ବିଧି ପ୍ରତି ସମ୍ମାନ ସମ୍ବିଧାନର ସୁରକ୍ଷା କବଚ : ନ୍ୟାୟମୂର୍ତୀ ଦୀକ୍ଷିତ

ଭୁବନେଶ୍ୱର,14/09:ଶାସନ ବ୍ୟବସ୍ଥାରେ ବିଧି ପ୍ରତି ସମ୍ମାନ ସମ୍ବିଧାନର ସୁରକ୍ଷା ଦିଗରେ ସବୁଠାରୁ ବଡ଼ ଉପାଦାନ ବୋଲି ଓଡ଼ିଶା ହାଇକୋର୍ଟର ବିଚାରପତି ନ୍ୟାୟମୂର୍ତୀ କ୍ରିଷ୍ଣା ଶ୍ରୀପଦ ଦୀକ୍ଷିତ କହିଛନ୍ତି। “ଯଦି ଆମର ଆଇନ୍ ପ୍ରତି ସମ୍ମାନ ନ ରହେ ତେବେ ସମ୍ବିଧାନ ପ୍ରତି ବିପଦ ଉପୁଜିବ”ବୋଲି ନ୍ୟାୟମୂର୍ତୀ ଦୀକ୍ଷିତ ଶନିବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ଠାରେ ମତ ରଖିଛନ୍ତି। ଏ ପର୍ଯ୍ୟନ୍ତ ସମ୍ବିଧାନରେ ୧୦୦ରୁ ଅଧିକ ସଂଶୋଧନ କରାଯାଇଥିଲେ ମଧ୍ୟ ଏହା ସୁରକ୍ଷିତ ରହିଛି ବୋଲି ପ୍ରକାଶ କରି ସେ କହିଥିଲେ ଯେ ନ୍ୟାୟପାଳିକା, ନିର୍ବାଚନ କମିସନ୍‌, ସଂସଦ, ରାଜ୍ୟ ବିଧାନ ସଭା ଓ ରେଜିଷ୍ଟ୍ରାର ଜେନେରାଲ ଅଫ୍ ଇଣ୍ଡିଆ ଭଳି ସମ୍ବିଧାନ ଦ୍ୱାରା ସ୍ଥାପିତ ଅନୁଷ୍ଠାନ ଗୁଡ଼ିକର ସୁରକ୍ଷା ଆବଶ୍ୟକ। ନ୍ୟାୟମୂର୍ତୀ ଦୀକ୍ଷିତ ବିଶ୍ୱବିଦ୍ୟାଳୟରେ ସୋଆ ବକ୍ତୃତାମାଳା ପ୍ରାୟୋଜିତ ‘ମେକିଂ ଅଫ୍ ଆୱାର କନ୍‌ଷ୍ଟିଚ୍ୟୁସନ୍‌’ ଶୀର୍ଷକ ବକ୍ତୃତା ପ୍ରଦାନ ଅବସରରେ ଏହା କହିଥିଲେ। ସେ କହିଥିଲେ ଯେ ୧୯୨୦ ମସିହାରେ ଗୃହୀତ ଆହ୍ଲାବାଦ ସଂକଳ୍ପରେ ଭାରତରେ ସାମ୍ବିଧାନିକ ବ୍ୟବସ୍ଥାର ସ୍ଥାପନ ନିମନ୍ତେ ପ୍ରସ୍ତାବ ଦିଆଯାଇଥିବା ବେଳେ ଦେଶ ସ୍ୱାଧୀନ ହେବା ପୂର୍ବରୁ ୧୯୪୬ ମସିହାରେ ଏକ ସମ୍ବିଧାନ ସଭା ଗଠନ କରାଯାଇଥିଲା। ନ୍ୟାୟମୂର୍ତୀ ଦୀକ୍ଷିତ କହିଥିଲେ ଯେ ଭାରତକୁ ସ୍ୱାଧୀନତା ଦେବା ନିମନ୍ତେ ଯେତେବେଳେ ବ୍ରିଟେନ୍‌ର ପାର୍ଲିଆମେଂଟରେ ପ୍ରସ୍ତାବ ଆସିଲା ସେତେବେଳେ ବିରୋଧୀ ଦଳ ନେତା ୱିନ୍‌ଷ୍ଟନ ଚର୍ଚ୍ଚିଲ ଏହାର ବିରୋଧ କରି କହିଥିଲେ ଯେ ଏହା ଦ୍ୱାରା କ୍ଷମତା ଅଯୋଗ୍ୟ ଲୋକମାନଙ୍କ ହାତକୁ ଚାଲିଯିବ। ମାତ୍ର ଭାରତ ନିକଟରେ ଏକା ସଂଗେ ୧୦୬ଟି ଉପଗ୍ରହ ମହାକାଶକୁ ପଠାଇ ଚର୍ଚ୍ଚିଲଙ୍କ ମନ୍ତବ୍ୟକୁ ଭୁଲ ପ୍ରମାଣିତ କରିଛି ବୋଲି ସେ କହିଥିଲେ।
ସେ କହିଥିଲେ ଯେ ଅନେକ ଧର୍ମ ଭାରତକୁ ଆସିବା ଫଳରେ ଏହା ଦେଶକୁ ମହାନ କରିଛି। ଇସ୍‌ଲାମ ଧର୍ମ ସାଉଦି ଆରବରେ ପହଂଚିବା ପୂର୍ବରୁ ଭାରତରେ ପହଂଚିଥିଲା। ସେହିପରି ୟୁରୋପରେ ପାଦ ଦେବା ପୂର୍ବରୁ ଖ୍ରୀଷ୍ଟ ଧର୍ମ ଭାରତରେ ପହଂଚି ସାରିଥିଲା। ଭାରତ ଏକ ଜ୍ଞାନର ଦେଶ ଭାବେ ପ୍ରତିଷ୍ଠା ଲାଭ କରିଛି ଓ ସବୁବେଳେ ଏହା ଆଲୋକରେ ସନ୍ଧାନ କରିଛି ବୋଲି ସେ କହିଥିଲେ। ଏହି କାର୍ଯ୍ୟକ୍ରମରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ବିଶ୍ୱବିଦ୍ୟାଳୟ ସମ୍ପର୍କିତ ବିସ୍ତୃତ ତଥ୍ୟ ପ୍ରଦାନ କରିଥିବା ବଳେ ସୋଆ ନ୍ୟାସ୍‌ନାଲ୍ ଇନ୍‌ଷ୍ଟଚ୍ୟୁଟ୍ ଅଫ୍ ଲ’ର ଡିନ୍ ପ୍ରଫେସର ଏସ୍‌.ଏ.କେ. ଆଜାଦ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

  • Related Posts

    ସନ୍ଥ ଗୁରୁ ଶ୍ରୀ ରବିଦାସ ମହାରାଜଙ୍କ ଜୀବନ, ଦର୍ଶନ ବ୍ୟାପକ ଭାବେ ପ୍ରଚାର କରାଯିବ: ମନମୋହନ

    ଭୁବନେଶ୍ୱର,: ତ୍ରୟୋଦଶ – ଚତୁର୍ଦ୍ଦଶ ଶତାଦ୍ଦୀ ବେଳକୁ ବାହ୍ୟ ଶତୃଙ୍କ ଆକ୍ରମଣ ଏବଂ ଧର୍ମାନ୍ତୀରଣ ପ୍ରକ୍ରିୟା କାରଣରୁ ସାମାଜିକ ବୈଷମ୍ୟ ଓ ଜାତିଭେଦର ଅସ୍ପୃଶ୍ୟତା ପ୍ରମୁଖ ଶିଖରରେ ପହଁଚିଥିଲା । ସାମଗ୍ରିକ ଭାବେ ସତାନତ ଧର୍ମ ମଧ୍ୟ ବହୁ ଆହ୍ୱାନର ସମ୍ମୁଖୀନ…

    Continue reading
    ‘ଓଡ଼ିଶା ଫୁଡ୍ ପ୍ରୋ 2026:ମୋଟ ୬୬,୩୯୨ କୋଟି ଟଙ୍କାର ପୁଞ୍ଜିନିବେଶ

    ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ବିଭିନ୍ନ କ୍ଷେତ୍ରର ଶିଳ୍ପ ପ୍ରତିନିଧିମାନଙ୍କ ସହିତ ନିବେଶ ସମ୍ପ୍ରସାରଣ ସମ୍ପର୍କରେ ଆଲୋଚନା ଉତ୍ପାଦନ, ବୟନଶିଳ୍ପ, ଇଞ୍ଜିନିୟରିଂ ଏବଂ ଆଲୁମିନିୟମ କ୍ଷେତ୍ରରେ ବିପୁଳ ସୁଯୋଗ ‘ଓଡ଼ିଶା ଫୁଡ୍ ପ୍ରୋ 2026’ ରୋଡ୍‌ସୋ ସହିତ ୪୬ଟି ଉଚ୍ଚସ୍ତରୀୟ ବୈଠକ, ମୋଟ ୨୦୮ଟି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ