ବିଷ ଓଗାଳିଲେ ଅର୍ଚ୍ଚନା ନାଗ

ଭୁବନେଶ୍ଵର : ସାମ୍ବାଦିକ ସମ୍ମିଳନୀ କରି ବିଷ ଓଗାଳିଲେ ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ। ଗିରଫ ପଛର ଖୋଲିଲେ ଗୁମର। ଗିରଫ ପଛରେ ପୂର୍ବ ସରକାର ଏବଂ ପୁଲିସକୁ ଦାୟୀ କଲେ ଅର୍ଚ୍ଚନା ନାଗ। ସେ କହିଛନ୍ତି, ମୋ ପ୍ରତି ଅନ୍ୟାୟ ହୋଇଛି। ଅଭିଯୋଗକାରିଣୀଙ୍କୁ ଟଙ୍କା ଦେଇ କିଣାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଏନେଇ ଲିଖିତ ଭାବରେ ଜଣାଇଛି।

ଅର୍ଚ୍ଚନା କହିଛନ୍ତି, ମୋତେ ଅକ୍ଟୋବର ୬ରେ ଗିରଫ କରାଗଲା। ତା ପୂର୍ବରୁ ୪ରୁ ଗୃହବନ୍ଦୀ କରି ରଖାଯାଇଥିଲା। ଅକ୍ଟୋବର ୧୦ରେ କିଏ ଅଭିଯୋଗ କରିଛନ୍ତି ବୋଲି ମୋତେ ଜଣାଗଲା। ମୋ ଘରର ସିସିଟିଭି ଫୁଟେଜର ହାର୍ଡ ଡିସ୍କ ଭାଙ୍ଗି ଦିଆଗଲା। ମୋତେ ଜେଲରେ ନିର୍ୟାତନା ଦିଆଯାଉଥିଲା। ପୁଲିସ ଟଙ୍କା ଦେଇ ଜେଲ କର୍ମଚାରୀଙ୍କୁ କିଣି ଦେଇଥିଲେ। ମୋତେ ଜେଲରେ ନିଶା ଇଞ୍ଜେକ୍ସନ, ମେଡିସିନ୍ ଦିଆଯାଉଥିଲା। ମୁଁ ପାଗେଳି ବୋଲି ସ୍ଵୀକାର କରିବାକୁ ବାଧ୍ୟ କରାଯାଇଥିଲା। ରାଜ୍ୟ ଛାଡ଼ି ଯିବାକୁ ଚାପ ପକାଯାଉଥିଲା। ଶ୍ରଦ୍ଧାଞ୍ଜଳି ବେହେରା ସ୍ଵୀକାର କରିଛନ୍ତି ଯେ, ତାଙ୍କୁ ଟଙ୍କା ଦେଇ ଅଭିଯୋଗ କରିବା ପାଇଁ ବାଧ୍ୟ କରାଯାଇଥିଲା। ଯାହାର କଲ୍ ରେକର୍ଡିଂ ସାମ୍ବାଦିକ ସମ୍ମିଳନୀରେ ସାର୍ବଜନୀନ କରିଛନ୍ତି ଅର୍ଚ୍ଚନା ନାଗ।

ସୂଚନାନୁଯାୟୀ, ଶୁକ୍ରବାର ଅର୍ଚ୍ଚନା ନାଗ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଆସି ନ୍ୟାୟ ଭିକ୍ଷା କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ପାଖରେ ଘଟଣାର ତଦନ୍ତ ଦାବି କରିଥିଲେ। ଘଟଣାର ତଦନ୍ତ ହେଲେ ଅନେକ ଲୋକଙ୍କ ଅସଲ ଚେହେରା ପଦାକୁ ଆସିବ । ୩୦ ମିନିଟ୍‌ରେ ସବୁ ଘଟଣାର ପର୍ଦ୍ଦାଫାସ୍‌ କରିଦେବେ ବୋଲି ସେ ଗଣମାଧ୍ୟମକୁ କହିଥିଲେ।

  • Related Posts

    ଦୀର୍ଘ ଓ ଅଧିକ ଅର୍ଥପୂର୍ଣ୍ଣ ପଥ ବାଛିବାକୁ ‘ଜେନ୍‌ ଜି’ଙ୍କୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ

    ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ‘ଜେନ୍‌ ଜି’ଙ୍କୁ ଶକ୍ତିଶାଳୀ ବାର୍ତ୍ତା ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଭବିଷ୍ୟତରେ ଆମକୁ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପରି ଲକ୍ଷ ଲକ୍ଷ ଯୁବକଙ୍କ ଆବଶ୍ୟକତା ଅଛି। ସେ ଯୁବପିଢ଼ିଙ୍କୁ ଆହ୍ୱାନ ଦେଇ କହିଛନ୍ତି…

    Continue reading
    ଅଣ୍ଟା ଭିଡ଼ିଛି ବିଜୁ ଜନତା ଦଳ: ଜିଲ୍ଲା ଗସ୍ତରେ ଯିବେ ନବୀନ

    ଭୁବନେଶ୍ବର: ଆଗାମୀ ପଞ୍ଚାୟତ ନିର୍ବାଚନକୁ ନେଇ ଏବେଠାରୁ ଅଣ୍ଟା ଭିଡ଼ିଛି ବିଜୁ ଜନତା ଦଳ । ୨୦୨୪ ସାଧାରଣ ନିର୍ବାଚନରେ ରାଜ୍ୟରେ କ୍ଷମତା ପରିବର୍ତ୍ତନ ହୋଇଥିବା ବେଳେ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ବିଜେଡି ପାଇଁ ଅତ୍ୟନ୍ତ ଗୁରୁତ୍ୱ ବହନ କରୁଛି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ