ପ୍ରତିଦିନ ଗୋଟିଏ ସିଟିଂରେ ହେବ ମାଟ୍ରିକ୍‌ ପରୀକ୍ଷା

ଭୁବନେଶ୍ୱର: ଆଗାମୀ ମାଟ୍ରିକ୍‌ ପରୀକ୍ଷାକୁ ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛି ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ)। ଏଣିକି ପ୍ରତିଦିନ ଗୋଟିଏ ସିଟିଂରେ ଅନୁଷ୍ଠିତ ହେବ ମାଟ୍ରିକ୍‌ ପରୀକ୍ଷା। ଏନେଇ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ସୂଚନା ଦେଇଛନ୍ତି। ଆସନ୍ତା ମାର୍ଚ୍ଚ ୧୨ ତାରିଖରୁ ମାଟ୍ରିକ୍‌ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୨୭ ତାରିଖରେ ଶେଷ ହେବ।

ପରୀକ୍ଷାର ସୁପରିଚାଳନା ଓ ସ୍ୱଚ୍ଛତା ବଜାୟ ରଖିବା ଲାଗି ବୋର୍ଡ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ନିର୍ଦ୍ଧାରିତ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର (SOP) ଅନୁସାରେ ପରୀକ୍ଷା କେନ୍ଦ୍ରଗୁଡ଼ିକରେ ପ୍ରଶ୍ନପତ୍ର ପହଞ୍ଚାଯିବ। ପ୍ରଶ୍ନପତ୍ର ପରିବହନ ଓ ବିତରଣ ସମୟରେ ନିର୍ଦ୍ଧାରିତ ନିୟମାବଳୀକୁ କଡ଼ାକଡ଼ି ପାଳନ କରିବାକୁ ବୋର୍ଡ ପକ୍ଷରୁ ଗୁରୁତ୍ୱ ଦିଆଯାଇଛି।

ସେହିପରି ଭିନ୍ନକ୍ଷମ ପରୀକ୍ଷାର୍ଥୀଙ୍କ ସୁବିଧା ପାଇଁ ପରୀକ୍ଷା କେନ୍ଦ୍ରରେ ସ୍ୱତନ୍ତ୍ର ବ୍ୟବସ୍ଥା ରହିବ। ସେମାନଙ୍କ ପାଇଁ ଗ୍ରାଉଣ୍ଡ ଫ୍ଲୋର୍‌ ଓ ପ୍ରଥମ ମହଲାରେ ପରୀକ୍ଷା ଦେବାର ସୁବିଧା ଉପଲବ୍ଧ କରାଯିବ। ଯାହାଦ୍ୱାରା ଦିବ୍ୟାଙ୍ଗ ପରୀକ୍ଷାର୍ଥୀମାନେ ଯାତାୟାତରେ ଅସୁବିଧା ନଭୋଗି ସୁବିଧାରେ ପରୀକ୍ଷା ଦେଇପାରିବେ।

ବୋର୍ଡ ପକ୍ଷରୁ ପୂର୍ବରୁ ଜାରି ହୋଇଥିବା ବିଜ୍ଞପ୍ତିରେ ଥିବା ନିୟମ ଓ ନିର୍ଦ୍ଦେଶାବଳୀକୁ ଠିକ୍‌ ଭାବେ କାର୍ଯ୍ୟକାରୀ କରିବାକୁ ସମସ୍ତ ସମ୍ପୃକ୍ତ ଅଧିକାରୀ ଓ ପରୀକ୍ଷା କେନ୍ଦ୍ର କର୍ତ୍ତୃପକ୍ଷଙ୍କୁ କୁହାଯାଇଛି। ମାଟ୍ରିକ୍‌ ପରୀକ୍ଷାକୁ ଶୃଙ୍ଖଳିତ, ସ୍ୱଚ୍ଛ ଓ ତ୍ରୁଟିଶୂନ୍ୟ ଭାବେ ସମ୍ପନ୍ନ କରିବା ଲାଗି ବୋର୍ଡ ପକ୍ଷରୁ ପ୍ରସ୍ତୁତି ଚାଲିଛି।

  • Related Posts

    ସମସ୍ତଙ୍କ ମୁଣ୍ଡ ଉପରେ ପକ୍କାଛାତ ଆମର ସର୍ବୋଚ୍ଚ ପ୍ରାଥମିକତା – ମୁଖ୍ୟମନ୍ତ୍ରୀ

    ବଲାଙ୍ଗୀର: ଯେତେବେଳେ ଗ୍ରାମାଞ୍ଚଳର ପ୍ରତ୍ୟେକ ପରିବାର ଏକ ସୁରକ୍ଷିତ ପକ୍କା ଘର ତଳେ ନିଶ୍ଚିନ୍ତରେ ରହି ପାରିବେ, ସେତେବେଳେ ଆମ ରାଜ୍ୟ ଦ୍ରୁତ ଗତିରେ ଆଗକୁ ବଢ଼ିଚାଲିବ। ଏକ ବିକଶିତ ଓଡ଼ିଶାର ଆରମ୍ଭ ଆମ ଗାଁରୁ ହୋଇଥାଏ ଏବଂ ସମସ୍ତଙ୍କ ମୁଣ୍ଡ…

    Continue reading
    ରେଡିମେଡ ଗାର୍ମେଣ୍ଟ ୟୁନିଟ କରି ସମସ୍ତଙ୍କ ପାଇଁ ଜଣେ ସଫଳ ମହିଳା ଉଦ୍ୟୋଗୀ ସାଜିଛନ୍ତି ଆକସ୍ମିତା

    ଦେବଗଡ:ଦେବଗଡ ଜିଲ୍ଲା ତିଲେଇବଣି ବ୍ଲକର କଳାମାଟି ଗ୍ରାମରେ ଏକ ରେଡିମେଡ ଗାର୍ମେଣ୍ଟ ୟୁନିଟ ପ୍ରତିଷ୍ଠା କରି ଆଜିର ଦିନରେ ଜଣେ ସଫଳ ଉଦ୍ୟୋଗୀ ହେବା ସହ ଆଖପାଖର ଲୋକମାନଙ୍କୁ ରୋଜଗାର ଯୋଗାଇ ପାରିଛନ୍ତି ମହିଳା ଉଦ୍ୟୋଗୀ ଆକସ୍ମିତା ନନ୍ଦ।ସୂଚନା ଅନୁଯାୟୀ, ଦେବଗଡ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଆଜି ବିଶ୍ୱ ମଧୁମେହ ଦିବସ, ଜାଣନ୍ତୁ ଏହାର କାରଣ, ଲକ୍ଷଣ ଓ ନିରାକରଣ

    ଆଜି ବିଶ୍ୱ ମଧୁମେହ ଦିବସ, ଜାଣନ୍ତୁ ଏହାର କାରଣ, ଲକ୍ଷଣ ଓ ନିରାକରଣ

    ଯେତେ ଖାଇଲେ ବି ଓଜନ ବଢୁନି? ଡାଏଟ୍‌ରେ ଯୋଡନ୍ତୁ ଏହି ଖାଦ୍ୟ, ମାସକରେ ବଢିବ ୫ କେଜି

    ଯେତେ ଖାଇଲେ ବି ଓଜନ ବଢୁନି? ଡାଏଟ୍‌ରେ ଯୋଡନ୍ତୁ ଏହି ଖାଦ୍ୟ, ମାସକରେ ବଢିବ ୫ କେଜି

    ଶୀତରେ ପିଲାଙ୍କୁ ଗାଧୋଇଦେବାକୁ ଡରୁଛନ୍ତି କି? ଜାଣନ୍ତୁ ଶିଶୁ ବିଶେଷଜ୍ଞଙ୍କ ୩ ଜରୁରୀ ଟିପ୍ସ

    ଶୀତରେ ପିଲାଙ୍କୁ ଗାଧୋଇଦେବାକୁ ଡରୁଛନ୍ତି କି? ଜାଣନ୍ତୁ ଶିଶୁ ବିଶେଷଜ୍ଞଙ୍କ ୩ ଜରୁରୀ ଟିପ୍ସ

    ଜନତା ମଇଦାନରେ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା-୨୦୨୬

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    କମଳା ଚୋପାରୁ ଡ୍ରେସ୍‌ !