ପୁଣି ଦିଲ୍ଲୀ ରାସ୍ତାକୁ ଓହ୍ଲାଇଲେ କୃଷକ

ନୂଆଦିଲ୍ଲୀ: ପୁଣି ରାସ୍ତାକୁ ଓହ୍ଲାଇଲେ କୃଷକ। ଦେଲେ ଦିଲ୍ଲୀ ଚଲୋ ଡାକରା। ହଜାର ହଜାର ସଂଖ୍ୟାରେ କୃଷକ ନିଜ ଦାବି ନେଇ ଆଜି ଦିଲ୍ଲୀ ଅଭିମୁଖେ ଯାତ୍ରା କରିଛନ୍ତି। ନଭେମ୍ବର ୨୭ରେ, କୃଷକମାନେ ଗ୍ରେଟର ନୋଏଡା ପ୍ରାଧିକରଣରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ଏବଂ ପରେ ନଭେମ୍ବର ୨୮ରୁ ଡିସେମ୍ବର ୧ପର୍ୟ୍ୟନ୍ତ ସେମାନେ ଯମୁନା ପ୍ରାଧିକରଣରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।ଆଜି ତୃତୀୟ ତଥା ଶେଷ ପର୍ୟ୍ୟାୟ। ସଂସଦ ଅଧିବେଶନ ଚାଲିଥିବା ବେଳେ ଆଜି କୃଷକମାନେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଛନ୍ତି। ବିରୋଧୀ କୃଷକମାନେ ପ୍ରଥମେ ମଧ୍ୟାହ୍ନ ୧୨ଟାରୁ ମହାମାୟା ଫ୍ଲାଏଓଭର ନିକଟରେ ଏକାଠି ହେବେ ଏହାପରେ ଟ୍ରାକ୍ଟରରେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ। ଚାଷୀଙ୍କୁ ଅଟକାଇବା ପାଇଁ ଦିଲ୍ଲୀ ସୀମାରେ ପୁଲିସ କଡା ସୁରକ୍ଷା ବ୍ୟବସ୍ଥା କରିଛି। ବ୍ୟାପକ ବ୍ୟାରିକେଡ୍‌ ଲଗାଯାଇଛି। ଦିଲ୍ଲୀ ପୁଲିସ ଏବଂ ଗୌତମ ବୁଦ୍ଧ ନାଗର ପୁଲିସ ଯାଞ୍ଚ କରୁଛନ୍ତି। ଚାଷୀଙ୍କୁ ଦିଲ୍ଲୀରେ ପ୍ରବେଶ କରିବା ପାଇଁ ଅଟକାଯାଇଛି। ଏଥିପାଇଁ ଦିଲ୍ଲୀରୁ ନୋଏଡା ଯିବା ଆସିବା କରୁଥିବା ଯାତ୍ରୀଙ୍କ ପାଇଁ ଅନେକ ରୁଟ୍‌ ଡାଇଭର୍ଟ କରାଯାଇଛି।

  • Related Posts

    ଫ୍ରାନ୍ସର ହେନରୀ ବି. କାଗାନ ଓ ଜାପାନର କେନସୋ ସୋଆଇଙ୍କୁ ରସାୟନ ବିଜ୍ଞାନରେ ନୋବେଲ

    ଷ୍ଟକହୋମ: ୨୦୧୮ ପାଇଁ ରସାୟନ ବିଜ୍ଞାନରେ ନୋବେଲ ପୁରସ୍କାର ଘୋଷଣା କରାଯାଇଛି । ଫ୍ରାନ୍ସର ହେନରୀ ବି. କାଗାନ ଓ ଜାପାନର କେନସୋ ସୋଆଇଙ୍କୁ ଏହି ସମ୍ମାନ ପାଇଁ ମନୋନୀତ କରାଯାଇଛି । କାଗାନ ଏବଂ ସୋଇଙ୍କ ଗବେଷଣାର ମୁଖ୍ୟ ବିଷୟ…

    Continue reading
    ୨୫ ପଏଣ୍ଟ ବଢ଼ିଲା ରେପୋ ହାର, ବଢ଼ିବ ଇଏମ୍‌ଆଇ

    ମୁମ୍ବାଇ/୦୭/୧୦: ବର୍ଦ୍ଧିତ ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣ କରିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ବୁଧବାର ରେପୋ ହାରକୁ ୨୫ ବେସିସ୍‌ ପଏଣ୍ଟ ବୃଦ୍ଧି କରି ୫.୫% କରିଛି । ପଶ୍ଚିମ ଏସିଆରେ ଚାଲିଥିବା ସଙ୍କଟ ମଧ୍ୟରେ ପ୍ରାୟ ସାଢେ ତିନି ବର୍ଷ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ