ବନ୍ଦ ହେଲା ବିଧାନସଭା: ବର୍ଷିଲା ବିଜେଡି

ଭୁବନେଶ୍ବର: ରାତି ଆଧରେ ଆକସ୍ମିକ ବନ୍ଦ ହେଲା ବିଧାନସଭା । ଶେଷ କାର୍ୟ୍ୟ ଦିବସ ପୂର୍ବରୁ ଗୃହ କାର୍ୟ୍ୟ ବନ୍ଦ । ବିଧାନସଭାକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି । ଏଭଳି ହଠାତ୍ ବନ୍ଦ ନେଇ ରାଜ୍ୟ ସରକାରଙ୍କୁ ଘେରିଛି ବିଜୁ ଜନତା ଦଳ । ଏ ଡବଲ ଇଞ୍ଜିନ ସରକାର ନୁହେଁ ଦୋମୁହାଁ ସରକାର କହି ବର୍ଷିଛନ୍ତି ବିଜେଡି ବରିଷ୍ଠ ନେତା ପ୍ରସନ୍ନ ଆଚାର୍ୟ୍ୟ ଏବଂ ଦେବୀ ମିଶ୍ର ।

ବିଜେଡି ପକ୍ଷରୁ କୁହାଯାଇଛି, ବିଜେପି ଆନୁଷ୍ଠାନିକ ଭାବେ ନିଶିକାନ୍ତ ଦୁବେଙ୍କ ମନ୍ତବ୍ୟକୁ ପ୍ରତିବାଦ କରୁନାହିଁ । ବିଧାନସଭାରେ ଏସିସିବି ଓ ବିଜୁ ବାବୁଙ୍କ ପ୍ରସଙ୍ଗରେ ଆଲୋଚନା କରିବାକୁ ଚାହୁଁ ନାହାନ୍ତି ସରକାର । ବିଜୁ ବାବୁଙ୍କ ପ୍ରତି ଅପମାନ ସୂଚକ ମନ୍ତବ୍ୟକୁ ନେଇ ଶୂନ୍ୟକାଳରେ ବ୍ୟାପକ ଆଲୋଚନା ହୋଇଛି । ବାଚସ୍ପତି ନିନ୍ଦା ପ୍ରସ୍ତାବକୁ ଗ୍ରହଣ କରି ସଂସଦୀୟ ବ୍ୟାପାର କମିଟିକୁ ପଠାଇଥିଲେ । ମାତ୍ର ହଠାତ୍ କ’ଣ ହେଲା ମଧ୍ୟ ରାତ୍ରିରେ ଆକଷ୍ମିକ ଭାବେ ବିଧାନସଭାକୁ ଅନିର୍ଦ୍ଧିଷ୍ଟ କାଳ ଯାଏ ବନ୍ଦ କରିଦେଲେ । ବିରୋଧୀ ନୁହେଁ ସରକାର ଏଠି ବିଧାନସଭା ଚଳେଇବାକୁ ଚାହୁଁନାହାନ୍ତି । ବିରୋଧୀ ସକ୍ରିୟ ଭାବେ ବିଧାନସଭାରେ ଅଲୋଚନ କରିବାକୁ ଚାହୁଁଥିବା ବେଳେ ସରକାର ଚାଲାକି କରି ମୁଲତବୀ ଘୋଷଣା କରିଛନ୍ତି । ଯାହା କି ସରକାର ଦୋମୁହାଁ ଚରିତ୍ରକୁ ଦର୍ଶାଉଛି ବୋଲି ବିଜେଡି ବରିଷ୍ଠ ନେତା ତଥା ବିଧାୟକ ପ୍ରସନ୍ନ ଆଚାର୍ୟ୍ୟ କହିଛନ୍ତି ।

  • Related Posts

    ଅଣ୍ଟା ଭିଡ଼ିଛି ବିଜୁ ଜନତା ଦଳ: ଜିଲ୍ଲା ଗସ୍ତରେ ଯିବେ ନବୀନ

    ଭୁବନେଶ୍ବର: ଆଗାମୀ ପଞ୍ଚାୟତ ନିର୍ବାଚନକୁ ନେଇ ଏବେଠାରୁ ଅଣ୍ଟା ଭିଡ଼ିଛି ବିଜୁ ଜନତା ଦଳ । ୨୦୨୪ ସାଧାରଣ ନିର୍ବାଚନରେ ରାଜ୍ୟରେ କ୍ଷମତା ପରିବର୍ତ୍ତନ ହୋଇଥିବା ବେଳେ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ବିଜେଡି ପାଇଁ ଅତ୍ୟନ୍ତ ଗୁରୁତ୍ୱ ବହନ କରୁଛି…

    Continue reading
    ଚାମେଲିଙ୍କ ବିରୋଧରେ ଅନାସ୍ଥା ଭୋଟିଂ ହେବ, ହେଲେ ଫଳାଫଳ ଘୋଷଣା ହେବନାହିଁ

    କେନ୍ଦ୍ରାପଡ଼ା: ତିଖିରି ସରପଞ୍ଚ ଚାମେଲି ଓଝାଙ୍କ ବିରୋଧରେ ଅନାସ୍ଥା ଭୋଟିଂ ହେବ କିନ୍ତୁ ନ୍ୟାୟାଳୟଙ୍କ ରାୟ ନ ଆସିବା ପର୍ଯ୍ୟନ୍ତ ଫଳାଫଳ ଘୋଷଣା ହେବ ନାହିଁ । ଗତ ଜୁଲାଇ ୨୭ ତାରିଖ ଦିନ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ୱାର୍ଡ ସଭ୍ୟ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ