନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀଭାବେ ଦେବାଶିଷ ସାମନ୍ତରାୟ ଶୁକ୍ରବାର ନାମାଙ୍କନ ଭରିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ଶ୍ରୀ ସାମନ୍ତରାୟ ନାମାଙ୍କନ ଭରିଛନ୍ତି । ବିଧାନସଭା ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ଶ୍ର୍ରୀ ସାମନ୍ତରାୟ ନାମାଙ୍କନ ଭରିଛନ୍ତି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ