ବିଜେପିରେ ସାମିଲ ହେଲେ ସମାଜବାଦୀ ପାର୍ଟି ଆଦିବାସୀ ମୋର୍ଚ୍ଚାର ରାଜ୍ୟ ସଭାପତି ଧବଳେଶ୍ଵର ମାଝୀ

ନୂଆପଡ଼ା, ୪।୧୧ : ନୂଆପଡ଼ା ଉପନିର୍ବାଚନ ପରିପ୍ରେକ୍ଷୀରେ ବିଜେପି ପ୍ରତି ଆକୃଷ୍ଟ ହୋଇ ବିଭିନ୍ନ ଦଳର ନେତା ଓ କର୍ମୀମାନେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଉଛନ୍ତି। ଏହି କ୍ରମରେ ଆଜି ସମାଜବାଦୀ ପାର୍ଟି ଆଦିବାସୀ ମୋର୍ଚ୍ଚାର ରାଜ୍ୟ ସଭାପତି ଧବଳେଶ୍ଵର ମାଝୀ ବିଜେପି ରେ ସାମିଲ ହେଲେ। ନୂଆପଡ଼ା ନିର୍ବାଚନ ମଣ୍ଡଳୀ କୋମନା ବ୍ଲକର ସିଆଲଟି ପଞ୍ଚାୟତ ବାଲିଖମାର ଗ୍ରାମ ନିବାସୀ ଧବଳେଶ୍ଵର ମାଝୀ ତାଙ୍କର ସମର୍ଥକମାନଙ୍କ ଗହଣରେ କଳାହାଣ୍ଡି ସାଂସଦ ମାଳବିକା ଦେବୀ ଏବଂ ପୂର୍ବତନ ସାଂସଦ ଅର୍କ କେଶରୀ ଦେଓ ବିଜେପି ରାଜ୍ୟ ଉପସଭାପତି ଅଶୋକ ମିଶ୍ରଙ୍କ ଉପସ୍ଥିତିରେ ଆଜି ନୂଆପଡ଼ା ଜିଲ୍ଲା କାର୍ଯ୍ୟାଳୟ ରେ ଆନୁଷ୍ଠାନିକ ଭାଵେ ସମାଜଵାଦୀ ପାର୍ଟି ଛାଡ଼ି ବିଜେପି ରେ ଯୋଗ ଦେଇଛନ୍ତି। କେନ୍ଦ୍ରରେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ଆଦର୍ଶ ଓ କାର୍ଯ୍ୟ ଶୈଳୀ ତଥା ରାଜ୍ୟ ରେ ମୋହନ ମାଝୀ ସରକାରଙ୍କ ବିକାଶ ଅଭିଯାନ ଓ ଆଦିବାସୀ ସମାଜର ହିତ ସାଧନ କଲାଭଳି କାର୍ଯ୍ୟରେ ଆକର୍ଷିତ ହୋଇ ବିଜେପି ରେ ଯୋଗ ଦେଇଥିବା ଶ୍ରୀ ଧବଳେଶ୍ଵର ମାଝୀ କହିଛନ୍ତି। ଏହି ମିଶ୍ରଣ ପର୍ବରେ ଅନ୍ୟମାନଙ୍କ ମଧ୍ୟରେ ବିଜେପିର ଭବାନୀପାଟଣା ନଗର ମଣ୍ଡଳ ସାଧାରଣ ସମ୍ପାଦକ ପ୍ରଦୀପ କୁମାର ଦାସ, ଦକ୍ଷିଣ ଓଡ଼ିଶା ଆଦିବାସୀ ମହାସଂଘର ଅଧ୍ୟକ୍ଷ ତଥା ବରିଷ୍ଠ ବିଜେପି ଆଦିବାସୀ ନେତା ଗଙ୍ଗାଧର ମାଝୀ ଉପସ୍ଥିତ ଥିଲେ।

  • Related Posts

    କୋଷ୍ଟାଲ ହାଇଓ୍ୱେକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲା ବିଜେଡ଼ି

    ଭୁବନେଶ୍ୱର: କୋଷ୍ଟାଲ ହାଇଓ୍ୱେକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲା ବିଜେଡ଼ି । ଆଉ ଗୋଟିଏ ଦଶନ୍ଧିର ସ୍ୱପ୍ନ ଦେଖାଇଥିବା କହିଲେ ବରିଷ୍ଠ ବିଜେଡି ଉପସଭାପତି ସଞ୍ଜୟ ଦାସ ବର୍ମା। ସେ କହିଛନ୍ତି ଘୋଷଣା କରାଯାଇଥିବା ପ୍ରକଳ୍ପରେ ପର୍ଯ୍ୟଟନର କୌଣସି ସୁଯୋଗ…

    Continue reading
    ବିଜେଡିରୁ ୨ ନେତା ନିଲମ୍ବିତ

    ବାଲିଗୁଡ଼ା : ବାଲିଗୁଡ଼ା ରାଜନୀତିରେ ଏକ ବଡ଼ ଘଟଣା ଘଟିଛି । ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଦଳ ବିରୋଧୀ କାର୍ଯ୍ୟକଳାପ ଅଭିଯୋଗରେ ଦୁଇ ଜଣ ପ୍ରମୁଖ ନେତାଙ୍କୁ ଦଳରୁ ନିଲମ୍ବନ କରାଯାଇଛି । ସୂଚନା ଅନୁସାରେ, ଟୁନା ଦାସ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ