ବିମାନ ବାତିଲକୁ ନେଇ ଭୁବନେଶ୍ୱର ବିମାନବନ୍ଦରରେ ମହିଳା ଯାତ୍ରୀଙ୍କ ହାଇଡ୍ରାମା

ଭୁବନେଶ୍ବର: ବିମାନ ବାତିଲକୁ ନେଇ ଭୁବନେଶ୍ୱର ବିମାନବନ୍ଦରରେ ହାଇଡ୍ରାମା । ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଫ୍ଲାଇଟ୍ ବାତିଲ ହେବା ପରେ ଉତ୍ତେଜିତ ହେଲେ ମହିଳା ଯାତ୍ରୀ । ରାଗରେ ବିମାନ ବନ୍ଦରରେ ଥିବା କିଛି ଉପକରଣ ଭାଙ୍ଗିଥିବା ଅଭିଯୋଗ ହୋଇଛି । ମନିଟର, କିବୋର୍ଡ ଓ ପାସପୋର୍ଟ ସ୍କାନିଂ ମେସିନ୍ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଘଟଣାକୁ ନେଇ ଏୟାରପୋର୍ଟ ଥାନାରେ ଅଭିଯୋଗ ହୋଇଛି ।
କ୍ଷତିଗ୍ରସ୍ତ ସାମଗ୍ରୀ ମଧ୍ୟରେ ମନିଟର, କିବୋର୍ଡ ଏବଂ ପାସପୋର୍ଟ ସ୍କାନିଂ ମେସିନ୍ ରହିଛି । ଏଗୁଡ଼ିକର ଆନୁମାନିକ ମୂଲ୍ୟ ଯଥାକ୍ରମେ ୨୨ ହଜାର, ୫ ହଜାର ଏବଂ ୨୩ ହଜାର ବୋଲି ବିମାନ ବନ୍ଦର ପକ୍ଷରୁ ଦର୍ଶାଯାଇଛି । ତେବେ ତିନୋଟି ସାମଗ୍ରୀର ଦର ମିଶାଇଲେ ମୋଟ କ୍ଷତିର ପରିମାଣ ପ୍ରାୟ 50 ହଜାର ଟଙ୍କା ହେବ ।
ସୂଚନା ଅନୁସାରେ ଯାତ୍ରୀ ମାମୋନି ଖରାଟ ଇଣ୍ଡିଗୋର 6E 7352 ବିମାନରେ ଭୁବନେଶ୍ୱରରୁ କୋଲକାତା ଯିବା ପାଇଁ ବୁକିଂ କରିଥିଲେ । ବିମାନଟି ଭୁବନେଶ୍ବରରୁ ଅପରାହ୍ନ ସାଢେ 2ଟାରେ ଉଡାଣ ଭରିବାର ଥିଲା । କିନ୍ତୁ ସାଢେ 5ଟାରେ ଏହା ବାତିଲ ହୋଇଥିଲା । ଏହାପରେ ବିମାନ ଉଡାଣ ଭରିବା ନେଇ ଇଣ୍ଡିଗୋ କର୍ତ୍ତୃପକ୍ଷ କୌଣସି ସୂଚନା ଦେଇନଥିଲେ । ତେବେ ଯାନ୍ତ୍ରିକ ସମସ୍ୟା କାରଣରୁ ଯୋଗୁଁ ଉକ୍ତ ବିମାନଟି ବାତିଲ ହୋଇଥିଲା । ବିମାନ ବାତିଲ ପରେ ଯାତ୍ରୀ ଜଣକ ଉତ୍ତେଜିତ ହୋଇ ବିମାନବନ୍ଦରର କିଛି ସମ୍ପତ୍ତି ଓ ଉପକରଣ କ୍ଷତିଗ୍ରସ୍ତ କରିଥିବା ଅଭିଯୋଗ ହୋଇଛି । ଘଟଣା ସମୟରେ CISF, ଇଣ୍ଡିଗୋ, ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ (AAI)ର କର୍ମଚାରୀ ଉକ୍ତ ଯାତ୍ରୀଙ୍କୁ ବୁଝାସୁଝା କରିଥିଲେ ।
ଗତ ଗୁରୁବାର ସନ୍ଧ୍ୟା ସମୟରେ ଜଣେ ମହିଳା ଯାତ୍ରୀଙ୍କ ବିମାନ ବାତିଲ ହେବା ପରେ ସେ କିଭଳି ଭାବରେ ଉତ୍ତେଜିତ ହୋଇ ବିମାନ ବନ୍ଦରରେ ଥିବା କିଛି ଅତ୍ୟାଧୁନିକ ମେସିନ ଆଦି କ୍ଷତି ଘଟାଇଥିଲେ ତାହାର ଭିଡିଓ ଏବେ ଭାଇରାଲ ହେଉଛି । ଭିଡିଓରେ ମହିଳା ଜଣଙ୍କ ଉତ୍ତେଜିତ ହୋଇ ଭଙ୍ଗାରୁଜା କରୁଛନ୍ତି । କର୍ମଚାରୀଙ୍କୁ ଗାଳିଗୁଲଜ କରୁଥିବାର ମଧ୍ୟ ସ୍ପଷ୍ଟ ଜଣା ପଡ଼ୁଛି । ମହିଳା ଜଣଙ୍କର ପିଲାର ସ୍ୱାସ୍ଥ୍ୟବସ୍ଥା ଖରାପ ରହିଥିବା ନେଇ ସେ ବାରମ୍ବାର କହୁଥିବାର ଭିଡିଓରେ ଶୁଣିବାକୁ ମିଳୁଛି ।

ଏହି ଘଟଣା ପରେ ଅନ୍ୟ ଯାତ୍ରୀ ମାନେ ମହିଳାଙ୍କୁ ତୁରନ୍ତ ଅନ୍ୟ ଏକ ବିମାନ ଯୋଗେ ଗନ୍ତବ୍ୟ ସ୍ଥଳକୁ ପଠାଇବା ପାଇଁ ବିମାନ ବନ୍ଦର କର୍ତ୍ତୃପକ୍ଷହ୍କୁ ଅନୁରୋଧ କରିଥିଲେ । ଏହା ପରେ ଉକ୍ତ ଯାତ୍ରୀଙ୍କୁ ଏକ ବିମାନ ଯୋଗେ କଲିକତା ପଠାଯାଇଥିଲା । ତେବେ ଏତେ ମାତ୍ରାରେ କ୍ଷତି ଦେଖିବା ପରେ ବିମାନ ବନ୍ଦର ପକ୍ଷରୁ ଏୟାରପୋର୍ଟ ଥାନାରେ ଏକ ମାମଲା ରୁଜୁ ହୋଇଛି ।

  • Related Posts

    ଆଜି ନୋମିନେସନ୍ ପ୍ରତ୍ୟାହାର, ଅପରାହ୍ନ ୩ଟାରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା

    ଭୁବନେଶ୍ୱର: ୮ ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନ ହେଉଛି । ଶୁକ୍ରବାର ଆଶାୟୀ ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଅପରାହ୍ନରେ ପ୍ରାର୍ଥୀପତ୍ର ଯାଞ୍ଚ ପରେ ସଂଧ୍ୟାରେ ବୈଧ ନାମାଙ୍କନ ପ୍ରକାଶ ପାଇଥିଲା । ଆଜି ପ୍ରାର୍ଥୀପତ୍ର ପ୍ରତ୍ୟାହାର…

    Continue reading
    ଓଡ଼ିଶା ଗସ୍ତରେ ଆସୁଛନ୍ତି ମୋହନ ଭାଗବତ

    ଭୁବନେଶ୍ୱର: ରାଷ୍ଟ୍ରୀୟ ସ୍ୱଂୟସେବକ ସଂଘର ସରସଂଘଚାଳକ ଡ. ମୋହନ ଭାଗବତ ଶନିବାର ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ସେ ଆଜି ଅପରାହ୍ନ ୪ ଘଟିକାରେ ସମ୍ବଲପୁରରେ ପହଞ୍ଚିବେ ବୋଲି ସଂଘର ଓଡ଼ିଶା ପୂର୍ବ ପ୍ରାନ୍ତର ପ୍ରାନ୍ତ ପ୍ରଚାର ପ୍ରମୁଖ ସୁମନ୍ତ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ