ବେଣୁଗୋପାଳ ହୋଇପାରନ୍ତି କେରଳର ନୂଆ ମୁଖ୍ୟମନ୍ତ୍ରୀ

ତିରୁୱନନ୍ତପୁରମ: କେରଳ ବିଧାନସଭା ନିର୍ବାଚନରେ କଂଗ୍ରେସ ନେତୃତ୍ୱାଧୀନ ୟୁଡିଏଫ୍ ସଂଖ୍ୟାଗରିଷ୍ଠତା ହାସଲ କରିବା ପରେ ସେଠାରେ ସରକାର ଗଠନ ଲାଗି ପ୍ରସ୍ତୁତି ଆରମ୍ଭ ହୋଇଛି । ତେବେ ମୁଖ୍ୟମନ୍ତ୍ରୀ କିଏ ହେବେ ତାକୁ ନେଇ ଅଡୁଆ ଛିଣ୍ଡୁନାହିଁ । କୁହାଯାଉଛି କି ବରିଷ୍ଠ କଂଗ୍ରେସ ନେତା କେ.ସି ବେଣୁଗୋପାଳ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି । ମୁଖ୍ୟମନ୍ତ୍ରୀ ପଦ ଦୌଡରେ ତାଙ୍କ ନାଁ ସବୁଠାରୁ ଆଗରେ ରହିଛି । ସେ ମୁଖ୍ୟମନ୍ତ୍ରୀ ହେବେ ଓ ସୋମବାର ଶପଥ ନେବାର ସମ୍ଭାବନା ରହିଛି ।

କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଅଜୟ ମାକେନ ଓ ମୁକୁଲ ୱାସନିକ କଂଗ୍ରେସ ବିଧାୟକ ଓ ସହଯୋଗୀ ଦଳଙ୍କ ସହ ପରାମର୍ଶ କରିବା ପରେ ତାଙ୍କ ରିପୋର୍ଟ ଦଳର ହାଇକମାଣ୍ଡ ମଲିକାର୍ଜୁନ ଖଡ୍‌ଗେଙ୍କୁ ପ୍ରଦାନ କରିବେ । ଏହା ପରେ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରାଯିବ । ଉଭୟେ ମାକେନ ଓ ୱାସନିକ କହିଛନ୍ତି ଦଳୀୟ ବିଧାୟକ, ସହଯୋଗୀ ଦଳ ଓ ଜନତାଙ୍କ ମତାମତ ନିଆଯାଇ ମୁଖ୍ୟମନ୍ତ୍ରୀ ସ୍ଥିର କରାଯିବ । ମୁଖ୍ୟମନ୍ତ୍ରୀ ପଦ ଦୌଡରେ ବେଣୁଗୋପାଳଙ୍କ ବ୍ୟତୀତ ବିଦାୟୀ ଗୃହରେ ବିରୋଧୀ ଦଳ ନେତା ଭି.ଡି ସତିସାନ ଓ ବରିଷ୍ଠ ନେତା ରମେଶ ଚେନ୍ନିଥଳାଙ୍କ ନାମ ରହିଛି । ତେବେ ୬୩ ବର୍ଷୀୟ ବେଣୁଗୋପାଳ ଏବେ ଦଳର ସାଧାରଣ ସମ୍ପାଦକ ଥିବା ବେଳେ ଆଳପୁଝା ଲୋକସଭା ଆସନରୁ ମଧ୍ୟ ସାଂସଦ ଅଛନ୍ତି ।

ସେ ଯଦି କେରଳ ମୁଖ୍ୟମନ୍ତ୍ରୀ ହୁଅନ୍ତି ତେବେ ସାଂସଦ ପଦରୁ ଇସ୍ତଫା ଦେବାକୁ ହେବ । ଦଳୀୟ ନେତା ଓ କର୍ମୀମାନେ ଚଳିତ ନିର୍ବାଚନରେ ୟୁଡିଏଫର ବିଜୟର ଶ୍ରେୟ ବେଣୁଗୋପାଳଙ୍କୁ ହିଁ ଦେଇଛନ୍ତି । କୁହାଯାଉଛି କି ଆସନ୍ତା ସପ୍ତାହରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ । ଶପଥ ଗ୍ରହଣ ଉତ୍ସବରେ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏବଂ ଅଭିନେତାରୁ ରାଜନେତା ହୋଇଥିବା ବିଜୟ ମଧ୍ୟ ସାମିଲ ହେବାର ସମ୍ଭାବନା ଅଛି । କାରଣ ତାମିଲନାଡୁରେ ବିଜୟଙ୍କ ନେତୃତ୍ୱରେ ଗଠନ ହେବାକୁ ଯାଉଥିବା ଟିଭିକେ ସରକାରକୁ କଂଗ୍ରେସ ସମର୍ଥନ ଦେଇଛି ।

ସୂଚନାଯୋଗ୍ୟ ଯେ ୧୪୦ ଆସନ ବିଶିଷ୍ଟ କେରଳ ବିଧାନସଭା ନିର୍ବାଚନରେ ୟୁଡିଏଫ୍ ୧୦୦ ଆସନ ହାସଲ କରିଛି । ସେଥିରେ କଂଗ୍ରେସର ୬୩, ଆଇୟୁଏମ୍ଏଲ୍ ୨୨, କେରଳ କଂଗ୍ରେସ ୭, ଆରଏସ୍ପି ୩ ଏବଂ ଅନ୍ୟାନ୍ୟ ଦଳ ୫ଟି ଆସନ ପାଇଛନ୍ତି । ଅନ୍ୟପକ୍ଷରେ ବାମମେଣ୍ଟ ଏଲଡିଏଫ୍କୁ ୩୫ ଆସନ ମିଳିଥିଲା ବେଳେ ବିଜେପିକୁ ୩ ଓ ସ୍ୱାଧୀନ ପ୍ରାର୍ଥୀ ୨ଟି ଆସନ ହାସଲ କରିଛନ୍ତି ।

  • Related Posts

    ଡିଜିଟାଲ ନେଣଦେଣ ଉପରେ ଲାଗିବ ଟିକସ

    ନୂଆଦିଲ୍ଲୀ: ୟୁପିଆଇ ଓ ଅନ୍ୟାନ୍ୟ ଡିଜିଟାଲ୍ ନେଣଦେଣ ଉପରେ ଚାର୍ଜ (ଟିକସ) ଲଗାଇବା ପାଇଁ ସରକାର ବ୍ୟାଙ୍କଗୁଡ଼ିକୁ କ୍ଷମତା ପ୍ରଦାନ କରିବାକୁ ଯାଉଛନ୍ତି। ଏଥିପାଇଁ ସରକାର ଆଣିଥିବା ‘ଦ ଟ୍ୟାକ୍ସେସନ୍ ଅନ୍ୟାନ୍ୟ ଆଇନ (ସଂଶୋଧନ) ବିଲ୍’ ଗୁରୁବାର ଲୋକସଭାରେ ଗୃହୀତ ହୋଇଛି।…

    Continue reading
    ଆଶାରାମ ବାପୁଙ୍କୁ ଜାମିନ ଦେବାକୁ ମନା କଲେ ସୁପ୍ରିମକୋର୍ଟ

    ନୂଆଦିଲ୍ଲୀ: ଆଶାରାମ ବାପୁଙ୍କୁ ସୁପ୍ରିମକୋର୍ଟରୁ ଏକ ବଡ଼ ଝଟକା ଲାଗିଛି। ଜଣେ ନାବାଳିକା ବଳାତ୍କାର ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମ ବାପୁଙ୍କୁ ସୁପ୍ରିମକୋର୍ଟ ବର୍ତ୍ତମାନ ପାଇଁ ଅନ୍ତରୀଣ ଜାମିନ ଦେବାକୁ ମନା କରିଦେଇଛନ୍ତି। ୮୫ ବର୍ଷୀୟ ବୃଦ୍ଧ ସ୍ବାସ୍ଥ୍ୟଗତ ସମସ୍ୟା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ