ବାଦ୍‌ ପଡ଼ିବେ ୬ ମନ୍ତ୍ରୀ!

ଭୁବନେଶ୍ବର: ଯାହା ପ୍ରଦର୍ଶନ ଭଲ, ସିଏ ରହିବେ । ଯିଏ ଦୁର୍ବଳ, ହଟିବା ଥୟ । ଆନୁଗତ୍ୟ ହେଉଛି ଦ୍ୱିତୀୟ ପ୍ରମୁଖ ମାନଦଣ୍ଡ । ସରକାରଙ୍କ ଭାବମୂର୍ତ୍ତିକୁ ଆଞ୍ଚ୍‌ ପହଞ୍ଚାଉଥିବା ନେତାଙ୍କ ସ୍ଥାନ ନାହିଁ ମୋହନ ମନ୍ତ୍ରିମଣ୍ଡଳରେ । ଏମିତି କଠୋର ନୀତି ଧରି ମନ୍ତ୍ରୀମାନଙ୍କର ଦକ୍ଷତା ମୂଲ୍ୟାୟନ କରୁଛନ୍ତି ମୋହନ ସରକାର । ଏଭଳି ଚର୍ଚ୍ଚା ଜୋର୍‌ ଧରିଲାଣି ପାୱାର୍‌ କରିଡର୍‌ରେ । କୁହାଯାଉଛି, ସରକାରଙ୍କ ଦ୍ୱିତୀୟ ବର୍ଷ ପୂର୍ତ୍ତି ପରେ ଜୁନ୍‌ ତୃତୀୟ ସପ୍ତାହ ବେଳକୁ ହୋଇପାରେ ମୋହନ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଓ ଅଦଳବଦଳ । ଏ ନେଇ ଆସନ୍ତା ଜୁନ୍‌ ୨ରୁ ମନ୍ତ୍ରୀମାନଙ୍କର ଦକ୍ଷତାର ସିଧା ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବିଭାଗୱାରୀ ସମୀକ୍ଷା କରାଯିବ ।

ଅତି ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ଖବର ମୁତାବକ, ନିଜ ଇଚ୍ଛା ମୁତାବକ ମନ୍ତ୍ରୀ ବାଛିବା ଓ ହଟାଇବା ଲାଗି ମୋହନଙ୍କୁ ଉପର ମହଲରୁ ପୂର୍ଣ୍ଣ ସ୍ୱାଧୀନତା ମିଳି ଯାଇଛି । ଅତି କମ୍‌ରେ ୬ ଜଣଙ୍କ ଦକ୍ଷତା ଓ ଏବଂ ଆନୁଗତ୍ୟ ଉପରେ ମୋହନ ଖୁସି ନାହାନ୍ତି । ଏଣୁ ଏମାନଙ୍କ ମୁଣ୍ଡ ଉପରେ ଖଣ୍ଡା ଝୁଲୁଛି । ଆଉ ୬ଟି ମନ୍ତ୍ରିପଦ ଫାଙ୍କା ପଡ଼ିଛି । ଏହାର ଅର୍ଥ ହେଉଛି ୧୨ଟି ମନ୍ତ୍ରି ପଦ । କାହା ମୁଣ୍ଡରେ ଢଳିବ ମୋହନ କଳସ? ଆଶାୟୀ ଲବି ତେଜିଛନ୍ତି । ଯେଉଁ ଜିଲ୍ଲାରୁ କେହି ମନ୍ତ୍ରୀ ନାହାନ୍ତି, ସେଥିରୁ କେତେକଙ୍କ ମନରେ ମନ୍ତ୍ରୀ ପଦ ଲଡ଼ୁ ଆଶା ବଢ଼ିଛି । ଅନେକ ବଡ଼ ନେତାଙ୍କ ଚକ୍କର କାଟିବାରେ ଲାଗିଛନ୍ତି । କିଏ ମୁଖ୍ୟମନ୍ତ୍ରୀଙ୍କ ଆଖପାଖ ଭାବେ ଜଣାଶୁଣା ନେତାଙ୍କୁ ଖୁସ୍‌ କରାଇ ନିଜ ଯୋଗ୍ୟତା ପ୍ରତିପାଦିତ କରିବାକୁ ଉଦ୍ୟମ କରୁଛି ତ ଆଉ କିଏ ରାଜ୍ୟ ସଭାପତିଙ୍କ ମନ ଜିଣିବାକୁ ପ୍ରାଣପଣେ ଚେଷ୍ଟା ଚଳାଇଛନ୍ତି । ଆଉ କିଏ ସଂଘ ଶରଣ ପଶୁଛନ୍ତି । କିଛି କିଛି ନେତା ସୋସିଆଲ ମିଡିଆରେ ନିଜ ସମର୍ଥକଙ୍କ ମାଧ୍ୟମରେ ଚର୍ଚ୍ଚା ଖେଳାଇବାରେ ଲାଗି ପଡ଼ିଛନ୍ତି । କିନ୍ତୁ, ମୋହନ ସରକାର ପୂରା ମାପିଚୁପି ପରଖୁଛନ୍ତି ଯୋଗ୍ୟତା ।

ଯୋଗ୍ୟତା, ଦକ୍ଷତା ମୂଲ୍ୟାୟନ ପାଇଁ ୧୬ ପୃଷ୍ଠାର ଫର୍ମାଟରେ ନିଜ ବିଭାଗର ୨ବର୍ଷର ସଫଳତା, ଉପଲବ୍ଧି ଉପସ୍ଥାପନ କରିବାକୁ ମନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛ । ପ୍ରଥମ ଦନି ରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ବିଭାଗର କାର୍ୟ୍ୟକାରିତା ଓ ଦକ୍ଷତାର ସମୀକ୍ଷା କରାଯିବ । ଜୁନ୍‌ ୯ ତାରିଖ ମଧ୍ୟରେ ସମସ୍ତ ମନ୍ତ୍ରୀମାନଙ୍କ ରିପୋର୍ଟ କାର୍ଡ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

  • Related Posts

    ଏ ବର୍ଷ ଏଲ୍ ନିନୋ ପ୍ରଭାବରେ କମ୍ ବର୍ଷା ସମ୍ଭାବନା

    ଚଳିତ ବର୍ଷ ମୌସୁମୀ ପ୍ରବାହ ସମୟରେ ଏଲ୍ ନିନୋ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏଥିଯୋଗୁଁ ଚଳିତ ବର୍ଷ ମୌସୁମୀ ଋତୁ ଅର୍ଥାତ ଜୁନ୍ ରୁ ସେପ୍ଟମ୍ବର ମଧ୍ୟରେ ବର୍ଷାର ପରିମାଣ କମ୍ ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ…

    Continue reading
    ବିପର୍ଯ୍ୟୟ ବିପଦ ହ୍ରାସ ପାଇଁ ଗଠିତ ବ୍ରିକ୍ସ ଗୋଷ୍ଠୀର ଦ୍ୱିତୀୟ ବୈଠକ ଆଜିଠାରୁ ପୁରୀରେ ଆରମ୍ଭ

    ଭୁବନେଶ୍ୱର: ଭାରତ ୨୦୨୬ ବ୍ରିକ୍ସ ରାଷ୍ଟ୍ର ଗୋଷ୍ଠୀ ବୈଠକର ଅଧ୍ୟକ୍ଷତା କରୁଥିବା ବେଳେ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଏନଡିଏମଏ) ପକ୍ଷରୁ ପୁରୀ ଠାରେ ବ୍ରିକ୍ସ ବିପର୍ଯ୍ୟୟ ବିପଦ ହ୍ରାସ ଗୋଷ୍ଠୀର ଦ୍ୱିତୀୟ ବୈଠକ ଆୟୋଜନ କରାଯାଉଛି । ଆଜି ଠାରୁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ