ପେଟ୍ରୋଲ-ଡିଜେଲ ଏବଂ ଗ୍ୟାସକୁ ନେଇ ଭରସା ଦେଲେ ସରକାର

ନୂଆଦିଲ୍ଲୀ : ଆଉ ପେଟ୍ରୋଲ-ଡିଜେଲ୍ ମିଳିବନି । ଗ୍ୟାସ୍ ଆସୁନି, କେମିତି ରୋଷେଇ କରିବା । ଏମିତି ଚର୍ଚ୍ଚା ଏବେ ସବୁଠି ଚାଲିଛି । ଲୋକେ ଭବିଷ୍ୟତ କଥା ଭାବି ଭୟଭୀତ ହେଉଥିବାବେଳେ ପୁଣିଥରେ ଆଶ୍ବାସନା ଦେଇଛନ୍ତି ସରକାର । ଭୟଭୀତ ନହେବାକୁ ଅପିଲ୍ କରାଯାଇଛି । ଆମେରିକା-ଇରାନ ଯୁଦ୍ଧ ଭିତରେ ହର୍ମୁଜ୍ ପ୍ରଣାଳୀ ବନ୍ଦ ହେବାସହ ଜଡିତ ବାଧା ପରେ ମଧ୍ୟ ରନ୍ଧନ ଗ୍ୟାସ ଏବଂ ପେଟ୍ରେଲ-ଡିଜେଲ ଦେଶରେ ଉପଲବ୍ଧ ରହିଛି । ଏଥିପାଇଁ କୌଣସି ଭୟଭୀତ ହେବାର ଆବଶ୍ୟକ ନାହିଁ ଭରସା ରଖନ୍ତୁ ବୋଲି କୁଯାଯାଇଛି ।

ପିଟିଆଇର ରିପୋର୍ଟ ଅନୁଯାୟୀ, ଶନିବାର ସରକାର ନାଗରିକଙ୍କୁ ଭୟଭୀତ ହୋଇ ପେଟ୍ରୋଲ-ଡିଜେଲ ଏବଂ ଗ୍ୟାସ କିଣନ୍ତୁ ନାହିଁ ବୋଲି କହିଛନ୍ତି । ଏବେ ଦେଶରେ ଏ ସବୁ ମହଜୁଦ ରହିଛି । ଏହାସହ କଳାବଜାରୀ କରୁଥିବା ଲୋକଙ୍କ ଉପରେ ଚଢ଼ାଉ କରାଯାଉଛି । ୩୭୦୦ରୁ ଅଧିକ ଚଢ଼ାଉ କରାଯାଇଥିବାବେଳେ ୧୦୦୦ ଜଣଙ୍କୁ କାରଣ ଦର୍ଶାଅ ନୋଟିସ୍ ମଧ୍ୟ ଜାରି କରାଯାଇଛି । ଏହାସହ ୨୭ ଜଣ ଡିଲରଙ୍କୁ ମଧ୍ୟ ନିଲମ୍ବିତ କରାଯାଇଥିବା କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ମିଳିଛି ।

ସେପଟେ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି କି, ଏଲପିଜି ଅଭାବର କୌଣସି ରିପୋର୍ଟ ନାହିଁ । ଗତ ଶୁକ୍ରବାର ୫୧ ଲକ୍ଷ ସିଲିଣ୍ଡ ବଣ୍ଟାଯାଇଛି । ଯେଉଁଥିରେ କେବଳ ଅନଲାଇନ୍ ବୁକିଂ କରିଥିବା ୯୫ ପ୍ରତିଶତ ଉପଭୋକ୍ତା ପାଇଛନ୍ତି । ଏହାସହ ପେଟ୍ରୋଲ ପମ୍ପରେ ପ୍ରଚୁର ପରିମାଣର ପେଟ୍ରୋଲ-ଡିଜେଲ ମହଜୁଦ ରହିଛି । ରନ୍ଧନ ଗ୍ୟାସ ସହଜରେ ଉପଲବ୍ଧ ପାଇଁ ପିଏଜି ସଂଯୋଗ ଜୋରଦାର କାମ ଚାଲିଥିବା କୁହାଯାଇଛି । ମାତ୍ର ଏବେ ସବୁ ମହଜୁଦ ରହିଥିବାବେଳେ ଭୟ କରିବାର କୌଣସି କାରଣ ନାହିଁ ବୋଲି ଭରସା ଦିଆଯାଇଛି ।

  • Related Posts

    ନଡ୍ଡା ଅସୁସ୍ଥ, ଏମ୍ସରେ ଭର୍ତ୍ତି

    କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ଅସୁସ୍ଥ ହୋଇ ପଡ଼ିଛନ୍ତି। ସେ ହଠାତ୍‌ ଅସହଜ ଅନୁଭବ କରିବାରୁ ତାଙ୍କୁ ତତ୍କାଳ ଦିଲ୍ଲୀ ସ୍ଥିତି ଏମ୍ସରେ ଭର୍ତ୍ତି କରାଯାଇଛି। ଶ୍ରୀ ନଡ୍ଡା ଛାତିରେ ଯନ୍ତ୍ରଣା ଅନୁଭବ କରୁଥିବାରୁ ତାଙ୍କ ହାର୍ଟର ଏଞ୍ଜିଓଗ୍ରାଫି କରାଯାଇଛି। ଏବେ…

    Continue reading
    ଦିଲ୍ଲୀ ହାଇକୋର୍ଟକୁ ବୋମା ଧମକ

    ଆସନ୍ତାକାଲି ଦେଶ ପାଳିବ ସ୍ୱାଧୀନତାର ୮୦ତମ ବର୍ଷ ପୂର୍ତ୍ତି। ଏଥିପାଇଁ ସବୁ ଆଡ଼େ ଜୋରସୋରରେ ଚାଲିଛି ପ୍ରସ୍ତୁତି। ଦିଲ୍ଲୀର ଲାଲକିଲାରେ ପ୍ରତିବର୍ଷ ଭଳି ଏଥର ମଧ୍ୟ ପୂରା ଦେଶ ଦେଖିବ ଭାରତର ପରାକ୍ରମ।ହେଲେ ସ୍ୱାଧୀନତା ଦିବସର ଦିନକ ପୂର୍ବରୁ ଦେଶର ରାଜଧାନୀ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ