ବାରବାଟୀ ଟି-୨୦: ଅନ୍‌ଲାଇନ୍ ଟିକଟ ୪୫ ମିନିଟ୍‌ରେ ଶେଷ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ଡିସେମ୍ବର ୯ ତାରିଖରେ ହେବାକୁ ଥିବା ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ୍‌ ପାଇଁ ଆଜି ଅନ୍‌ଲାଇନ୍‌ରେ ଟିକଟ ବିକ୍ରି ହୋଇଛି। ଅନ୍‌ଲାଇନ୍‌ରେ ୨ ହଜାର ଟିକଟ ବିକ୍ରି ହେବାର ଥିଲା। ଅପରାହ୍ଣ ୨ଟାରେ ବିକ୍ରି ଆରମ୍ଭ ହୋଇଥିବା ବେଳେ ମାତ୍ର ୪୫ ମିନିଟ୍‌ ଭିତରେ ସବୁ ଟିକଟ ବିକ୍ରି ହୋଇଯାଇଥିଲା। ଗ୍ୟାଲେରି ଟିକଟ କାଉଣ୍ଟର ଖୋଲା ହେବାର ମାତ୍ର ୫-୭ ମିନିଟ୍‌ ଭିତରେ ସବୁ ଟିକେଟ ବିକ୍ରି ହୋଇଯାଇଥିଲା। ସ୍ପେସାଲ୍‌ ଏନ୍‌କ୍ଲୋଜର, ଏସି ବକ୍ସ, ନ୍ୟୁ ପାଭିଲିୟନ ଟିକଟ ବିକ୍ରି ହେବାକୁ ପାଖାପାଖି ୪୫ ମିନିଟ୍‌ ଲାଗିଥିଲା। ଗ୍ୟାଲେରି ନଂ.୨, ୪, ୭ରୁ କିଛି ଏବଂ ଏସି ବକ୍ସ, ନ୍ୟୁ ପାଭିଲିୟନ, ସ୍ପେସାଲ ଏନ୍‌କ୍ଲୋଜରର ଟିକଟ ଅନ୍‌ଲାଇନରେ ଉପଲବ୍ଧ ଥିଲା। ଆସନ୍ତା ୩ ଓ ୪ ତାରିଖରେ ଓସିଏ ସହିତ ଅନୁବନ୍ଧିତ ଜିଲ୍ଲା ସଂଘ, କ୍ଲବ, ସ୍କୁଲ୍‌ ଆଦି ଅନୁଷ୍ଠାନକୁ ଟିକଟ ବିକ୍ରି କରାଯିବ। ଚଳିତ ବର୍ଷ ବାରବାଟୀରେ ଦର୍ଶକ ସାମର୍ଥ୍ୟ ପାଖାପାଖି ୪୨ ହଜାର ରହିଥିବା ବେଳେ ସେଥିରୁ ୨ ହଜାର ଟିକଟ ଅନ୍‌ଲାଇନରେ ବିକ୍ରି ହୋଇଛି।
ଓସିଏ ସିଇଓ ସୁବ୍ରତ ବେହେରାଙ୍କ କହିବାନୁସାରେ, ଆଜି ଅପରାହ୍‌ଣ ୨ଟାରେ ଅନ୍‌ଲାଇନ୍‌ ଟିକଟ ବିକ୍ରି ଆରମ୍ଭ ହୋଇଥିଲା। ୨ଟା ୪୫ ସୁଦ୍ଧା ସବୁ ବିକ୍ରି ହୋଇଯାଇଥିଲା। ଗତକାଲି ରାଞ୍ଚି ମ୍ୟାଚ୍‌ରେ ଭାରତର ପ୍ରଦର୍ଶନକୁ ଆଧାର କରି ବାରବାଟୀ ମ୍ୟାଚ୍‌ର କ୍ରେଜ୍‌ ବୃଦ୍ଧି ପାଇଛି। ଆସନ୍ତା ୩ ଓ ୪ ତାରିଖ ଓସିଏ ସହ ଅନୁବନ୍ଧିତ ସଂସ୍ଥାକୁ ଟିକଟ ବିକ୍ରି କରାଯିବ। ଏଥିପାଇଁ ୧୧ ହଜାର ଟି‌କଟ ରହିଛି। ୫ ତାରିଖରୁ କାଉଣ୍ଟରରେ ଟିକଟ ବିକ୍ରି ଆରମ୍ଭ ହେବ। ଏଥିରୁ ୨ଟି କାଉଣ୍ଟର କେବଳ ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ରହିବ। କାଉଣ୍ଟର ପାଇଁ ୧୦ ହଜାର ଟିକଟ ଉପଲବ୍‌ଧ ରହିଛି ଏବଂ ଅବଶି‌ଷ୍ଟ ୧୮,୪୦୦ ଟିକଟ ପାସ୍‌ ଆକାରରେ ବଣ୍ଟନ କରାଯିବ। ଏହି ପାସ୍‌ ବିସିସିଆଇ କର୍ତ୍ତୃପକ୍ଷ, ପୂର୍ବତନ ଖେଳାଳି, ବିଭିନ୍ନ ଜିଲ୍ଲା ସଂଘ ଓ କ୍ରୀଡ଼ା ସଂଘକୁ ପ୍ରଦାନ କରାଯିବ ବୋଲି ସିଇଓ ଶ୍ରୀ ବେହେରା ସୂଚନା ଦେଇଛନ୍ତି। ପୂର୍ବରୁ ଅନ୍‌ଲାଇନରେ ୨ ହଜାରରୁ ଅଧିକ ଟିକଟ ବିକ୍ରି ହେଉଥିବା ବେଳେ ଚଳିତବର୍ଷ ଏହା ୨ ହଜାରରେ ସୀମିତ ରହିବା ସମ୍ପର୍କରେ ସିଇଓ କହିଛନ୍ତି ଯେ, କାଉଣ୍ଟରରେ ବିକ୍ରି ହେ‌ଲେ ଆଞ୍ଚଳିକ କ୍ରିକେଟ ପ୍ରେମୀ ଅଧିକ ଟିକଟ ପାଇବେ। ସେଥିପାଇଁ କାଉଣ୍ଟରରେ ବିକ୍ରି ପାଇଁ ୧୦ ହଜାର ଟିକଟ ରଖାଯାଇଛି। କାଉଣ୍ଟରରେ ଜଣେ ବ୍ୟକ୍ତିକୁ କେବଳ ୨ଟି ଟିକଟ ବିକ୍ରି କରାଯିବ ବୋଲି ସିଇଓ ସୂଚନା ‌ଦେଇଛନ୍ତି।

  • Related Posts

    ଏସୀୟ କ୍ରୀଡା ; ହାରିଲା ପାକିସ୍ତାନ; ଟିମ୍ ଇଣ୍ଡିଆ ଜିତିଲା ସ୍ୱର୍ଣ୍ଣ ପଦକ

    ନୂଆଦିଲ୍ଲୀ : ଏସୀୟ କ୍ରୀଡାରେ ଇତିହାସ ରଚିଲା ଭାରତ। କ୍ରିକେଟରେ ସ୍ୱର୍ଣ୍ଣ ପଦକ ଜିତିଲା ଭାରତ। ଫାଇନାଲରେ ପାକିସ୍ତାନକୁ ହରାଇ ସୁନା ଜିତିଲା ଟିମ୍ ଇଣ୍ଡିଆ। ଲଗାତାର ୨ୟ ଥର ପାଇଁ ସ୍ୱର୍ଣ୍ଣ ପଦକ ହାତେଇଲା ଭାରତ। ୧୯ ରନରେ ପାକିସ୍ତାନକୁ…

    Continue reading
    ଲଭଲିନା ରଚିଲେ ଇତିହାସ, ମେରି କମଙ୍କ ପରେ ସ୍ବର୍ଣ୍ଣ ଜିତିଥିବା ଦ୍ବିତୀୟ ଭାରତୀୟ

    ଭାରତୀୟ ବକ୍ସର ଲଭଲିନା ବୋରଗୋହେନ ୨୦୨୬ ଏସୀୟ କ୍ରୀଡ଼ାରେ ଦେଶ ପାଇଁ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଛନ୍ତି । ମହିଳା ୭୫ କିଲୋଗ୍ରାମ ବର୍ଗର ଫାଇନାଲରେ ଚୀନର ବକ୍ସର ବାଓ ଜିୟିଙ୍କୁ ୫-୦ରେ ପରାସ୍ତ କରିଛନ୍ତି । ପ୍ରଥମ ଦୁଇ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ