ବୁଥ୍ ବାହୁଡ଼ା ମତ: ପୁଡୁଚେରୀରେ ପୁଣି ବିଜେପି ମେଣ୍ଟ

ନୂଆଦିଲ୍ଲୀ: କେନ୍ଦ୍ର ଶାସିତ ଅଞ୍ଚଳ ପୁଡ଼ୁଚେରୀରେ ପୁଣି ଶାସନ କରିବ ବିଜେପି ମେଣ୍ଟ। ଏପ୍ରିଲ ୯ ତାରିଖରେ ପୁଡୁଚେରୀ ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ କରାଯାଇଥିବା ବେଳେ ବୁଧବାର ଆସିଥିବା ବୁଥ୍ ବାହୁଡ଼ା ମତ କହୁଛି ବିଜେପି ମେଣ୍ଟ ଏଠାରେ ଶାସନ କରିବ।ପୁଡୁଚେରୀରେ ସରକାର ଗଠନ କରିବା ପାଇଁ ମ୍ୟାଜିକ୍ ନମ୍ବର ୧୫ ରହିଥିବା ବେଳେ ‘ଆକ୍ସିସ ମାଇଁ ଇଣ୍ଡିଆ’ର ଏକଜିଟ ପୋଲ ଫଳାଫଳ କହୁଛି ବିଜେପି ମେଣ୍ଟ ୧୬ରୁ ୨୦ ଆସନ ପାଇବ। କଂଗ୍ରେସ ମେଣ୍ଟ ୬ରୁ ୮ ଏବଂ ଅନ୍ୟାନ୍ୟ ୩ରୁ୭ଟି ଆସନ ପାଇବେ।
ସେହିପରି ‘ପିପୁଲ୍‌ସ ପଲ୍‌ସ’ର ବୁଥ୍ ବାହୁଡ଼ା ମତ କହୁଛି ଯେ ବିଜେପି ମେଣ୍ଟ ୧୬ରୁ ୧୯ଟି ଆସନ ଜିତିବ। କଂଗ୍ରେସ ମେଣ୍ଟ ୧୦ରୁ ୧୨ଟି ଓ ଅନ୍ୟାନ୍ୟ ଗୋଟିଏରୁ ୨ଟି ଆସନ ପାଇବେ।କାମାକ୍ଷା ଆନାଲିଟିକ୍ସ ଅନୁସାରେ ବିଜେପି ମେଣ୍ଟକୁ ୧୭ରୁ ୨୪ଟି ଆସନ, କଂଗ୍ରେସ ମେଣ୍ଟକୁ ୪ରୁ ୭ଟି ଓ ଟିଭିକେ ମେଣ୍ଟକୁ ୧ରୁ ୨ଟି ଆସନ ମିଳିପାରେ। ଅନ୍ୟାନ୍ୟ ଶୂନରୁ ଗୋଟିଏ ଆସନ ଜିତିବେ।ପ୍ରଜା ପୋଲ କହୁଛି ବିଜେପି ମେଣ୍ଟକୁ ୧୯ରୁ ୨୫ଟି ଆସନ ଓ କଂଗ୍ରେସ ମେଣ୍ଟକୁ ୬ରୁ ୧୦ଟି ଆସନ ମିଳିବ। ଟିଭିକେ ମେଣ୍ଟକୁ କୌଣସି ଆସନ ମିଳିବ ନାହିଁ। ଅନ୍ୟାନ୍ୟ ୧ରୁ ୨ଟି ଆସନ ପାଇବେ।
Poll of Exit Polls କହୁଛି ବିଜେପି ମେଣ୍ଟ ୧୮ଟି ଆସନ ପାଇ ସରକାର ଗଢ଼ିବ। କଂଗ୍ରେସ ମେଣ୍ଟକୁ ୯ଟି, ଟିଭିକେକୁ ୨ଟି ଓ ଅନ୍ୟାନ୍ୟଙ୍କୁ ୧ଟି ଆସନ ମିଳିବ।
୩୦ ଆସନ ବିଶିଷ୍ଟ ପୁଡୁଚେରୀ ବିଧାନସଭାରେ ୨୦୨୧ ନିର୍ବାଚନରେ ବିଜେପି ନେତୃତ୍ୱାଧୀନ ଏନ୍‌ଡିଏକୁ ୧୬ଟି ଆସନ ମିଳିଥିଲା। ଏଥିରୁ ଏଆଇଏନ୍‌ଆରସି ୧୦ଟି ଓ ବିଜେପି ୫ଟି ଜିତିଥିଲା। ସେମାନଙ୍କ ସହିତ ମେଣ୍ଟରେ ଜଣେ ସ୍ୱାଧୀନ ବିଧାୟକ ଥିଲେ। ସେହିପରି ଇଣ୍ଡିଆ ମେଣ୍ଟକୁ ୧୧ଟି ଆସନ ମିଳିଥିବା ବେଳେ ସେଥିରୁ ଡିଏମ୍‌କେ ୭ ଓ କଂଗ୍ରେସ ୪ ଆସନ ପାଇଥିଲେ। ସେମାନଙ୍କ ସହିତ ୩ ଜଣ ସ୍ୱାଧୀନ ବିଧାୟକ ରହିଥିଲେ।

  • Related Posts

    ନବୀନଙ୍କ ଉପରେ ଏମିତି ବର୍ଷିଲେ ମୋହନ

    ୨୦୨୯ରୁ ମୋଦିଜୀ ଲାଗୁ କରିବେ ଆରକ୍ଷଣ ୩୦ ଏପ୍ରିଲ ୨୦୨୬ ଆଜିର ଅଧିବେଶନ ମହିଳା ସଶକ୍ତିକରଣ, ବିଶେଷଭାବେ ରାଜନୈତିକ ସଶକ୍ତିକରଣ ବିଷୟରେ ଆଲୋଚନା ପାଇଁ ଆହୂତ କରାଯାଇଛି । ଆଜି ଆମ ଦେଶ ଏକ ବିଶେଷ ପରିସ୍ଥିତି ଦେଇ ଗତି କରୁଛି…

    Continue reading
    ମୋହନଙ୍କୁ ଏମିତି କହିଲେ ନବୀନ

    ଭୁବନେଶ୍ୱର : ଓଡ଼ିଶାର ସ୍ୱତନ୍ତ୍ର ପରିଚୟ ଏବଂ ରାଜନୈତିକ ସ୍ୱରକୁ ଛଡ଼ାଇ ନେଉଥିବା ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ବିଜେପି ଭ୍ରମାତ୍ମକ ତଥ୍ୟ ପ୍ରସାର କରୁଛି । ଏହି ‘ସୀମା ପୁନଃନିର୍ଦ୍ଧାରଣ ବିଲ୍‌’ ଆମ ଲୋକଙ୍କର, ବିଶେଷ କରି ଭବିଷ୍ୟତ ପିଢ଼ିର…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା