ପୂର୍ଣ୍ଣିମା କେରକେଟାଙ୍କୁ ମିଳିପାରେ ବିଜେପି ରାଜ୍ୟସଭା ଟିକେଟ୍

ଭୁବନେଶ୍ୱର: ସୁନ୍ଦରଗଡ଼ର ବିଜେପି ଆଦିବାସୀ ନେତ୍ରୀ ପୂର୍ଣ୍ଣିମା କେରକେଟାଙ୍କୁ ମିଳିପାରେ ରାଜ୍ୟସଭା ଟିକେଟ୍ । ଜଣେ ତୃଣମୂଳସ୍ତରର ନେତ୍ରୀ ଭାବେ ତାଙ୍କର ପରିଚୟ ରହିଛି । ସମାଜସେବା ପାଇଁ ମଧ୍ୟ ସେ ପରିଚିତ । ଜଣେ ଆଦିବାସୀ ଚେହେରାଙ୍କୁ ଦଳ ରାଜ୍ୟସଭା ପ୍ରାର୍ଥୀ କରିବାକୁ ଚୂଡ଼ାନ୍ତ କରିସାରିଛି ବୋଲି ଆଲୋଚନା ହେଉଛି । ଆରଆଇଟିଇଏସ୍ ବୋର୍ଡରୁ ଇସ୍ତଫା ଏହି ଆଲୋଚନାକୁ ଖୋରାକ୍ ଯୋଗାଇଛି ।

ଗତ ୨୪ ତାରିଖରେ ସେ ରେଲ ଇଣ୍ଡିଆ ଟେକ୍ନିକାଲ ଆଣ୍ଡ ଇକୋନୋମିକ୍ ସର୍ଭିସ୍ (ଆରଆଇଟିଇଏସ୍) ବୋର୍ଡରୁ ଇସ୍ତଫା ଦେଇଛନ୍ତି । ଏହି ବୋର୍ଡରେ ସେ ଅଣସରକାରୀ ନିର୍ଦ୍ଦେଶକ ଭାବେ କାର୍ୟ୍ୟ କରୁଥିଲେ । ଗତ ଜୁଲାଇ ମାସରେ ରେଳ ବିଭାଗ ତାଙ୍କୁ ଏହି ନିଯୁକ୍ତି ଦେଇଥିଲା । ତେବେ ୨୪ ତାରିଖରେ ସେ ଇସ୍ତଫା ଦେବା ପରେ ୨୫ ତାରିଖରେ ତାଙ୍କ ଇସ୍ତଫା ମଞ୍ଜୁର ହୋଇଯାଇଛି । ସେ ରାଜ୍ୟସଭାକୁ ଯାଉଥିବା ଏହା ସଙ୍କେତ ଦେଉଛି ବୋଲି କିଛି ନେତା କହିଛନ୍ତି ।

  • Related Posts

    ମହିଳାଙ୍କୁ ନିର୍ଯାତନା ଦେଇ ଉତ୍ସବ ମନାଉଛନ୍ତି ସରକାର: ବିଜେଡି

    ଭୁବନେଶ୍ୱର: ମହାକାଳପଡ଼ା ବ୍ଲକ ତିଖିରୀ ପଞ୍ଚାୟତର ସରପଞ୍ଚ ଚାମେଲୀ ଓଝାଙ୍କ ସହ ଘଟିଥିବା ଦୁର୍ବ୍ୟବହାର, ଶାରୀରିକ ଆକ୍ରମଣ, ଧମକ ଘଟଣା ଓଡ଼ିଶାରେ ମହିଳା ସୁରକ୍ଷା ଉପରେ ଗମ୍ଭୀର ପ୍ରଶ୍ନବାଚୀ ସୃଷ୍ଟି କରିଛି । ରାଜ୍ୟ ସରକାର ୨ ବର୍ଷ ପୂର୍ତ୍ତି ଉତ୍ସବ…

    Continue reading
    ଆମ ମୁଖ୍ୟମନ୍ତ୍ରୀ, ଲୋକଙ୍କ ମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର:୨୦୨୪, ଜୁନ୍‌ ୧୨ । ଅଢ଼େଇ ଦଶନ୍ଧିର ଶାସନ ବ୍ୟବସ୍ଥାକୁ ହଟାଇ ଜନ୍ମ ନେଲା ନୂଆ ସରକାର-“ମୋହନ ସରକାର” । ସଭିଙ୍କ ମନରେ ଥିଲା ଗୋଟିଏ ପ୍ରଶ୍ନ, ଜଣେ ସାଦାସିଧା ଗରିବ ଆଦିବାସୀ ପୁଅଙ୍କ ନେତୃତ୍ୱରେ ଅଧିକାଂଶ ନବାଗତ ମନ୍ତ୍ରୀଙ୍କୁ ନେଇ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ