ବାମନାଳ:ବହୁ ଚର୍ଚ୍ଚିତ ବଳଙ୍ଗା ନାବାଳିକା ପୋଡ଼ି ମାରିବା ଉଦ୍ୟମ ଓ ଚିକିତ୍ସାଧୀନ ଅବସ୍ଥାରେ ରହସ୍ୟ ଜନକ ଭାବେ ପୀଡ଼ିତାଙ୍କ ମୃତ୍ୟୁକୁ ନେଇ ରାଜ୍ୟରେ ଚର୍ଚ୍ଚା ହେଉଥିବା ବେଳେ ଆସନ୍ତା ୭ତାରିଖରେ ବିଜେଡି ପକ୍ଷରୁ ୬ଘଣ୍ଟିଆ ଜିଲ୍ଲା ବନ୍ଦ ଡାକରା ନିମନ୍ତେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସଭାପତି ତଥା ପ୍ରାକ୍ତନ ବିଧାୟକ ଉମା ସାମନ୍ତରାୟଙ୍କ ଅଧ୍ୟକ୍ଷତାରେ ହୋଇଥିବା ସଭାରେ ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ ପ୍ରତିବାଦରେ ଆସନ୍ତା ୭ ତାରିଖରେ ପୁରୀ ଜିଲ୍ଲାରେ ବିଜେଡି ଦେଇଥିବା ୬ ଘଣ୍ଟିଆ ବନ୍ଦ ଡାକରାକୁ ସଫଳ କରିବା ପାଇଁ ବୈଠକ ଅନୁଷ୍ଠିତ ହୋଇଯାଛି। ଅନ୍ୟମାନଙ୍କ ମଧ୍ୟରେ ସୁବ୍ରତ ଛାଟୋଇ, କସ୍ତୁରୀବାଳା ସ୍ବାଇଁ,ଗୋପ ବ୍ଲକ ଅଧ୍ୟକ୍ଷ ଝୁନୁ ମଲ୍ଲିକ, ଜିଲ୍ଲା ପରିଷଦ ସଭ୍ୟ କୁଞ୍ଜଲତା ସାମଲ, କାଉନସିଲର ଧନୁର୍ଦ୍ଧର ଦାସ, ସତ୍ୟବାଦୀ ମହାପାତ୍ର, ନିରଞ୍ଜନ ମହାପାତ୍ର, ମାନସ ପ୍ରଧାନ , ଦିଲ୍ଲୀପ ପାତ୍ର,ଗଙ୍ଗାଧର ଜେନା ପ୍ରମୁଖ ଯୋଗ ଦେଇଥିବାବେଳେ ଶତାଧିକ କର୍ମୀ ଉପସ୍ଥିତ ଥିଲେ।
ବୋର୍ଡ ନିଗମ ପଦବୀ ପୂରଣ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି: ରାଜସ୍ବ ମନ୍ତ୍ରୀ
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନୂଆଦିଲ୍ଲୀ ଗସ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି ରାଜସ୍ବ ଓ ବିପର୍ୟ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ। ସେ କହିଛନ୍ତି, ଏହି ଅବସରରେ ବିଜେପିର କେନ୍ଦ୍ରୀୟ ନେତୃତ୍ବଙ୍କ…