ବିବାଦରେ ବିଜେଡି, ନବୀନଙ୍କୁ କାରଣଦର୍ଶାଅ ନୋଟିସ୍‌

ପାଠ୍ୟପୁସ୍ତକରେ ତ୍ରୁଟି ପ୍ରସଙ୍ଗରେ ବିଜେପି ସରକାରଙ୍କୁ ଘେରିବା ପାଇଁ ବିଜେଡିର ରାଜ୍ୟବ୍ୟାପୀ ‘ଶିକ୍ଷା ବଂଚାଅ ଆନ୍ଦୋଳନ’ରେ କୋମଳମତି ପିଲାମାନଙ୍କୁ ସାମିଲ କରିବା ଓ ଦଳୀୟ ନେତ୍ରୀମାନେ ‘ଠୁମକା’ ଲଗାଇବା ଘଟଣା ବିଜେଡିକୁ ବିବାଦଘେରକୁ ଟାଣିନେଇଛି।
ସ୍କୁଲ ୟୁନିଫର୍ମରେ ଥିବା କୋମଳମତି ପିଲାଙ୍କୁ ଧରି ଝାରସୁଗୁଡ଼ାରେ ବିଜେଡି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବା ଘଟଣାରେ ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ ସିଧାସଳଖ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ କାରଣଦର୍ଶାଅ ନୋଟିସ୍ ଜାରି କରିଛନ୍ତି। ଏହାସହିତ ଝାରସୁଗୁଡ଼ା ଜିଲ୍ଲାପାଳ,ଏସପି ଓ ଜିଲ୍ଲା ସିଡବ୍ଲ୍ୟୁସି ଅଧ୍ୟକ୍ଷଙ୍କୁ ଘଟଣାର ତଦନ୍ତ କରି ୭ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦେବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି।
ବିଜେଡି ଇତିହାସରେ ପ୍ରଥମଥର ପାଇଁ ରାଜ୍ୟର ଶିଶୁ ସୁରକ୍ଷା ଅଧିକାର ଆୟୋଗ ଏଭଳି ନୋଟିସ୍ ଦଳର ସୁପ୍ରିମୋଙ୍କୁ ଜାରି କରିଛନ୍ତି ଆଉ ସପ୍ତାହକ ମଧ୍ୟରେ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କେବଳ ବିଜେଡି ସୁପ୍ରିମୋ ନୁହଁନ୍ତି ଦଳର ଦୁଇ ପୂର୍ବତନ ବିଧାୟିକା ଦୀପାଳି ଦାସ ଓ ଅଳକା ମହାନ୍ତିଙ୍କ ସମେତ ଛାତ୍ର ବିଜେଡି ସଭାନେତ୍ରୀ ଇପସିତା ସାହୁଙ୍କୁ ମଧ୍ୟ ଏହି ନୋଟିସ୍ ଜାରି ହୋଇଛି।
ତେବେ ଦଳର ଶିକ୍ଷା ବଂଚାଅ ଆନ୍ଦୋଳନରେ ‘ଠୁମକା’ ଲଗାଇବା ଓ ସ୍କୁଲ ପିଲାଙ୍କୁ ସାମିଲ କରିବାର ଆବଶ୍ୟକତା କ’ଣ ରହିଥିଲା ଏବଂ ଏଥିପାଇଁ କାହାର ଅନୁମତି ନିଆଯାଇଥିଲା, ତା’ର ଖୋଳତାଡ଼ ଦଳୀୟସ୍ତରରେ ଆରମ୍ଭ ହୋଇଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା ବବିତା ପାତ୍ର ଗତକାଲି ଝସକେତନ ପ୍ରଧାନ, ଆୟୁଷ ସରାଫ ଓ ଶ୍ରୀୟମ ମହାପାତ୍ରଙ୍କ ଅଭିଯୋଗ ଏବଂ ତତସଂକ୍ରାନ୍ତୀୟ ଭିଡିଓ ଫଟୋଚିତ୍ର ଆଧାରରେ ଏହି ନୋଟିସ୍ ଜାରି କରିଛନ୍ତି। ଏକ ରାଜନୀତିକ ଦଳର ପ୍ରତିବାଦ ସଭାରେ ସ୍କୁଲ ୟୁନିଫର୍ମ ପିନ୍ଧିଥିବା କୁନିକୁନି ପିଲାମାନଙ୍କୁ ଖରା, ନିଆଁ ଓ ଧୂଆଁ ମଧ୍ୟରେ ଦୀର୍ଘ ସମୟ ଛିଡ଼ା କରାଇ ରଖାଯିବା ସହ ସେମାନଙ୍କ ସାମ୍ନାରେ ଛାତ୍ର ସଭାନେତ୍ରୀ ଇପସିତା ସାହୁ ଓ ପୂର୍ବତନ ବିଧାୟିକା ଦୀପାଳି ଦାସ ଲେମ୍ବୁ ଧରି ଅଣ୍ଟା ହଲାଇ ନାଚିବା ଖୁଲମଖୁଲା ବିଜେଡିର ସମ୍ବେଦନହୀନତାକୁ ପ୍ରମାଣିତ କରିଛି।

ଆୟୋଗ ତାଙ୍କ ନିର୍ଦ୍ଦେଶରେ କହିଛନ୍ତି ଯେ, ରାଜନୈତିକ କାର୍ଯ୍ୟକଳାପରେ ଶିଶୁମାନଙ୍କୁ ଏଭଳି ଅସୁରକ୍ଷିତ ଭାବେ ବ୍ୟବହାର କରିବା ଦ୍ୱାରା ସେମାନଙ୍କ ସ୍ୱାସ୍ଥ୍ୟ, ସୁରକ୍ଷା, ମର୍ଯ୍ୟାଦା କ୍ଷୁଣ୍ଣ ହେବା ସହ ସେମାନଙ୍କ ଶିକ୍ଷା ଗ୍ରହଣର ଅଧିକାର ବାଧାପ୍ରାପ୍ତ ହୋଇଛି, ଯାହା ଜୁଭେନାଇଲ ଜଷ୍ଟିସ ଆକ୍ଟ ଓ ଭାରତୀୟ ନ୍ୟାୟ ସଂହିତା ଅନୁସାରେ ଅପରାଧିକ ମାମଲା।

  • Related Posts

    ଶାନ୍ତି ମଞ୍ଜରୀ ଦେଇ ଦେବଗଡ଼ ପୌରାଧ୍ୟକ୍ଷା ପଦରେ ପୁନଃ ଅବସ୍ଥାପିତ

    ଦେବଗଡ଼:ଦେବଗଡ଼ ପୌରପାଳିକାର ପୂର୍ବତନ ଅଧ୍ୟକ୍ଷା ଶ୍ରୀମତୀ ଶାନ୍ତି ମଞ୍ଜରୀ ଦେଇଙ୍କୁ ରାଜ୍ୟ ସରକାରଙ୍କ ଦ୍ୱାରା ଆଧାର ବିହୀନ ତଥା ଭୁଲ ଅଭିଯୋଗ ଆଧାରରେ ପଦଚ୍ୟୁତ କରାଯାଇଥିବା ବିବାଦରେ ଶେଷରେ ନ୍ୟାୟର ଜୟ ଘଟିଛି। ଏହାକୁ ଚ୍ୟାଲେଞ୍ଜ କରି ସେ ଉଚ୍ଚ ନ୍ୟାୟାଳୟର…

    Continue reading
    କେନ୍ଦ୍ର ବିରୋଧରେ ବର୍ଷିଲେ ରାଜା ସ୍ୱାଇଁ, କାହିଁକି ଜାଣନ୍ତୁ

    ଖଣିଜ ସମ୍ପଦ ଉପରେ ଓଡ଼ିଶାର ଅଧିକାର କ୍ଷୁର୍ଣ୍ଣ କରିବାକୁ କେନ୍ଦ୍ରର ଷଡ଼ଯନ୍ତ୍ର ବୋଲି କହି ବର୍ଷିଲେ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ରାଜ୍ୟର ରାଜସ୍ୱ ଆଦାୟ କ୍ଷମତା ଉପରେ କଟକଣା ଲଗାଇବାକୁ କେନ୍ଦ୍ର ସରକାର ଉଦ୍ୟମ କରୁଥିବା ଅଭିଯୋଗ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ