ବଳଙ୍ଗା ଘଟଣା: ୭ତାରିଖରେ ବିଜେଡିର ୬ଘଣ୍ଟିଆ ବନ୍ଦ

ବାମନାଳ:ବହୁ ଚର୍ଚ୍ଚିତ ବଳଙ୍ଗା ନାବାଳିକା ପୋଡ଼ି ମାରିବା ଉଦ୍ୟମ ଓ ଚିକିତ୍ସାଧୀନ ଅବସ୍ଥାରେ ରହସ୍ୟ ଜନକ ଭାବେ ପୀଡ଼ିତାଙ୍କ ମୃତ୍ୟୁକୁ ନେଇ ରାଜ୍ୟରେ ଚର୍ଚ୍ଚା ହେଉଥିବା ବେଳେ ଆସନ୍ତା ୭ତାରିଖରେ ବିଜେଡି ପକ୍ଷରୁ ୬ଘଣ୍ଟିଆ ଜିଲ୍ଲା ବନ୍ଦ ଡାକରା ନିମନ୍ତେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସଭାପତି ତଥା ପ୍ରାକ୍ତନ ବିଧାୟକ ଉମା ସାମନ୍ତରାୟଙ୍କ ଅଧ୍ୟକ୍ଷତାରେ ହୋଇଥିବା ସଭାରେ ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ ପ୍ରତିବାଦରେ ଆସନ୍ତା ୭ ତାରିଖରେ ପୁରୀ ଜିଲ୍ଲାରେ ବିଜେଡି ଦେଇଥିବା ୬ ଘଣ୍ଟିଆ ବନ୍ଦ ଡାକରାକୁ ସଫଳ କରିବା ପାଇଁ ବୈଠକ ଅନୁଷ୍ଠିତ ହୋଇଯାଛି। ଅନ୍ୟମାନଙ୍କ ମଧ୍ୟରେ ସୁବ୍ରତ ଛାଟୋଇ, କସ୍ତୁରୀବାଳା ସ୍ବାଇଁ,ଗୋପ ବ୍ଲକ ଅଧ୍ୟକ୍ଷ ଝୁନୁ ମଲ୍ଲିକ, ଜିଲ୍ଲା ପରିଷଦ ସଭ୍ୟ କୁଞ୍ଜଲତା ସାମଲ, କାଉନସିଲର ଧନୁର୍ଦ୍ଧର ଦାସ, ସତ୍ୟବାଦୀ ମହାପାତ୍ର, ନିରଞ୍ଜନ ମହାପାତ୍ର, ମାନସ ପ୍ରଧାନ , ଦିଲ୍ଲୀପ ପାତ୍ର,ଗଙ୍ଗାଧର ଜେନା ପ୍ରମୁଖ ଯୋଗ ଦେଇଥିବାବେଳେ ଶତାଧିକ କର୍ମୀ ଉପସ୍ଥିତ ଥିଲେ।

  • Related Posts

    ମହିଳାଙ୍କୁ ଦଳି ଦେଲା ଦନ୍ତା

    ଆନନ୍ଦପୁର: ଆଜି ସକାଳୁ ଆନନ୍ଦପୁର ସିନେମା ହଲ ନିକଟରେ ଥିବା ଆମ୍ବ ତୋଟାରେ ଜଣେ ମହିଳାଙ୍କୁ ଦନ୍ତା ଦଳି ମାରି ଦେଇଥିବା ବେଳେ ଦୁଇଟି ସାଇକଲ ଭାଙ୍ଗି ଦେଇଛି l ମୃତ ମହିଳା ଫକୀରପୁରର ମଞ୍ଜୁ ନାଥ (୫୫)। ଆଜି ସକାଳୁ…

    Continue reading
    ସ୍ୱତନ୍ତ୍ର ଗ୍ରାମସଭା ସହ ବର୍ଜ୍ୟବସ୍ତୁ ପରିଚାଳନା ସମ୍ପର୍କିତ ସଚେତନତା ଶିବିର

    ଦେବଗଡ଼:ବିଶ୍ବ ପରିବେଶ ଦିବସ ଅବସରରେ ଆଜି ଦେବଗଡ଼ ଜିଲ୍ଲାର ସମସ୍ତ ପଞ୍ଚାୟତରେ ସ୍ୱତନ୍ତ୍ର ଗ୍ରାମସଭା ସହ ବର୍ଜ୍ୟବସ୍ତୁ ପରିଚାଳନା ସମ୍ପର୍କିତ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଜୁନ୍ ୧ ରୁ ୪ ତାରିଖ ମଧ୍ୟରେ ସ୍ୱଚ୍ଛ ଗାଁ ସୁରକ୍ଷିତ ଜଳବାୟୁ କାର୍ଯ୍ୟକ୍ରମରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ