ପୱନ ଖେଡ଼ାଙ୍କ ଅନ୍ତରୀଣ ଜାମିନ୍ ଉପରେ ରୋକ୍

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ପୱନ ଖେଡ଼ାଙ୍କୁ ଶକ୍ତ ଧକ୍କା । ଆସାମରେ ଦାୟର ହୋଇଥିବା ଏକ ଏଫଆଇଆର ମାମଲାରେ କଂଗ୍ରେସ ନେତା ପଓ୍ବନ ଖେଡାଙ୍କୁ ଦିଆଯାଇଥିବା ଗୋଟିଏ ସପ୍ତାହର ଆଗୁଆ ଜାମିନ ଉପରେ ସୁପ୍ରିମକୋର୍ଟ ସ୍ଥଗିତ ରଖିଛନ୍ତି। ଏଫଆଇଆରରେ ସେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ପତ୍ନୀଙ୍କ ବିରୋଧରେ ଏକାଧିକ ପାସପୋର୍ଟ ରଖିବାର ଅଭିଯୋଗ ଆଣିଥିଲେ । ତେଲେଙ୍ଗାନା ହାଇକୋର୍ଟ ଦ୍ୱାରା ପ୍ରଦାନ କରାଯାଇଥିବା ଟ୍ରାଞ୍ଜିଟ୍ ଜାମିନ ଉପରେ ସ୍ଥଗିତାଦେଶ ପାଇଁ ଆସାମ ସରକାରଙ୍କ ଦ୍ୱାରା ଦାଖଲ କରାଯାଇଥିବା ଏକ ଆବେଦନ ଉପରେ ବିଚାରପତି ଜେକେ ମାହେଶ୍ୱରୀ ଏବଂ ଅତୁଲ ଏସ ଚାନ୍ଦୁରକରଙ୍କ ଖଣ୍ଡପୀଠ ଖେଡାଙ୍କୁ ଏହି ମାମଲାରେ ନୋଟିସ ଜାରି କରି ତିନି ସପ୍ତାହ ମଧ୍ୟରେ ତାଙ୍କର ଉତ୍ତର ଦାଖଲ କରିବାକୁ କହିଛନ୍ତି। କୋର୍ଟ ସ୍ପଷ୍ଟ କରିଛନ୍ତି ଯେ ଯଦି ଖେଡା ସମ୍ପୃକ୍ତ ଆସାମ କୋର୍ଟରେ ଆଗୁଆ ଜାମିନ ପାଇଁ ଆବେଦନ କରନ୍ତି। ତେବେ ସୁପ୍ରିମକୋର୍ଟର ଏହି ଆଦେଶ ସେହି ପ୍ରକ୍ରିୟାକୁ ବାଧା ଦେବନାହିଁ। ମାମଲାର ପରବର୍ତ୍ତୀ ଶୁଣାଣି ତିନି ସପ୍ତାହ ମଧ୍ୟରେ ହେବ। ଏବଂ ସମସ୍ତ ପକ୍ଷଙ୍କୁ ସେତେବେଳ ପର୍ୟ୍ୟନ୍ତ ସେମାନଙ୍କର ପ୍ରତିକ୍ରିୟା ଦାଖଲ କରିବାକୁ ପଡିବ।

  • Related Posts

    SIM CARD ଆଜିଠାରୁ ସିମ୍ କାର୍ଡ ନିୟମ ପରିବର୍ତ୍ତନ

    ନୂଆଦିଲ୍ଲୀ: ବର୍ତ୍ତମାନର ଡିଜିଟାଲ୍ ଯୁଗରେ ସମସ୍ତଙ୍କ ହାତରେ ସ୍ମାର୍ଟ ଫୋନ୍ । ଛୋଟ ପିଲାଙ୍କଠାରୁ ବୃଦ୍ଧ ପର୍ୟ୍ୟନ୍ତ, ସମସ୍ତଙ୍କ ପାଖରେ ମୋବାଇଲ୍ ଫୋନ୍ ଅଛି । ତେଣୁ, ସମସ୍ତଙ୍କ ପାଖରେ ସିମ୍ କାର୍ଡ ବି ଅଛି । ପ୍ରାୟତଃ, ବାପା ମାଆ…

    Continue reading
    fire in hospital ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ:3 ନବଜାତ ଶିଶୁଙ୍କ ମୃତ୍ୟୁ

    ମହାରାଷ୍ଟ୍ର: ଆଜି ସକାଳେ ମହାରାଷ୍ଟ୍ରର ଅମରାବତୀ ଜିଲ୍ଲା ମହିଳା ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ହସ୍ପିଟାଲର ଶିଶୁ ବିଭାଗ (NICU)ରେ ଅଗ୍ନିକାଣ୍ଡ ଘଟି 3 ଜଣ ନବଜାତ ଶିଶୁଙ୍କ ମୃତ୍ୟୁ ଘଟିଛି । ସେହିପରି ଅନେକ ଶିଶୁ ନିଆଁରେ ପୋଡ଼ି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ