
ରାଇକିଆ: ରାଇକିଆ ବ୍ଲକର ବେରେଡିକିଆ ପଞ୍ଚାୟତ ସଭା ଗୃହ ରେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଦିବ୍ୟସିଂ କଂହର ଙ୍କ ଅଧ୍ୟକ୍ଷତାର ଜନଶୁଣାଣୀ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା. ଗ୍ରାମସ୍ତରର ବିଭିନ୍ନ ସମସ୍ୟା ସମ୍ବଦ୍ଧିୟ ଅଭିଯୋଗ ଶୀଘ୍ର ସମାଧାନ ପାଇଁ ନିର୍ଦେଶ ଦେଇଥିଲେ.ଜନଶୁଣାଣୀରେ ମୋଟ ୭ ଟି ଅଭିଯୋଗ ମଧ୍ୟରେ ଗ୍ରାମବାସୀମାନେ ଭତ୍ତା,ପ୍ରଧାନମନ୍ତ୍ରୀ ଆବାସ ଏଵଂ ଅନ୍ତୋଦୟ ଗୃହ ଯୋଜନା ବିଷୟରେ ଅଭିଯୋଗ ଉଠାଇଥିଲେ। ଶ୍ରୀ ସିଂ ସମସ୍ୟାଗୁଡ଼ିକୁ ଗୁରୁତ୍ୱର ସହ ଶୁଣି ଯାଞ୍ଚ କରି ଶୀଘ୍ର ପଦକ୍ଷେପ ନେବାର ଆଶ୍ୱାସନ ଦେଇଥିଲେ.ଏହି ଅବସରରେ ବେରିଡିକିଆ ସରପଞ୍ଚ ଅକ୍ଷୟ ପ୍ରଧାନ, ପଂଚାୟତ ନିର୍ବାହୀ ଅଧିକାରୀ ଜନାର୍ଦନ ନାୟକ, ବ୍ଲକ ସଂଯୋଜକ କମଲ ପ୍ରସାଦ ନାୟକ,ବିଏସଏସଓ ରାମକୃଷ୍ଣ ବେହେରା, ଜିପିଡିଓ ମହେଶ ପଟ୍ଟନାୟକ, ଏମ ଆଇ କିରଣ ବେହେରା ସମେତ ବ୍ଲକ ର ସମସ୍ତ ଅଧିକାରୀ ଉପସ୍ଥିତ ଥିଲେ.
ରିପୋର୍ଟର ଦୁତି କୃଷ୍ଣ ପଣ୍ଡା




