
ଗଞ୍ଜାମ: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନାରେ ଅଭାବନୀୟ ଘଟଣା ଘଟିଛି। ପୁଲିସ ମାଡ଼ରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତ ଯୁବକ ସୁବଳୟା ଗାଁର ସନ୍ତୋଷ ସାହୁ। ଏକ ପଥର ଖାଦାନ ମାମଲାରେ ପୁଲିସ ତାଙ୍କୁ ଗତ ୨୫ ତାରିଖରୁ ଉଠାଇ ଆଣିଥିଲା।
ଗତକାଲି ତାଙ୍କୁ ଗୁରୁତର ଅବସ୍ଥାରେ ଆସ୍କା ମେଡିକାଲ ଓ ପରେ ଏମକେସିଜି ଅଣାଯାଇଥିଲା। ଏଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
-ଘଟଣାର ତଦନ୍ତ ନିର୍ଦେଶ ଦେଲେ ଆଇଜି
-ଦକ୍ଷିଣାଞ୍ଚଳ ଆଇଜି ନୀତିଶେଖରଙ୍କ ସୂଚନା
-ଗଞ୍ଜାମ ଏସପିଙ୍କୁ ତଦନ୍ତ ଦାୟିତ୍ବ ଦିଆଯାଇଛି
-ଶବ ବ୍ୟବଚ୍ଛେଦ ରିପୋର୍ଟ ପରେ କାର୍ଯ୍ୟାନୁଷ୍ଠାନ


