ବିଚାରଧାରାକୁ ନେଇ ରାଜସ୍ୱ ମନ୍ତ୍ରୀଙ୍କ ମନ୍ତବ୍ୟ ପିଲାଳିଆମି: ବିଜେଡି

ଭୁବନେଶ୍ୱର: ରାଜନୈତିକ ଦଳର ବିଚାରାଧାରାକୁ ନେଇ ବିଜେପି ନେତା ତଥା ରାଜସ୍ୱ ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ଦେଇଥିବା ମନ୍ତବ୍ୟ ଅତ୍ୟନ୍ତ ଅଶୋଭନୀୟ ଓ ପିଲାଳିଆମି ବୋଲି ବିଜେଡି କହିଛି । ବିଜେପି ଦଳରେ ରହିଥିବା ଦୁର୍ବଳତା ତଥା ଅର୍ନ୍ତଦ୍ୱନ୍ଦ୍ୱକୁ ଦୂର କରିବା ପାଇଁ ରାଜସ୍ୱ ମନ୍ତ୍ରୀଙ୍କ ଅଭିନବ ପ୍ରୟାସ ।

ଶଙ୍ଖ ଭବନଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ. ଲେନିନ ମହାନ୍ତି କହିଛନ୍ତି ଯେ, ବିଜେପି ରାଜ୍ୟରେ ଶାସନକୁ ଆସିବା ପରେ ଗତ ଦୁଇ ବର୍ଷ ମଧ୍ୟରେ ଦୁର୍ବଳ ନେତୃତ୍ୱ, କୁଶାସନ, ଦୁର୍ନୀତି ବୃଦ୍ଧି ପାଇବାରେ ଲାଗିଛି । ସାଧାରଣ ଲୋକେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କ୍ଷମତାକୁ ଆସନ୍ତୁ ବୋଲି ଚାହୁଁଛନ୍ତି । ତେଣୁ ଏବେ ଏକ ସର୍ଭେରେ କୁହାଯାଇଛି ଯେ, ଯଦି ବର୍ତ୍ତମାନ ନିର୍ବାଚନ ହୁଏ । ତାହା ହେଲେ ବିଜେଡି ୮୦ରୁ ଅଧିକ ଆସନ ଜିତିବ ଏବଂ ବିଜେପି ଧରାଶାୟୀ ହେବ । ଏଭଳି ପରିସ୍ଥିତିରେ ଭାରତୀୟ ଜନତା ପାର୍ଟି ତୁଛା ବିଚାରଧାରା ନାରା ଦେଉଛନ୍ତି । ନିକଟରେ ବିଜେଡିର ପୂର୍ବତନ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ, ବିଜେପି ଦଳରେ ଯୋଗଦେଇଛନ୍ତି । ସେ ଆଜି ରାଜ୍ୟସଭା ଉପନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଗଣତନ୍ତ୍ରରେ କୌଣସି ନେତା କୌଣସି ଦଳକୁ ଯାଇପାରିବେ । କିନ୍ତୁ ଦେବାଶିଷ ସାମନ୍ତରାୟ ବିଜେପିକୁ ଯିବା ପରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଦେଇଥିବା ମନ୍ତବ୍ୟ ଅତ୍ୟନ୍ତ ଅଶୋଭନୀୟ ଓ ପିଲାଳିଆମି ବୋଲି ବିଜେଡି କହିଛି ।
ଡ. ମହାନ୍ତି କହିଛନ୍ତି, ସାରା ଦେଶରେ ୱାସିଂ ମେସିନ ଧରି ବୁଲୁଥିବା ବିଜେପି ଆଜି ବିଚାରାଧାରା କଥା କହିବା ସବୁଠାରୁ ହାସ୍ୟସ୍ପଦ କଥା । ଶ୍ରୀ ପୂଜାରୀ କହିଛନ୍ତି, ବିଚାରା ଧାରା ନଥିବା ବିଜେଡି ଦଳ ବିଲୟ ହୋଇଯିବ । ଆମର ଏଠାରେ ପ୍ରଶ୍ନ, ଦେବାଶିଷ ସାମନ୍ତରାୟ ଯେତେବେଳେ ବିଜେଡିରେ ଥିଲେ ବିଜେପିକୁ ଅତ୍ୟନ୍ତ କଟୁ ଭାଷାରେ କହୁଥିଲେ । ସେତେବେଳେ କୁଆଡେ ଯାଇଥିଲା ବିଚାରାଧାରା । ତେଣୁ ଶ୍ରୀ ପୂଜାରୀ ଜଣେ ବରିଷ୍ଠ ଆଇନଜୀବୀ ଓ ସାମ୍ୱିଧାନିକ ପଦବୀରେ ଥିବା ମନ୍ତ୍ରୀଙ୍କ ଠାରୁ ଏପରି ଭାଷା ଆଦୌ ଆଶା କରାଯାଏ ନାହିଁ ।
ସର୍ଭେ ରିପୋର୍ଟରେ ବିଜେଡି ବିପୁଳ ବିଜୟ ହାସଲ କରିବ ବୋଲି ଜଣାପଡିବା ପରେ ଏହି ଭୟ ଓ ଅସ୍ଥିରତା ହିଁ ବିଜେପିକୁ “ପାନିକ୍ ମୋଡ୍’ରେ ପହଞ୍ଚାଇଛି । ଦଳ ଭିତରେ ନେତୃତ୍ୱ ସଙ୍କଟ ଓ ଅର୍ନ୍ତଦ୍ୱନ୍ଦ୍ୱ ବଢ଼ିବାରୁ ବିଭିନ୍ନ ଦଳର ନେତାମାନଙ୍କୁ ପ୍ରଲୋଭନ ଦେଇ ଆଣିବାର ଅପଚେଷ୍ଟା କରାଯାଉଛି । ଯାହାର ସଦ୍ୟତମ ଉଦାହାରଣ ହେଉଛନ୍ତି ଦେବାଶିଷ ସାମନ୍ତରାୟ ।
ରାଜସ୍ୱ ମନ୍ତ୍ରୀ ବିଚାରଧାରାର କଥା ଉଠାଇଥିବା ବେଳେ ବିଜେଡି ପ୍ରଶ୍ନ କରିଛି ଯେ, ଯଦି କୌଣସି ବ୍ୟକ୍ତିଙ୍କୁ ନେବା ବେଳେ ବିଚାରଧାରାର ପ୍ରଶ୍ନ ଉଠିନଥିଲା, ତେବେ ସେହି ବ୍ୟକ୍ତି ବିଜେପିରେ ଯୋଗ ଦେବା ପରେ ହଠାତ୍ କିପରି ବିଚାରଧାରାର ପ୍ରତୀକ ହୋଇଗଲେ? ବିଜେପିର କଥିତ ‘ୱାଶିଂ ମେସିନ୍’ରେ ପ୍ରବେଶ କରିବା ପରେ କି ସମସ୍ତ ଅଭିଯୋଗ ଓ ସମାଲୋଚନା ଧୋଇଯାଏ? ବିଜେପି ନେତୃତ୍ୱ ବିଜେଡିର ବିଲୟ ନେଇ ଯେଉଁ ଅହଂକାରପୂର୍ଣ୍ଣ ମନ୍ତବ୍ୟ ଦେଉଛନ୍ତି, ତାହାର ଉଚିତ ଜବାବ ସାଢେ ୪ କୋଟି ଓଡ଼ିଶାବାସୀ ପଞ୍ଚାୟତ ନିର୍ବାଚନରେ ଦେବେ । ସେତେବେଳେ ସ୍ପଷ୍ଟ ହେବ ବିଲୟ କାହାର ବିଜେଡି ନା ବିଜେପିର ।
ଡ. ମହାନ୍ତି ଆହୁରି ମଧ୍ୟ କହିଛନ୍ତି, ବର୍ତ୍ତମାନ ରାଜ୍ୟରେ ବେକାରୀ, ମହିଳାଙ୍କ ଉପରେ ଅତ୍ୟାଚାର ଏବଂ ଆଇନଶୃଙ୍ଖଳାର ଅବନତି ଭଳି ଗୁରୁତର ସମସ୍ୟା ବୃଦ୍ଧି ପାଉଥିବା ବେଳେ ସରକାର ସେଗୁଡ଼ିକର ସମାଧାନ କରିବା ପରିବର୍ତ୍ତେ ବିରୋଧୀ ଦଳକୁ ନେଇ ରାଜନୈତିକ ଚର୍ଚ୍ଚାରେ ବ୍ୟସ୍ତ ରହିଛନ୍ତି । ବିଜୁ ଜନତା ଦଳ ଦୃଢ଼ତାର ସହ କହୁଛି ଯେ ଓଡ଼ିଶାର ଲୋକ ଆଜି ମଧ୍ୟ ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ଉପରେ ଭରସା ରଖିଛନ୍ତି ଏବଂ ଆଗାମୀ ଦିନରେ ମଧ୍ୟ ରଖିବେ । ଓଡ଼ିଶାର ବିକାଶ, ସ୍ୱାଭିମାନ ଓ ଲୋକହିତକରକୁ ସର୍ବାଧିକ ଗୁରୁତ୍ୱ ଦେଇ ବିଜୁ ଜନତା ଦଳ ପୁଣି ଥରେ କ୍ଷମତାକୁ ଆସିବ ।

  • Related Posts

    ବାରଙ୍ଗ ପୋଲିସ ହାଜତ ହିଂସା ସରକାର ବିଚାର ବିଭାଗୀୟ ତଦନ୍ତ କଲେ ନାହିଁ କାହିଁକି ?

    ଭୁବନେଶ୍ୱର: ବାରଙ୍ଗ ହାଜତ ନିର୍ଯ୍ୟାତନା ଓ଼ ରାଜ୍ୟରେ ଉଦବେଗଜନକ ଭାବେ ବୃଦ୍ଧି ପାଉଥିବା ହାଜତ ମୃତ୍ୟୁ ମାମଲାକୁ ନେଇ ପିସିସି ଗଣମାଧ୍ୟମ ତରଫରୁ କଂଗ୍ରେସ ଭବନ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ବିଧାୟକ…

    Continue reading
    ବିଜେଡି ଭାଡ଼ି ଖାଲି ହେଉଛି :ଦେବାଶିଷ

    ଭୁବନେଶ୍ୱର: ରାଜ୍ୟସଭା ଉପନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀଭାବେ ଦେବାଶିଷ ସାମନ୍ତରାୟ ଶୁକ୍ରବାର ନାମାଙ୍କନ ଭରିଛନ୍ତି । ବିଧାନସଭା ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ଶ୍ର୍ରୀ ସାମନ୍ତରାୟ ନାମାଙ୍କନ ଭରିଛନ୍ତି । ତେବେ ନାମାଙ୍କନ ଭରିବା ପରେ ଶ୍ରୀ ସାମନ୍ତରାୟ ପୁଣି ବିଜେଡି ଉପରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ