ବାପାମାଆ ଛେଉଁଣ୍ଡ ପିଲାଙ୍କ ପ୍ରତି ସରକାର ସମ୍ବେଦନହୀନ: ବିଜେଡି

ଭୁବନେଶ୍ୱର: କୋଭିଡ ମହାମାରୀ ସମୟରେ ୫୦ ହଜାରରୁ ଉଦ୍ଧ୍ୱର୍ ବାପାମାଆ ଛେଉଁଣ୍ଡ ପିଲାମାନେ ଗତ ମାର୍ଚ୍ଚ ମାସରୁ ଆର୍ଥୀକ ସହାୟତା ପାଇନାହାଁନ୍ତି । ବୟସ୍କ, ଭିନ୍ନକ୍ଷମ ଓ ବିଧବାଙ୍କୁ ଭତ୍ତା ପ୍ରଦାନରେ ବିଫଳ ହୋଇଥିôବା ସରକାର, ଛୋଟ ଛୋଟ ଅନାଥ ଶିଶୁଙ୍କ ପ୍ରତି ମଧ୍ୟ ଅମାନବୀୟ ଭାବେ ମାସିକ ଭତ୍ତା ଦେବାରେ ବିଫଳ ହେବାକୁ ନେଇ ବିଜେଡି ନିନ୍ଦା କରିଛି ।
ଏକ ପ୍ରେସ ବିବୃତ୍ତିରେ ଗଣମାଧ୍ୟମ ସଂଯୋଜକ ତଥା ମୁଖପାତ୍ର ଡ. ଲେନିନ ମହାନ୍ତି କହିଛନ୍ତି, କୋଭିଡ ମହାମାରୀ ସମୟରେ ରାଜ୍ୟର ୫୦ ହଜାରରୁ ଉଦ୍ଧ୍ୱର୍ ଛୋଟ ଛୋଟ ଶିଶୁ ନିଜ ବାପାମାଆଙ୍କୁ ହରାଇ ଅନାଥ ହେଉଥିଲେ । ସେମାନଙ୍କ ଲାଳନପାଳନ ପାଇଁ ତକ୍ରାଳୀନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ, ଆଶୀର୍ବାଦ ଯୋଜନା ପ୍ରଚଳନ କରି ରାଜ୍ୟ ସରକାରଙ୍କ ତରଫରୁ ମାସିକ ଆର୍ଥୀକ ସହାୟତା ପ୍ରଦାନର ବ୍ୟବସ୍ଥା କରିଥିଲେ । କୋଭିଡରେ ଉଭୟ ବାପାମାଆଙ୍କୁ ହରାଇଥିବା ପିଲାମାନେ ମାସିକ ୨.୫ ହଜାର ଏବଂ ଉଭୟଙ୍କ ମଧ୍ୟରୁ ଜଣଙ୍କୁ ହରାଇଥିଲେ ମାସିକ ୧.୫ ହଜାର ଟଙ୍କା ପ୍ରଦାନ କରାଯାଉଥିଲା । ଏହି ମାସିକ ସହାୟତା ଅର୍ଥ ଅନାଥ ଶିଶୁମାନଙ୍କୁ ଲାଳନପାଳନ କରୁଥିବା ତାଙ୍କ ସଂପର୍କୀୟ ବା ସେ ରହୁଥିବା ଅନୁଷ୍ଠାନଙ୍କୁ ସିଧାସଳଖ ଆକାଉଣ୍ଟ ପ୍ରଦାନ କରାଯାଉଥିଲା । ଗତ ମାର୍ଚ୍ଚ ମାସଠାରୁ ଏହି ସହାୟତା ରାଶି ସରକାରଙ୍କ ପକ୍ଷରୁ ପ୍ରଦାନ କରାନଯିବାରୁ ଏହି ପିଲାମାନଙ୍କ ଲାଳନପାଳନରେ ଘୋର ସଂକଟ ସୃଷ୍ଟି ହେଉଛି ।
ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଆଶୀର୍ବାଦ ଯୋଜନା କାର୍ଯ୍ୟକାରୀ କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଆସୁଥିଲେ ମଧ୍ୟ ସରକାରୀ ସହାୟତା ବନ୍ଦ ହୋଇଥିବାରୁ ବର୍ତ୍ତମାନ ନିଜର ଅସହାୟତା ପ୍ରକାଶ କରୁଛନ୍ତି । ସରକାର ତୁରନ୍ତ ବକେୟା ଅର୍ଥ ରାଶି ସହ ମାସିକ ଭତ୍ତା ପ୍ରଦାନ କରିବାକୁ ବିଜେଡି ଦାବି କରିଛି ।

  • Related Posts

    ସଂସଦର ସମୟ ନଷ୍ଟ ହେବା ଯୋଗୁଁ ୨୧୬ କୋଟି କ୍ଷତି : ଅପରାଜିତା

    ସଂସଦରେ ହଙ୍ଗାମା ଓ କାର୍ଯ୍ୟଦିବସ ନଷ୍ଟକୁ ନେଇ ବଡ଼ ବୟାନ ଦେଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ସଂସଦ ଯେଉଁଭଳି ଭାବେ ଚାଲିଲା, ତାହା ଅତ୍ୟନ୍ତ ନୈରାଶ୍ୟଜନକ ବୋଲି କହିଛନ୍ତି ଅପରାଜିତା । ତାଙ୍କ କହିବା ଅନୁସାରେ, ସଂସଦର ମୂଲ୍ୟବାନ…

    Continue reading
    ବିଜେପି ବିଧାୟକଙ୍କ ଦୋଷକୁ ରାଜ୍ୟ ସରକାର ଘଣ୍ଟ ଘୋଡାଉଛନ୍ତି: ବିଜେଡି

    ଭୁବନେଶ୍ୱର: କଟକ ସଦର ବିଧାୟକ ପ୍ରକାଶ ସେଠୀଙ୍କ ଦ୍ୱାରା ଦୁର୍ବ୍ୟବହାର ଅଭିଯୋଗ ଆଣି ରେଭେନ୍ସା ବିଶ୍ୱ ବିଦ୍ୟାଳୟରେ ସମୂହ ଇସ୍ତଫା ଦେଇଥିବା ତିରିଶ ଜଣ ୱାର୍ଡେନ ଓ ଡେପୁଟି “ୱାର୍ଡେନଙ୍କ ସ୍ଥାନରେ ନୂତନ ଚିପ୍ ୱାଡେନ, ୱାର୍ଡେନ ଓ ଡେପୁଟି ୱାର୍ଡେନ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ