ଦେବଗଡ଼, ୧୨/୦୫: ଆଜି ଜିଲ୍ଲାପାଳଙ୍କ ବିକାଶ ଭବନ ସମ୍ମିଳନୀ କକ୍ଷରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୁରତି ପ୍ରଧାନ ଙ୍କ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ ଙ୍କ ଅଧ୍ୟକ୍ଷତାରେ ବେଟି ବଚାଓ ବେଟି ପଢ଼ାଓ ଜିଲ୍ଲାସ୍ତରୀୟ ସମନ୍ୱୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।ସମାଜରେ କମ୍ ବୟସର ଝିଅ ମାନେ ବିବାହ କରୁଥିବା ବିଭିନ୍ନ ସମସ୍ୟା ଓ ଲିଙ୍ଗଗତ ଅସମାନ୍ୟତା ବିଷୟ ରେ ଜନସଚେତନତା ସୃଷ୍ଟି କରିବା,ବାଳିକା ମାନଙ୍କ ସୁରକ୍ଷା ଏବଂ ସେମାନଙ୍କ ପାଇଁ ଏକ ସୁସ୍ଥ ଏବଂ ନିରାପଦ ପରିବେଶ ଓ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଝିଅ ମାନଙ୍କୁ ସଶକ୍ତ ଓ ଜନସଚେତନତା ପାଇଁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ କାର୍ଯ୍ୟକାରିତା କରିବା ଉପରେ ଜିଲ୍ଲାପାଳ ଶ୍ରୀ ସାହୁ ଗୁରୁତ୍ୱାରୋପ କରିଥିଲେ।ବୈଠକରେ ଅତିରିକ୍ତ ଜିଲ୍ଲପାଳ ରେବେକା ବିଲୁଙ୍ଗ,ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ର, ଶିଶୁ ମଙ୍ଗଳ ସୁରକ୍ଷା ଅଧ୍ୟକ୍ଷା ପିଙ୍କିରାଣି ନନ୍ଦ,ଜିଲ୍ଲା ଶ୍ରମ ଅଧିକାରୀ ପଦ୍ମାବତୀ ମାରାଣ୍ଡି,ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀନିବାସ ଜାନୀ, ଡିପିଏମ୍ ଓଏଲେମ୍ ଶିଶିର କୁମାର ଷଡ଼ଙ୍ଗୀ, ଶିଶୁ ସୁରକ୍ଷା ୟୁନିଟ ଚିନ୍ମୟ ସ୍ୱାଇଁ,ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋରଞ୍ଜନ ସୂତାର , ତିନି ବ୍ଲକର ସିଡ଼ିପିଓ ,ଲେଡିଜ ସୁପର୍ ଭାଇଯର ଓ ବିଭିନ୍ନ ଲାଇନ୍ ଡିପାର୍ଟମେଣ୍ଟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।
ପାଇପ ଜଳଯୋଗାଣ ନେଇ ପୃଥ୍ୱୀରାଜ ହରିଚନ୍ଦନଙ୍କ ସମୀକ୍ଷା ବୈଠକ
ଭୁବନେଶ୍ୱର: ଖୋରଧା ଜିଲ୍ଲା ତଥା ଚିଲିକା ନିର୍ବାଚନ ମଣ୍ଡଳୀରେ ପାଇପ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ଅଗ୍ରଗତି ନେଇ ଏକ ସମୀକ୍ଷା ବୈଠକ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଲୋକସେବା…







