ରାହୁଲ ଗାନ୍ଧୀଙ୍କ ଉପରେ ବର୍ଷିଲେ ଧର୍ମେନ୍ଦ୍ର

ଭୁବନେଶ୍ୱର: ରାହୁଲ ଗାନ୍ଧୀଙ୍କ ଉପରେ ବର୍ଷିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କୁ ଅପଶବ୍ଦ କହିବା ସହ ରଥଯାତ୍ରା ସଂପର୍କରେ ଦେଇଥିବା ଭୁଲ୍‌ ଟିପ୍ପଣୀଙ୍କୁ ନେଇ କାଉଣ୍ଟର କରିଛନ୍ତି କେନ୍ଦ୍ରମନ୍ତ୍ରୀ । ସେ କହିଛନ୍ତି ଯେ, ଓଡିଶା ମାଟିକୁ ଆସି ରାହୁଲ ଗାନ୍ଧୀ ଓଡିଶା ଝିଅ ଦ୍ରୌପଦୀ ମୁର୍ମୁଙ୍କୁ କ୍ଷମା ପ୍ରାର୍ଥନା କରିବାର ଆବଶ୍ୟକ ଥିଲା। ଏବେ ବି ୨୪ ଘଣ୍ଟା ପୁରି ନାହିଁ। ଆଶା କରିବି ତାଙ୍କ ଦଳର ନେତୃତ୍ୱ ରାହୁଲ ଗାନ୍ଧୀଙ୍କୁ ପରାମର୍ଶ ଦେବେ ସେ ଭୁଲ ମାଗିବା ପାଇଁ। ଯେଉଁ ଦଳ ଭାରତର ରାଷ୍ଟ୍ରପତିଙ୍କୁ ଅପମାନ କରେ। ମୋ ଦଳ ତରଫରୁ ବିଗତ ଦିନରେ ଓଡିଶା ମାଟିର ଝିଅଙ୍କୁ ରାହୁଲ ଗାନ୍ଧୀ ଅପମାନ କରିବା ଘଟଣାରେ ମୁଁ କ୍ଷମା ମାଗୁଛି। ଆଜି କଂଗ୍ରେସ ଦଳର ଜନ ଆଧାର ଭାରତ ବର୍ଷରେ ନାହିଁ। ସାମନ୍ତବାଦୀ ମନୋଭାବ ବିଶେଷ କରି ସମାଜର ଗରିବ, ଦାରିଦ୍ର ଓ ଦଳିତ ଲୋକଙ୍କ ଜନାଦେଶ କଂଗ୍ରେସ ପାଇଁ ନାହିଁ। ସେହି ଆଧାରରେ ହତାଶ ହୋଇ ରାହୁଲ ଗାନ୍ଧୀ ପ୍ରଳାପ କରୁଛନ୍ତି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ। ରାହୁଲ ଗାନ୍ଧୀ ବିଷୟ ନଜାଣି ଭାଷଣ ଦେବା ମୂର୍ଖାମୀ। ଯିଏ କୁହନ୍ତୁ ଆଳୁ ଲଗାଇ ସୁନା ବାହାର କରିବା, ଯିଏ ଖଣ୍ଡୁଆ ପାଟ ଜାଣି ନାହିଁ, ଯିଏ ଦ୍ରୌପଦୀ ମୁର୍ମୁଙ୍କ ଜନ୍ମ ମାଟି ଆସି ତାଙ୍କୁ କହିଥିବା ଅପଶବ୍ଦର କ୍ଷମା ନମାଗିବା ଏହା ବାଚଲାମୀର ପରିଚୟ। ଏ କାମ ବଡ଼ ଲୋକଙ୍କ ଛୁଆ ମାନେ କରନ୍ତି। ଯେଉଁମାନେ ଭାବନ୍ତି ଆମେ, ମୋ ପରିବାର , ମୋ ମା, ବାପା, ଅଜା, ମୋ ଜେଜେ ଏଇ ମାନେ ହିଁ ଦେଶର ମାଲିକ। ଏଭଳି ଭ୍ରମରେ ଥିବା ରାହୁଲ ଗାନ୍ଧୀଙ୍କଠାରୁ କଣ ବା ଅପେକ୍ଷା କରାଯାଇପାରେ।

  • Related Posts

    ଅଣ୍ଟା ଭିଡ଼ିଛି ବିଜୁ ଜନତା ଦଳ: ଜିଲ୍ଲା ଗସ୍ତରେ ଯିବେ ନବୀନ

    ଭୁବନେଶ୍ବର: ଆଗାମୀ ପଞ୍ଚାୟତ ନିର୍ବାଚନକୁ ନେଇ ଏବେଠାରୁ ଅଣ୍ଟା ଭିଡ଼ିଛି ବିଜୁ ଜନତା ଦଳ । ୨୦୨୪ ସାଧାରଣ ନିର୍ବାଚନରେ ରାଜ୍ୟରେ କ୍ଷମତା ପରିବର୍ତ୍ତନ ହୋଇଥିବା ବେଳେ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ବିଜେଡି ପାଇଁ ଅତ୍ୟନ୍ତ ଗୁରୁତ୍ୱ ବହନ କରୁଛି…

    Continue reading
    ଚାମେଲିଙ୍କ ବିରୋଧରେ ଅନାସ୍ଥା ଭୋଟିଂ ହେବ, ହେଲେ ଫଳାଫଳ ଘୋଷଣା ହେବନାହିଁ

    କେନ୍ଦ୍ରାପଡ଼ା: ତିଖିରି ସରପଞ୍ଚ ଚାମେଲି ଓଝାଙ୍କ ବିରୋଧରେ ଅନାସ୍ଥା ଭୋଟିଂ ହେବ କିନ୍ତୁ ନ୍ୟାୟାଳୟଙ୍କ ରାୟ ନ ଆସିବା ପର୍ଯ୍ୟନ୍ତ ଫଳାଫଳ ଘୋଷଣା ହେବ ନାହିଁ । ଗତ ଜୁଲାଇ ୨୭ ତାରିଖ ଦିନ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ୱାର୍ଡ ସଭ୍ୟ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ