ବିଜେପିକୁ ଭୋଟ ଦେଇ ଲୋକ ଭୁଲ କରିଦେଲେ : ପ୍ରସନ୍ନ ଆଚାର୍ୟ୍ୟ

ଭୁବନେଶ୍ବର : ବିଜେପି ସରକାରରେ ସମନ୍ୱୟ ନାହିଁ। ନାଁ କଥାରେ ନାଁ କାମରେ କେଉଁଥିରେ ମଧ୍ୟ ସମନ୍ୱୟ ରହୁନି। ଏପରି କହି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବରିଷ୍ଠ ବିଜେଡି ବିଧାୟକ ପ୍ରସନ୍ନ ଆଚାର୍ୟ୍ୟ। ସେ କହିଛନ୍ତି ବିଜେପିକୁ ଭୋଟ ଦେଇ ଲୋକ ଭୁଲ କରିଦେଲେ ବୋଲି କହିବା ସହ ଏବେ ଲୋକଙ୍କ ଭିତରେ କ୍ରୋଧ ସହ ପ୍ରଶ୍ଚାତାପ ରହିଛି। ୭ମାସ ଭିତରେ ଲୋକେ ଏ ଶାସନରେ ଅତିଷ୍ଠ ହୋଇଗଲେଣି। ସବୁ କ୍ଷେତ୍ରରେ ଅବ୍ୟବସ୍ଥା, ଦରଦାମ୍ ନିୟନ୍ତ୍ରଣ ବାହାରେ, ଚାଷୀ ପ୍ରତିଦିନ ଆତ୍ମହତ୍ୟା କରୁଛନ୍ତି । ଏକଥା ପ୍ରମାଣିତ କରିଛି ଓଡ଼ିଶାରେ ଶାସନ ବ୍ୟବସ୍ଥା ଭୁଶୁଡି ପଡ଼ିଛି।
୭ମାସ ଭିତରେ ଲୋକେ ଏ ଶାସନରେ ଅତିଷ୍ଠ ହୋଇଗଲେଣି । ସବୁ କ୍ଷେତ୍ରରେ ଅବ୍ୟବସ୍ଥା, ଦରଦାମ୍ ନିୟନ୍ତ୍ରଣ ବାହାରେ, ଚାଷୀ ପ୍ରତିଦିନ ଆତ୍ମହତ୍ୟା କରୁଛନ୍ତି । ଏକଥା ପ୍ରମାଣିତ କରିଛି ଓଡ଼ିଶାରେ ଶାସନ ବ୍ୟବସ୍ଥା ଭୁଷୁଡି ପଡ଼ିଛି ବୋଲି ପ୍ରସନ୍ନ କହିଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି ଏ ସରକାର ଭିତରେ କିଏ ପୂର୍ବ କୁ ଟାଣୁଛି ତ କିଏ ପଶ୍ଚିମକୁ ଟାଣୁଛି, କିଏ ଉତ୍ତର କୁ ତ କିଏ ଦକ୍ଷିଣକୁ ଟାଣୁଛି । ସରକାରଙ୍କ ମଧ୍ୟରେ ସମନ୍ୱୟ ନାହିଁ । କଥାରେ କାର୍ୟ୍ୟରେ କେଉଁଥିରେ ସମନ୍ୱୟ ନାହିଁ । ଯାହାର କୁକର୍ମ ଓଡିଶାବାସୀମାନେ ଭୋଗୁଛନ୍ତି । ଲୋକଙ୍କ ଭିତରେ କ୍ରୋଧ ସହ ପ୍ରଶ୍ଚାତାପ ରହିଛି । ଲୋକେ ଏବେ କହୁଛନ୍ତି ଭୁଲ୍ ହୋଇଗଲା ।

  • Related Posts

    ରାଜ୍ୟସଭାରେ ଶପଥ ନେଲେ ୩ ସାଂସଦ

    ନୂଆଦିଲ୍ଲୀ: ରାଜ୍ୟସଭାରେ ଶପଥ ନେଇଛନ୍ତି ଓଡ଼ିଶାର ନବ ନିର୍ବାଚିତ ସାଂସଦ । ଓଡ଼ିଶାର ୩ ସାଂସଦ ମନମୋହନ ସାମଲ, ସନ୍ତୃପ୍ତ ମିଶ୍ର ଓ ଦିଲ୍ଲୀପ କୁମାର ରାୟ ଆଜି ଓଡ଼ିଆରେ ଶପଥ ନେଇଛନ୍ତି । ରାଜ୍ୟସଭା ଅଧ୍ୟକ୍ଷ ସି. ପି. ରାଧାକ୍ରିଷ୍ଣନ୍…

    Continue reading
    ନେତା ଓ କର୍ମୀ ବିଜେଡି ଛାଡ଼ିବାର ପ୍ରଭାବ ନିଶ୍ଚିତ ପଡ଼ିବ: ଗଣେଶ୍ବର

    ଭୁବନେଶ୍ୱର: ନେତା ଓ କର୍ମୀ ବିଜେଡି ଛାଡ଼ିବା ନେଇ ଗଣେଶ୍ବର ବେହେରା ତାଙ୍କ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ସଂଗଠନ ଉପରେ ପ୍ରଭାବ ନିଶ୍ଚିତ ପଡ଼ିବ । ଦଳର ଦୁର୍ଭାଗ୍ୟ କିଛି ବନ୍ଧୁ ଦଳ ଛାଡ଼ିକି ଗଲେ, ନିଶ୍ଚୟ ପ୍ରଭାବ ପଡ଼ିବ।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ