ବାରକୋଟ ବ୍ଲକସ୍ତରୀୟ ବରିଷ୍ଠ ନାଗରିକ ମଞ୍ଚର ବୈଠକ

ଦେବଗଡ଼:ବାରକୋଟ ବ୍ଲକସ୍ତରୀୟ ବରିଷ୍ଠ ନାଗରିକ ମଞ୍ଚର ବୈଠକ ଅନୁଷ୍ଠିତ ହୋଇଯାଇଛି।ସ୍ଥାନୀୟ ଶିବ ମନ୍ଦିର ପରିସରରେ ସଭାପତି ପଞ୍ଚାନନ ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ସଂପାଦକ ପଞ୍ଚାନନ ସାହୁ ପୂର୍ବ ଅଧିବେଶନର ବୈଠକ ସଂପର୍କରେ ସୂଚନା ଦେଇଥିଲେ। ବୈଠକରେ ବାରକୋଟରେ ନିର୍ମିତ ହ‌ୋଇଥିବା ଶବବ୍ୟବ‌ଛେଦ ଗୃହ କାର୍ଯ୍ୟକ୍ଷମ,ବାରକୋଟ ସିଏଚସିରେ ଆବଶ୍ୟକୀୟ ଡାକ୍ତର ନଥିବାରୁ ବୈଠକରେ କ୍ଷୋଭ ପ୍ରକାଶ ପାଇଥିଲା।ଏନେଇ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯିବ ବ‌ୋଲି ବୈଠକରେ ନିଷ୍ପତି ନିଆଯାଇଛି।ଏହାସହିତ ବୃକ୍ଷରୋପଣ କାର୍ଯ୍ୟକ୍ରମ ଓ ଆସନ୍ତା ସ୍ବାଧିନତା ଦିବସ ଅବସରରେ ବ୍ଲକର ବିଦ୍ୟାଳୟସ୍ତରରେ ବିଭିନ୍ନ ପ୍ରତିଯୋଗିତା କରାଯିବା ସହ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯିବ ବୋଲି ବୈଠକରେ ସ୍ଥିର କରାଯାଇଛି।ମଞ୍ଚର ଉପଦେଷ୍ଟା ମଦନମୋହନ ପ୍ରଧାନ ସ୍ବଇଚ୍ଛାରେ ବୃକ୍ଷ‌ରୋପଣ ପାଇଁ ଆମ୍ବ ଚାରା ପ୍ରଦାନ କରିଥିଲେ। ଏହାସହିତ ମନ୍ଦିର ପରିସରରେ ବୃକ୍ଷରୋପଣ କରାଯାଇଥିଲା।ବୈଠକରେ ମଞ୍ଚର ସଦସ୍ୟ ଅଶୋକ ନାୟକ,ବିରେନ୍ଦ୍ର ପୃଷ୍ଟି,ରମାକାନ୍ତ ପ୍ରଧାନ, ହରିହର ସାହୁଙ୍କ ସମେତ ମଞ୍ଚର ବହୁ ସଦସ୍ୟ ଉପସ୍ଥିତ ଥିଲେ।

  • Related Posts

    ଦାଦନ ମୃତକଙ୍କ ପରିବାର ପାଖରେ ‘ସ୍ୱାକ୍‌’,ଅସହାୟ ପରିବାରକୁ ରାସନ, ପୋଷାକ ଓ ସହାୟତା ପ୍ରଦାନ

    ଘୁ.ଉଦୟଗିରି: ସ୍ୱାଧୀନତା ଦିବସ ଅବସରରେ ମାନବିକତାର ଏକ ନିଆରା ଉଦାହରଣ ସୃଷ୍ଟି କରିଛି ‘ସୋସିଆଲ୍ ୱର୍କର୍ସ ଅଫ୍ କନ୍ଧମାଳ’ (ସ୍ୱାକ୍‌)। କେରଳରେ ଦାଦନ ଶ୍ରମିକ ଭାବେ କାମ କରୁଥିବା ସମୟରେ ଗତ ୯ ଅଗଷ୍ଟରେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଟିକାବାଲି ବ୍ଲକ…

    Continue reading
    ନିଶାମୁକ୍ତ ଓଡ଼ିଶା ସହ ଆଧୁନିକ ପୋଲିସ ବାହିନୀ ଗଠନ ଆମର ଲକ୍ଷ୍ୟ: ଡିଜିପି

    ଭୁବନେଶ୍ୱର, : ଅଗଷ୍ଟ ୨୦୨୪ରୁ ଜୁଲାଇ ୨୦୨୬ ମଧ୍ୟରେ ଆଇନ-ଶୃଙ୍ଖଳା ରକ୍ଷା, ଅପରାଧ ନିୟନ୍ତ୍ରଣ, ନକ୍ସଲ ଦମନ, ନିଶାଦ୍ରବ୍ୟ ବିରୋଧୀ ଅଭିଯାନ, ମହିଳା ଓ ଶିଶୁ ସୁରକ୍ଷା, ସାଇବର ଅପରାଧ ଦମନ, ଉପକୂଳ ସୁରକ୍ଷା, ଅପରାଧ ଦମନ, ଦୋଷୀ ସାବ୍ୟସ୍ତ ହାର…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ