‘ବସ୍ତାନି ଭାରି କିନ୍ତୁ ପାଠ ଘର ଶୂନ: ନବୀନ

ଭୁବନେଶ୍ବର: ସରିଲା ପ୍ରଥମ ପର୍ୟ୍ୟାୟ ବଜେଟ ଅଧିବେଶନ । ଫେବୃଆରୀ ୧୩ ତାରିଖକୁ ଆରମ୍ଭ ହୋଇ ୮ ଦିନ ଧରି ଚାଲିବା ପରେ ଶେଷ ହୋଇଛି । ଆସନ୍ତା ମାର୍ଚ୍ଚ ୭ରୁ ଦ୍ବିତୀୟ ପର୍ୟ୍ୟାୟ ଅଧିବେଶନ ଆରମ୍ଭ ହେବ । ଶେଷ ଦିନରେ ବଜେଟ ଆଲୋଚନାରେ ଭାଗ ନେଇଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ସରକାର ଆଣିଥିବା ବଜେଟର ବିଭିନ୍ନ ଦିଗକୁ ନେଇ ନବୀନ ନିଜର ମତ ରଖିଥିଲେ । ବସ୍ତାନି ଭାରି କିନ୍ତୁ ପାଠ ଘର ଶୂନ ଭଳି ସଦୃଶ ହୋଇଛି ବୋଲି ସରକାରଙ୍କୁ କଟାକ୍ଷ କରିଥିଲେ ନବୀନ ।
ସେ କହିଛନ୍ତି “ଆମର ମିଶନ ଶକ୍ତି ମହିଳା ରାଜରାସ୍ତାରେ ବସିଛନ୍ତି । ଉପଯୁକ୍ତ ଦାବି ପୂରଣ କରିବା ପାଇଁ ଦାବି କରୁଛନ୍ତି । ୨୦୨୭ ସୁଦ୍ଧା ୨୫ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି କରିବାକୁ ବିଜେପି ସରକାର ପ୍ରତିଶ୍ରୁତି ଦେଇଛନ୍ତି । ଲକ୍ଷପତି ଦିଦିଙ୍କ ତାଲିକା ଗୃହରେ ପ୍ରଦାନ କରିବାକୁ ମୁଁ ବିଜେପି ସରକାରଙ୍କ ନିକଟରେ ଗତ ବକ୍ତବ୍ୟ ସମୟରେ ଦାବି କରିଥିଲି । ତାଲିକା ପ୍ରଦାନ କରିବା ବଦଳରେ ସରକାର ମିଶନ ଶକ୍ତି ପାଇଁ ଅର୍ଥ ହ୍ରାସ କରିଛନ୍ତି ସରକାର । ଓଡିଶା ଲୋକଙ୍କ ସମସ୍ୟା ଦୂର କରିବା ପରିବର୍ତ୍ତେ ଏହାକୁ ଏଡ଼ାଇବା ଲାଗି ବଜେଟରେ ସୁନ୍ଦର ସ୍ଲୋଗାନ ଦିଆଯାଇଛି । ଯାହା ବସ୍ତାନି ଭାରି କିନ୍ତୁ ପାଠ ଘର ଶୂନ ଭଳି ସଦୃଶ ହୋଇଛି ।
”ରାଜ୍ୟର ଆର୍ଥିକ ସ୍ୱାସ୍ଥ୍ୟ ପାଇଁ ବିଜେପି ସରକାର ବିଜେଡିକୁ ଧନ୍ୟବାଦ ଦେବା ଉଚିତ । କାରଣ ବିଜେପିକୁ ଉତ୍ତରାଧିକାରୀ ସୁତ୍ରରେ ଏକ ସୁସ୍ଥ ଆର୍ଥିକ ବ୍ୟବସ୍ଥା ବିଜେଡି ଦେଇଛି । ଏହା କେନ୍ଦ୍ର ସରକାରଙ୍କ ହ୍ୟାଣ୍ଡଆଉଟ ଉପରେ ନିର୍ଭର ନକରି ବିକାଶ ପ୍ରକଳ୍ପଗୁଡିକ ପାଇଁ ଅତି କମରେ ପାଣ୍ଠି ଯୋଗାଇବାରେ ସକ୍ଷମ ଅଟେ । ଯାହା ଏଥିରୁ ସ୍ପଷ୍ଟ ହୋଇଛି ଯେ ବଜେଟର ଅଧାରୁ ଅଧିକ ଅର୍ଥ ଓଡିଶାର ନିଜସ୍ୱ ଟିକସ ରାଜସ୍ୱ । ଯାହା ରାଜ୍ୟର ନିଜସ୍ୱ ଟ୍ୟାକ୍ସ, ରାଜ୍ୟର ନିଜସ୍ୱ ଅଣ ଟ୍ୟାକ୍ସ ଏବଂ ଅଂଶୀଦାର କର ଅଟେ । ଭୁବନେଶ୍ୱରରେ ଟ୍ରାଫିକକୁ ହ୍ରାସ କରିବାକୁ ସିଟି ରୋଡ ଯୋଜନା ହୋଇଛି । ଚଳିତ ବର୍ଷର ବଜେଟରେ ଉଲ୍ଲେଖ କରାଯାଇଛି । କିନ୍ତୁ ଡବଲ ଇଞ୍ଜିନ ସରକାର ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ଆର୍ଥିକ ଆବଣ୍ଟନ ହ୍ରାସ କରିଛନ୍ତି ।

  • Related Posts

    ଜ୍ଞାନେଶ କୁମାରଙ୍କୁ ନେଇ ପୁରୁଣା ମାମଲା ପୁଣି ଚର୍ଚ୍ଚାରେ, ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶ

    ନୂଆଦିଲ୍ଲୀ: CEC ଜ୍ଞାନେଶ କୁମାରଙ୍କୁ ନେଇ ୨୦୦୬ ମାମଲାରେ ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶ । ମୁଖ୍ୟ ନିର୍ବାଚନ କମିଶନର ଜ୍ଞନେଶ କୁମାରଙ୍କୁ ନେଇ ପ୍ରାୟ ୨୦ ବର୍ଷ ପୁରୁଣା ଏକ ମାମଲା ପୁଣି ଚର୍ଚ୍ଚାକୁ ଆସିଛି । ୨୦୦୬ର ଏହି ମାମଲାରେ…

    Continue reading
    ନ୍ୟାସନାଲ ଅର୍ବାନ କନକ୍ଲେଭ, ୨୩ରେ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର: ଭୁବନେଶ୍ୱରରେ ହେବ ନ୍ୟାସନାଲ  ଅର୍ବାନ କନକ୍ଲେଭ୍‌ (ଜାତୀୟ ସହରାଞ୍ଚଳ  ସମ୍ମେଳନ) । ଆସନ୍ତା ୨୩ରୁ ୨୫ ତାରିଖ  ଯାଏ ଏହି ସମ୍ମେଳନ ହେବ । ଏଥିରେ  ସବୁ ମହାନଗର ନିଗମର ମେୟର ଓ  କମିଶନର ଯୋଗ ଦେବାର କାର୍ଯ୍ୟକ୍ରମ  ରହିଛି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ