ବିପଦ ସଙ୍କେତ ଉପରେ ବୋହୁଛି ଜଳକା, ବୈତରଣୀ

ଭଦ୍ରକ : ଲଗାଣ ବର୍ଷା ଯୋଗୁ ଜଳକା, ବୈତରଣୀ ବିପଦ ସଙ୍କେତ ଉପରେ ବୋହୁଛି। ସୁବର୍ଣ୍ଣରେଖା ଦ୍ରୁତଗତିରେ ଫୁଲିବାରେ ଲାଗିଛି। ଫଳରେ ଉତ୍ତର ଓଡ଼ିଶାର ଭଦ୍ରକ, ବାଲେଶ୍ଵର, କେନ୍ଦୁଝର, ମୟୂରଭଞ୍ଜ ଓ ଯାଜପୁର ଜିଲ୍ଲାରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ବନ୍ୟା ପ୍ରଭାବିତ ଅଞ୍ଚଳ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର ସହ ରିଲିଫ ଯୋଗାଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ଭଦ୍ରକ ଜିଲ୍ଲା ଆଖୁଆପଦା ନିକଟରେ ବୈତରଣୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ଭଣ୍ଡାରିପୋଖରୀ ବ୍ଲକ ଅଧୀନ ରହଣିଆ , ମାଳଦା , ନପଙ୍ଗ ଆଦି ଅଞ୍ଚଳ ଜଳବନ୍ଦୀ ହୋଇ ରହିଛି। ଧାମନଗର ବ୍ଲକର ଷେଣ୍ଢପୁର,ଗୌରାଙ୍ଗପୁର ଅଞ୍ଚଳରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ଦୁଇ ବ୍ଲକ ପାଇଁ ସ୍ବତନ୍ତ୍ର ଅଧିକାରୀ ନିୟୋଜିତ ହୋଇଥିବା ବେଳେ ପ୍ରଶାସନ ସଜାଗ ରହିଛି। ସ୍କୁଲ ଓ ବନ୍ୟା ଆଶ୍ରୟ ସ୍ଥଳୀ ଗୁଡିକୁ ପ୍ରସ୍ତୁତ ହୋଇଛି । ଲୋକଙ୍କୁ ସୁରକ୍ଷିତ ସ୍ଥାନ କୁ ଯିବା ପାଇଁ ପ୍ରଶାସନ ତରଫରୁ ପରାମର୍ଶ ଦିଆଯାଇଛି । ବୈତରଣୀରେ ବନ୍ୟା ଫଳରେ ଯାଜପୁର ସିମିଳିଆ ପଞ୍ଚାୟତ ମୁଖ୍ୟ ରାସ୍ତା ଉପରେ ୩ ଫୁଟ ଉଚ୍ଚର ବନ୍ୟା ଜଳ ପ୍ରବାହିତ ହେଉଥିବାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।ସେହିପରି ମଥାନୀ ଠାରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ଜଳକା। ନଦୀର ଜଳସ୍ତର କମୁଥିଲେ ମଧ୍ୟ ଏବେବି ବସ୍ତା ବ୍ଲକର ୮ ପଞ୍ଚାୟତର ୩୦ ରୁ ଅଧିକ ଗାଁ ପାଣି ଘେରରେ ରହିଛି ସେହିପରି ବାଲେଶ୍ବର ସଦର ବ୍ଲକ ର ୨ ଟି ପଞ୍ଚାୟତ ଶ୍ରୀରାମପୁର ଓ ରସଲପୁର ପ୍ରଭାବିତ ହୋଇଛି। ହଜାର ହଜାର ହେକ୍ଟର ଚାଷଜମି ରେ ଲହଡ଼ି ମାରୁଛି ବନ୍ୟା ଜଳ। ବସ୍ତା ବ୍ଲକ୍ ର ତଳିଆ ଅଞ୍ଚଳର ପାଣି ଘେରରେ ଥିବା ୨୦୦ ରୁ ଅଧିକ ଲୋକଙ୍କୁ ଆଶ୍ରୟସ୍ଥଳୀ ରଖାଯାଇଛି।
ସେପଟେ ସୁବର୍ଣ୍ଣରେଖା ନଦୀର ଜଳସ୍ତର ଧୀରେ ଧୀରେ ବୃଦ୍ଧି ପାଉଛି, ଝାଡ଼ଖଣ୍ଡର ଗାଲୁଡିହ ବ୍ୟାରେଜରୁ ପାଣି ଛାଡ଼ିବା ଫଳରେ ବଢୁଛି ଜଳସ୍ତର। ରାଜଘାଟ ଠାରେ ସତର୍କ ସଙ୍କେତ ୯.୪୫ ମିଟର ଥିବା ବେଳେ ସକାଳ ୬ ସୁଦ୍ଧା ୯.୧୬ ମିଟର ରହିଛି ଜଳସ୍ତର।

  • Related Posts

    ବଜାରରେ ବିକ୍ରି ହେଉଛି ସିନ୍ଥେଟିକ୍ ପନିର

    କଟକ: ପାର୍ବଣ ଆଗରୁ ପନିରକୁ ନେଇ ଲୋକଙ୍କ ମନରେ ଛନକା। ଖୁଲମ ଖୁଲା ବଜାରରେ ବିକ୍ରି ହେଉଛି ସିନ୍ଥେଟିକ୍ ପନିର । ପନିରକୁ ନେଇ ଧରପଗଡ ଚାଲିଥିବାବେଳେ ଗତକାଲି ବିପୁଳ ପରିମାଣର ଅପମିଶ୍ରିତ ପନିରକୁ ଧରିଛି କଟକ ମହାନଗର ନିଗମ ସ୍ୱାସ୍ଥ୍ୟ…

    Continue reading
    ପୋଲିସ-ଅନଲାଇନ ଚାଳକ ମୁହାଁମୁହିଁ ଘଟଣା: ବର୍ତ୍ତମାନ ସୁଦ୍ଧା ୧୧୩ ଗିରଫ

    ମାଷ୍ଟର କ୍ୟାଣ୍ଟିନରେ ପୋଲିସ-ଅନଲାଇନ ଅଟୋ ଓ ଟାକ୍ସି ଚାଳକ ମୁହାଁମୁହିଁ ଘଟଣା। ବର୍ତ୍ତମାନ ସୁଦ୍ଧା ଏହି ଘଟଣାରେ ୧୧୩ ଜଣଙ୍କୁ ଗିରଫ କରାଯାଇଛି। ୬୦ ଜଣଙ୍କୁ ଉତ୍ତମ ବ୍ୟବହାର ଲାଗି ଛାଡ଼ି ଦିଆଯାଇଛି। ୩୫୪ଟି ଯାନବାହନ ଜବତ କରାଯାଇଛି। ଖାରବେଳନଗର ଥାନାରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ