
ଖୋର୍ଦ୍ଧା: ବନ୍ୟା ପ୍ରଭାବିତ ଅଂଚଳରେ ପୋଲିସ କମିଶନରଙ୍କ ରିଲିଫ ବଣ୍ଟନ। ପୋଲିସ କମିସନର ଏସ୍ ଦେବଦତ୍ତ ସିଂ ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକ ପମ୍ପାଲୋ ପଞ୍ଚାୟତର ଟିଙ୍କିପଡା ଗାଁରେ ରିଲିଫ ବଣ୍ଟନ କରିଛନ୍ତି। ଏହି ଅବସରରେ ବନ୍ୟା ପ୍ରଭାବିତଙ୍କ ସହ ବିଭିନ୍ନ ସମସ୍ୟା ନେଇ ଆଲୋଚନା କରିଥିଲେ।
ମହିଳାମାନେ ବନ୍ୟା ସମୟର କଷ୍ଟ ସ୍ଥିତି ପୋଲିସ କମିଶନରଙ୍କୁ କହିଥିଲେ। ଟିଂକିପଡା ଗାଁର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଗୋଟିପୁଅ ନୃତ୍ୟ କଳାକାରଙ୍କ ପୋଲିସ କମିଶନର ପ୍ରଶଂସା କରିଥିଲେ। ଏହି ଅବସରରେ ପୋଲିସ କମିଶନରେଟର ଅନେକ ପ୍ରମୁଖ ଅଧିକାରୀ ରିଲିଫ ବଣ୍ଟନରେ ସାମିଲ ହୋଇଥିଲେ।




