ବଳଦେବ ଜୀଉ ମନ୍ଦିର ଉନ୍ନୟନ ପ୍ରକଳ୍ପର ସମୀକ୍ଷା କଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ

ଭୁବନେଶ୍ୱର: କେନ୍ଦ୍ରାପଡ଼ାର ପ୍ରସିଦ୍ଧ ବଳଦେବ ଜୀଉ ମନ୍ଦିରର ଐତିହ୍ୟ, ପର୍ଯ୍ୟଟନ ଓ ଭକ୍ତଙ୍କ ଭାବାବେଗ ଦୃଷ୍ଟିରୁ ସ୍ୱତନ୍ତ୍ରତା ରହିଛି । ମନ୍ଦିରର ପୂଜାବିଧି ଓ ପରମ୍ପରା ମଧ୍ୟ ଅନେକ ଜଗନ୍ନାଥପ୍ରେମୀଙ୍କୁ ଆକୃଷ୍ଟ କରିଥାଏ । ବର୍ତ୍ତମାନ ସମୟରେ ମନ୍ଦିର ଓ ପାରିପାର୍ଶ୍ଵିକ ଉନ୍ନତି ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ ରହିଛନ୍ତି । ଏହି କ୍ରମରେ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏବଂ କେନ୍ଦ୍ରାପଡ଼ା ସାଂସଦ ଶ୍ରୀ ବୈଜୟନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ବଳଦେବ ଜୀଉ ମନ୍ଦିର ଓ ପାରିପାଶ୍ୱର୍କ ଉନ୍ନତି ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମୁଖ୍ୟ ମନ୍ଦିରର ଆବଶ୍ୟକ ମରାମତି, ପାରିପାର୍ଶ୍ଵିକ ଉନ୍ନତି ସହ ଆନନ୍ଦ ବଜାର, ରୋଷଘର, ସିନ୍ଦୁକ ଘର, ନିକଟରେ ଥିବା ପୁଷ୍କରିଣୀର ଉନ୍ନତିକରଣ ନେଇ କ’ଣ ପଦକ୍ଷେପ ନିଆଯାଇପାରିବ ସେ ନେଇ ପ୍ରସ୍ତାବିତ ଥ୍ରୀ-ଡ଼ି ନକ୍ସାର ତର୍ଜମା କରାଯାଇଥିଲା ।ଏଥି ସହିତ ମାଉସୀ ମା’ ମନ୍ଦିରର ଉନ୍ନତି କରଣ, ପାର୍କିଂ ସ୍ଥଳ, ରଥଖଳା, ଯାତ୍ରୀନିବାସ, ଭୋଗ ଦୋକାନ, ପୋଲିସ କଣ୍ଟ୍ରୋଲ ରୁମ୍‌ ଆଦିର ଆଧୁନିକୀକରଣ ବାବଦରେ ମହାକାଳପଡ଼ା ବିଧାୟକ ଶ୍ରୀ ଦୁର୍ଗା ପ୍ରସନ୍ନ ନାୟକ ଓ ଜିଲ୍ଲାପାଳ ଶ୍ରୀ ରଘୁରାମ ଆର୍‌. ଆୟାରଙ୍କ ଓ ମନ୍ଦିର ସେବାୟତ ମାନଙ୍କ ସହ ଆଲୋଚନା ହୋଇଥିଲା । ଏହି ଅବସରରେ ବଳଦେବ ଜୀଉ ମନ୍ଦିର ଓ ପାରିପାଶ୍ୱର୍କ ଉନ୍ନତି ପାଇଁ ବିସ୍ତୃତ ପ୍ଲାନ୍‌ ରିପୋର୍ଟ ପ୍ରସ୍ତୁତ କରି ସରକାରଙ୍କୁ ପ୍ରଦାନ କରିବା ପାଇଁ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ରାପଡ଼ାର ଅତିରିକ୍ତ ଜିଲ୍ଲାପାଳ, ମନ୍ଦିର ସେବାୟତ ସଂଘର ପ୍ରତିନିଧି ବୃନ୍ଦ ଏବଂ ପୂର୍ତ୍ତ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ ।

  • Related Posts

    ଓଡ଼ିଶାର ୩ଟି ଗୁରୁତ୍ୱପୂର୍ଣ୍ଣ ରେଳ ପ୍ରକଳ୍ପକୁ କ୍ୟାବିନେଟ୍‌ ମଞ୍ଜୁରି

    · ଦେଶର ମୋଟ୍‌ ୪ଟି ରେଳ ଲାଇନ୍‌ ସମ୍ପ୍ରସାରଣ ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟ୍‌ ମଞ୍ଜୁରି ଦ୍ୱାରା ଓଡ଼ିଶା, ପଶ୍ଚିମବଙ୍ଗ, ତାମିଲନାଡୁ ଏବଂ ଆନ୍ଧ୍ରପ୍ରଦେଶର ଆଠଟି ଜିଲ୍ଲା ହେବେ ଉପକୃତ · ଏସବୁ ରେଳ ଲାଇନ ନିର୍ମାଣ ଦ୍ୱାରା ଭାରତୀୟ ରେଳବାଇର ବର୍ତ୍ତମାନର…

    Continue reading
    ରାଇକିଆରେ ଭୀମ ଭୋଇ ସାମର୍ଥ୍ୟ ଅଭିଯାନ ଶିବିର

    ୩୬୬ ଜଣଙ୍କ ପଞ୍ଜୀକରଣ, ୨୮୨ ଜଣଙ୍କୁ ୟୁଡିଆଇଡି ପ୍ରମାଣପତ୍ର ପାଇଁ ଚିହ୍ନଟ ରାଇକିଆ: କନ୍ଧମାଳ ଜିଲ୍ଲାର ରାଇକିଆ ବ୍ଲକ ପରିସରରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ଏବଂ ରାଇକିଆ ବ୍ଲକ ପ୍ରଶାସନର ମିଳିତ ଆନୁକୂଲ୍ୟରେ ‘ଭୀମ ଭୋଇ ସାମର୍ଥ୍ୟ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ