ମୁମ୍ବାଇ: ପଞ୍ଚଭୂତରେ ଲୀନ ହେଲେ ଭାରତୀୟ ସିନେମାର ବର୍ଷିୟାନ୍ ଅଭିନେତା ମନୋଜ କୁମାର । ଶନିବାର ମୁମ୍ବାଇର ଜୁହୁସ୍ଥିତ ପବନହଂସ ଶ୍ମଶାନ ଘାଟରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷ କୃତ୍ୟ ସମ୍ପନ୍ନ ହୋଇଛି । ଦୀର୍ଘ ଦିନର ଅସୁସ୍ଥତା ପରେ ୪ ଏପ୍ରିଲରେ ୮୭ ବର୍ଷ ବୟସରେ ମୃତ୍ୟୁବରଣ କରିଥିବା ଏହି ଅଭିନେତାଙ୍କର ଅନ୍ତିମ ସଂସ୍କାରରେ ଅମିତାଭ ବଚ୍ଚନ, ପ୍ରେମ ଚୋପ୍ରା ଓ ବଲିଉଡ୍ ଜଗତ ଏବଂ ତାଙ୍କ ପରିବାର ସଦସ୍ୟମାନେ ଅଭିନେତାଙ୍କୁ ଶେଷ ବିଦାୟ ଦେଇଛନ୍ତି । ଯାହାଙ୍କ ମୃତ୍ୟୁ ହିନ୍ଦୀ ସିନେମା ପାଇଁ ଏକ ଯୁଗର ଅନ୍ତ ବୋଲି କହିଲେ ଭୁଲ୍ ହେବ ନାହିଁ । ତାଙ୍କ ପରିବାର ସଦସ୍ୟ ଏବଂ କର୍ମଚାରୀମାନେ ଜାତୀୟ ପତାକାର ପ୍ରତୀକ ତ୍ରିରଙ୍ଗା ଫୁଲରେ ସଜ୍ଜିତ ଏକ ଆମ୍ବୁଲାନ୍ସ ତାଙ୍କ ପାର୍ଥିବ ଶରୀରକୁ ବହନ କରି ନେଇଥିଲେ। ଦେଶାତ୍ମବୋଧ ଚଳଚ୍ଚିତ୍ର ପାଇଁ ବେଶ୍ ଲୋକପ୍ରିୟ ଥିଲେ ମନୋଜ ।‘ଭାରତ’ ନାଁରେ ସେ ଥିଲେ ବେଶ୍ ଲୋକପ୍ରିୟ । ୧୯୯୨ ମସିହାରେ ପଦ୍ମଶ୍ରୀ ଏବଂ ଦାଦା ସାହେବ ଫାଲକେ ସମ୍ମାନରେ ତାଙ୍କୁ ସମ୍ମାନିତ କରାଯାଇଥିଲା । ରୋଟି କପଡା ଔର୍ ମକାନ୍, ଆଦମୀ, ଉପକାର୍, ବେଇମାନ୍, ମେରା ନାମ୍ ଜୋକର, ଅମାନତ୍, କ୍ରାନ୍ତି, ଦଶନମ୍ବରୀ, ମୈଦାନୀ ଜଙ୍ଗ ଆଦି ଚଳଚ୍ଚିତ୍ରରେ ନିଜର ନିଖୁଜ ଅଭିନୟ ଜରିଆରେ ଦର୍ଶକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିଲେ ମନୋଜ କୁମାର । ସୂଚନାଯୋଗ୍ୟ, ଶୁକ୍ରବାର ଭୋର ପ୍ରାୟ ୩ଟା ୩୦ ସମୟରେ ମୁମ୍ବାଇର କୋକିଳାବେନ୍ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ୮୭ ବର୍ଷୀୟ ମନୋଜ କୁମାରଙ୍କ ଦେହାନ୍ତ ଘଟିଛି ।
ମହିଳାମାନେ ପସନ୍ଦ କରୁଥିବା ପୁରୁଷ
– ସ୍ୱଭାବରେ ଶାନ୍ତ ଏବଂ ସୁନ୍ଦର କଥା: ଯେକୌଣସି ବ୍ୟକ୍ତିର କଥାବାର୍ତ୍ତାର ଶୈଳୀରୁ ସେ କେଉଁଭଳି ବ୍ୟକ୍ତି ଏବଂ ତାକୁ କିଭଳି ସଂସ୍କାର ମିଳିଛି ଜଣାପଡ଼ିଥାଏ । ବିଶେଷକରି ଶାନ୍ତ ସ୍ୱଭାବର ପୁରୁଷ ମହିଳାଙ୍କୁ ବହୁତ ପସନ୍ଦ । କାରଣ ଏଭଳି…








