
ଚଣ୍ଡିଖୋଲ : ଯାଜପୁର ଜିଲ୍ଲା ଚଣ୍ଡିଖୋଲ ମହାବିନାୟକ ପୀଠରେ ଫୁଟିଲା ଗୁଳି । ମହାବିନାୟକ ପୀଠକୁ ଏକ ବରଯାତ୍ରୀ ଆସୁଥିବା ବେଳେ ଫୁଟିଛି ଗୁଳି । ଯେଉଁଥିରେ ଦୁଇ ଜଣ ଆହତ ହୋଇଥିବା ଜଣାପଡିଛି । ଗାଡ଼ି ସାଇଡ୍ ମରାକୁ ନେଇ ଗୁଳିକାଣ୍ଡ ହୋଇଥିବା ଅନୁମାନ କରାଯାଉଥିବା ବେଳେ ଯାଜପୁର ବଡ଼ଚଣା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ଖବର ଅନୁଯାୟୀ, ଶୁକ୍ରବାର ମହାବିନାୟକ ଶୈବ ପୀଠରେ ଏକ ବାହାଘର ଚାଲୁଥିଲା । ଏହି ସମୟରେ ବାଜବାଟିରୁ ବରଯାତ୍ରୀ ଆସି ପହଞ୍ଚିଥିଲେ । ସେହି ଅଞ୍ଚଳରେ ଆଉ ଏକ ବିବାହ ହେଉଥିଲା। ତେବେ ଆସିବା ବେଳେ ଗାଡ଼ି ସାଇଡ୍ ମରାକୁ ନେଇ ଉଭୟ ବରଯାତ୍ରୀ ଗୋଷ୍ଠୀଙ୍କ ମଧ୍ୟରେ ବଚସା ହୋଇଥିଲା । ଯାହାକି ପରେ ଉଗ୍ର ରୂପ ନେଇଥିଲା । ଉଭୟ ଗୋଷ୍ଠୀ ମଧ୍ୟରେ ମାରପିଟ ହେବା ସହ ଫାଙ୍କା ଗୁଳିଚାଳନା ମଧ୍ୟ ହୋଇଥିଲା । ତେବେ ଏହି ମାରପିଟ୍ରେ କିଛି ଲୋକେ ଗୁରୁତର ହୋଇଛନ୍ତି । ଏନେଇ ଖବର ପାଇବା ପରେ ବଡ଼ଚଣା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି। ଘଟଣାସ୍ଥଳରୁ ଏକ ଖୋକା ମଧ୍ୟ ଜବତ କରି ତଦନ୍ତ ଚଳାଇଛି ପୋଲିସ।




