ପିସିସି ପକ୍ଷରୁ ବିଜେପି ରାଜ୍ୟ କାର୍ୟ୍ୟାଳୟ ଘେରାଉ

ଭୁବନେଶ୍ୱର: କେନ୍ଦ୍ରରେ ଶାସନ କରୁଥିବା ବିଜେପି ସରକାର କ୍ରମାଗତ ଭାବରେ ସାମ୍ବିଧାନିକ ଅନୁଷ୍ଠାନଗୁଡ଼ିକର ଦୁରୁପଯୋଗ କରୁଛି । ମିଥ୍ୟା ମାମଲାରେ କଂଗ୍ରେସର ସର୍ବୋଚ୍ଚ ନେତ୍ରୀ ସୋନିଆ ଗାନ୍ଧୀ ଏବଂ ସର୍ବମାନ୍ୟ ନେତା ରାହୁଲ ଗାନ୍ଧୀଙ୍କୁ ନ୍ୟାସନାଲ ହେରାଲ୍ଡ କେସରେ ଫସାଇ ଦୀର୍ଘବର୍ଷ ଧରି ହଇରାଣ ହରକତ କରିଥିଲା । ସୁପ୍ରିମକୋର୍ଟ ନ୍ୟାସନାଲ ହେରାଲ୍ଡ ମାମଲାରେ ଶ୍ରୀମତୀ ଗାନ୍ଧୀ ଓ ଶ୍ରୀ ଗାନ୍ଧୀଙ୍କୁ ସଂପୂର୍ଣ୍ଣ ଦୋଷମୁକ୍ତ କରିଛି । ଫଳରେ ଆଜି କଂଗ୍ରେସର ଏକ ମସ୍ତବଡ଼ ନୈତିକ ବିଜୟ ପାଇଛି । ଏହା ସହିତ ବିଜେପିର ପ୍ରତିହିଂସା ପରାୟଣ ରାଜନୀତି ଦେଶ ଆଗରେ ଉଜାଗର ହୋଇଛି । ପୁଣି ସରକାର ମହାତ୍ମା ଗାନ୍ଧୀ କର୍ମନିଯୁକ୍ତି ଯୋଜନାର ନାମ ପରିବର୍ତ୍ତନ କରୁଛି । ଯାହା ଜାତିର ପିତା ମହାତ୍ମା ଗାନ୍ଧୀ ଏବଂ ତାଙ୍କ ଆଦର୍ଶରେ ଅନୁପ୍ରାଣିତ କୋଟି କୋଟି ଭାରତୀୟଙ୍କ ମନରେ ଆଘାତ ଦେଇଛି । ତେଣୁ ବିଜେପି ସରକାରର ସମ୍ବିଧାନ ଓ ଗଣତନ୍ତ୍ର ବିରୋଧି କାର୍ୟ୍ୟକଳାପ ବିରୋଧରେ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନେତୃତ୍ୱରେ ଏକ ଶୋଭାଯାତ୍ରା କଂଗ୍ରେସ ଭବନ ଠାରୁ ବାହାରି ବିଜେପି ରାଜ୍ୟ ମୁଖ୍ୟାଳୟ ପର୍ୟ୍ୟନ୍ତ ଯାଇ ଘେରାଉ କରିଥିଲା । ଆଜିର ଏହି କାର୍ୟ୍ୟକ୍ରମରେ କଂଗ୍ରେସ ନେତୃବୃନ୍ଦ ସର୍ବଶ୍ରୀ ରାମଚନ୍ଦ୍ର କାଡାମ, ଜଗନ୍ନାଥ ପଟ୍ଟନାୟକ, ଶିବାନନ୍ଦ ରାୟ, ସୁରେଶ କୁମାର ରାଉତରାୟ, ଲଲାଟେନ୍ଦୁ ମହାପାତ୍ର, ସିର୍ଦ୍ଧାଥ ସ୍ୱରୂପ ଦାଶ, ଅରବିନ୍ଦ ଦାସ, ଅମିୟ ପଟ୍ଟନାୟକ, ପ୍ରକାଶ ଜେନା, ମନୋରଞ୍ଜନ ଦାଶ, ମିନାକ୍ଷି ବାହିନୀପତି, ଚିନ୍ମୟ ପ୍ରସାଦ ବେହୁରା, ମାନସ ଆଚାର୍ୟ୍ୟ, ପ୍ରଦୀପ୍ତ ଦାସ, ମାନସ କର, ସତ୍ୟବ୍ରତ ନାୟକ, ଅଶୋକ ଦାସ, ଜୟଶ୍ରୀ ପଟ୍ଟନାୟକ, ପ୍ରଶାନ୍ତ ବିଶୋଇ, ନିରଞ୍ଜନ ଲେଙ୍କା, ଆଲୋକ ମହାନ୍ତି, ମଧୁସ୍ମିତା ଆଚାର୍ୟ୍ୟ, ଜୟଶ୍ରୀ ପାତ୍ର, ଜୟକୃଷ୍ଣ ସୁବୁଦ୍ଧି, ଜୟକୃଷ୍ଣ ମଲ୍ଲିଆ, ଦେବବ୍ରତ ଦାସ, ସୂର୍ୟ୍ୟକାନ୍ତ ଜେନା, ନିଶିକାନ୍ତ ମିଶ୍ର, ଅଶୋକ ସ୍ୱାଇଁ, ରଜନୀ ମହାନ୍ତି, ହିଂମାଶୁ ଲେଙ୍କା, ନିରଞ୍ଜନ ନାୟକ, ହରିଶଙ୍କର ରାଉତ, ମନୋଜ ନାୟକ, ମଂଟୁ ମଲ୍ଲିକ, ମିହିର ଆଚାର୍ୟ୍ୟ, ରାଜକିଶୋର ବାରିକ, ଶୁଭେନ୍ଦୁ ଦାସ, ଲିଙ୍ଗରାଜ ସାହୁ, ମନୋରଞ୍ଜନ ରାଉତରାୟ, ଆତ୍ମାରାମ ପତିଙ୍କ ସହ ହଜାର ହଜାର ସଂଖ୍ୟାରେ ଯୁବ ଓ ମହିଳା କଂଗ୍ରେସର କର୍ମକର୍ତ୍ତା ଯୋଗଦାନ କରିଥିଲେ ।

  • Related Posts

    କଟିଛି ୯.୮ଲକ୍ଷ ଭୋଟରଙ୍କ ନାଁ, ଲିଷ୍ଟର ପୁନର୍ବିଚାର ପାଇଁ ଚିଠି ଲେଖିଲେ ସସ୍ମିତ ପାତ୍ର

    ଭୁବନେଶ୍ୱର,୨୧/୦୪/୨୦୨୬:ଭୋଟର ତାଲିକାରୁ ୯ ଲକ୍ଷ ୮୦ ହଜାର ଭୋଟରଙ୍କ ନାମ କଟିବା ପ୍ରସଙ୍ଗରେ ଉଦବେଗ ପ୍ରକାଶ କଲେ ବିଜେଡି ସାଂସଦ ସସ୍ମିତ ପାତ୍ର । ପୁନର୍ବିଚାର ପାଇଁ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ଚିଠି ଲେଖିଲେ ସସ୍ମିତ । ପୁନଃ…

    Continue reading
    ଭୟ ଓ ଦୁର୍ନୀତିର ରାଜନୀତିକୁ ପ୍ରତ୍ୟାଖ୍ୟାନ କରିବେ ପଶ୍ଚିମବଙ୍ଗର ଜନତା – ଧର୍ମେନ୍ଦ୍ର ପ୍ରଧାନ

    • ରୋଡ୍-ସୋ’ ଏବଂ ଶୋଭାଯାତ୍ରାରେ ସାମିଲ ହୋଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ କଲେ ପ୍ରଚାର • ଟିଏମସି ଯେତେ ଚେଷ୍ଟା କଲେ ମଧ୍ୟ ବିଜେପିର ସଂକଳ୍ପକୁ ନେଇ ଲୋକଙ୍କୁ ବିଭ୍ରାନ୍ତ କରିପାରିବ ନାହିଁ • ପଶ୍ଚିମବଙ୍ଗର ସୁରକ୍ଷା, ସୁଯୋଗ ଏବଂ ସାମଗ୍ରିକ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର