ଭୁବନେଶ୍ୱର: ଭାସମାନ ଯାହାଜର ଭ୍ରମ ସୃଷ୍ଠି କରୁଥିବା ଏଇ ଆପାର୍ଟମେଣ୍ଟ ହେଉଛି ବିଶ୍ୱର ସବୁଠାରୁ ଦାମୀ ଘର । ଏନେଇ ନୂଆ ବିଶ୍ୱ ରେକର୍ଡ ବି ହୋଇଗଲାଣି । ଅତି ଛୋଟ ହେଲେ ମଧ୍ୟ ପୃଥିବୀର ସବୁଠୁ ଧନୀ ରାଷ୍ଟ୍ର ମୋନାକୋର ଲେ ରେଞ୍ଚୋ ଆପର୍ଟମେଣ୍ଟପୃଥିବୀର ସବୁଠାରୁ ବ୍ୟୟବହୁଳ ଆପାର୍ଟମେଣ୍ଟ ଭାବେ ନୂଆ ବିଶ୍ବ ରେକର୍ଡ ସ୍ଥାପନ କରିଛି। ୟୁକ୍ରେନ୍ର ସବୁଠାରୁ ଧନିକ ବ୍ୟକ୍ତି ରିନାଟ୍ ଆଖ୍ମେତୋଭ ‘ଲେ ରେଞ୍ଜୋ’ ନାମକ କୋଠାର ଗୋଟିଏ ଆପାର୍ଟମେଣ୍ଟ କିଣିଛନ୍ତି। ଏହାର ଦାମ ୫୦୦ ମିଲିଅନ୍ ଡଲାର୍ ବା ପାଖାପାଖି ୬,୦୦୦ କୋଟି ଟଙ୍କା। ଏହି ଆପାର୍ଟମେଣ୍ଟଟି ଉକ୍ତ କୋଠାର ଉପର ପାଞ୍ଚ ମହଲାରେ ରହିଛି ଏବଂ ଏହା ସମୁଦାୟ ଫ୍ଳୋର ଏରିଆ ୨୬,୯୦୦ ବର୍ଗଫୁଟ । ଏହି ଆପାର୍ଟମେଣ୍ଟରେ ୨୧ଟି ବେଡ୍ରୁମ୍, ଆଠଟି ପାର୍କିଂ ସ୍ଥାନ, ସାତଟି ଟେରେସ୍, ବ୍ୟକ୍ତିଗତ ପୁଲ୍ ଓ ଜାକୁଜି, ଅତ୍ୟାଧୁନିକ ସ୍ବଂୟଚାଳିତ ସୁବିଧାମାନ ରହିଛି। ଏହି ଆପାର୍ଟମେଣ୍ଟର ଦର ଏତେ ଅଧିକ ହେବା ପଛର ଏକାଧିକ କାରଣ ରହିଛି। ଅତ୍ୟନ୍ତ କ୍ଷୁଦ୍ର ଆକାର ସତ୍ତ୍ବେ ମୋନାକୋ ପୃଥିବୀର ସବୁଠାରୁ ଧନି ଓ ବ୍ୟୟବହୁଳ ଦେଶ ଅଟେ। ସ୍ଥାନ ସୀମିତ ଥିବାରୁ ଏଠାରେ ଜାଗା ଓ ଘରର ଦର ଆକାଶଛୁଆଁ। ପୁଣି ‘ଲେ ରେଞ୍ଚୋ’ କୋଠାଟି ଭୂମଧ୍ୟସାଗର ଉପରେ ଭାସମାନ ଏକ ଜାହାଜର ଭ୍ରମ ସୃଷ୍ଟି କରୁଥିବାରୁ ଏହା ଅଧିକ ଆକର୍ଷଣୀୟ ଓ ବ୍ୟୟବହୁଳ ହୋଇଯାଇଛି।
ଯଦି ଯୁଦ୍ଧ ଚାଲିବ ତେଲ ଦର ନିଶ୍ଚିତ ବଢ଼ିବ ଆର୍.ବି.ଆଇ:ଗଭର୍ଣ୍ଣର
ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟ ଯୁଦ୍ଧ ପ୍ରଭାବରେ ସାରା ବିଶ୍ବରେ ପେଟ୍ରୋଲ ଓ ଡିଜେଲ ମହଙ୍ଗା ହୋଇଛି। କିନ୍ତୁ ଭାରତରେ ଆଜି ପର୍ଯ୍ୟନ୍ତ ତାହା ସ୍ଥିର ରହିଛି। ମଧ୍ୟପ୍ରାଚ୍ୟ ଯୁଦ୍ଧ ପାଇଁ ବିଶ୍ବର ଗୁରୁତ୍ବପୂର୍ଣ୍ଣ ସାମୁଦ୍ରିକ ପଥ ହର୍ମୁଜ ପ୍ରଣାଳୀରେ ଜାହାଜ ଚଳାଚଳ ସ୍ବାଭାବିକ…
