ବ୍ୟାପକ ଚକ୍ରାନ୍ତ ସତ୍ତ୍ୱେ ଜେନ ଜି ମାନଙ୍କୁ ଅଟକାଇ ପାରିଲାନି ଶାସକ ବିଜେପି

ଭୁବନେଶ୍ୱର: ଛାତ୍ର ସଂସଦ ନିର୍ବାଚନରେ ରାଜ୍ୟବ୍ୟାପୀ ବିସିଜେଡିକୁ ବିପୁଳ ସମର୍ଥନ ମିଳିଛି । ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜୁ ଛାତ୍ର ଜନତା ଦଳର ସଭାନେତ୍ରୀ ଇପ୍ସିତା ସାହୁ, ଗଣମାଧ୍ୟମ ସଂଯୋଜକ ଡ଼ ଲେନିନ ମହାନ୍ତି ଓ ବିଜୁ ଛାତ୍ର ଜନତା ଦଳର ବରିଷ୍ଠ ଉପସଭାପତି ସୋମ୍ୟ ରଞ୍ଜନ ମହାପାତ୍ର ଛାତ୍ରଛାତ୍ରୀ ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଡ଼ ଲେନିନ ମହାନ୍ତି କହିଥିଲେ ଯେ, ଛାତ୍ର ସଂସଦ ନିର୍ବାଚନରେ ଛାତ୍ରଛାତ୍ରୀ ମାନେ ବିଜେଡି ପ୍ରତି ବିପୁଳ ସମର୍ଥନ ଜଣାଇଛନ୍ତି । ଯାହାକି ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ପ୍ରତି ଜେନ ଜି ମାନଙ୍କ ଭଲ ପାଇବାକୁ ପ୍ରମାଣିତ କରିଛି । ନବୀନ ପଟ୍ଟନାୟକଙ୍କ ଶାସନ କାଳରେ ଓଡ଼ିଶାରେ ଶିକ୍ଷା କ୍ଷେତ୍ରରେ ଯେଉଁ ବୈପ୍ଲବିକ ପରିବର୍ତ୍ତନ ଆସିଥିଲା, ଯାହାକୁ ଛାତ୍ରଛାତ୍ରୀମାନେ କେବେ ବି ଭୁଲିପାରିବେ ନାହିଁ । ଇପ୍ସିତା ସାହୁଙ୍କ ଭଳି ଜଣେ ଛାତ୍ରୀଙ୍କୁ ବିଜୁ ଛାତ୍ର ଜନତା ଦଳର ସଭାନେତ୍ରୀ ଦାୟିତ୍ୱ ଦେଇଥିବା ବେଳେ ସେ ତାହାକୁ ସଠିକ୍ ଢଙ୍ଗରେ ତୁଲାଇ ନିର୍ବାଚନରେ ବିସିଜେଡିକୁ ବିଜୟ କରାଇଛନ୍ତି । ବିଜେଡି ପ୍ରତି ବିପୁଳ ସମର୍ଥନ ଜଣାଇଥିବା ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ଦଳ ଧନ୍ୟବାଦ ଜଣାଇବା ସହ ବିଜୟ ପ୍ରାର୍ଥୀ ମାନଙ୍କୁ ଅଭିନନ୍ଦନ ଜଣାଇଛି । ବିଜେପି ସରକାର ଛାତ୍ର ସଂସଦ ନିର୍ବାଚନକୁ ନିଜ ସପକ୍ଷରେ ନେବାକୁ ସରକାରୀ କଳ ଓ ବଳର ବ୍ୟାପକ ଅପପ୍ରୟୋଗ କରିଥିଲେ ମଧ୍ୟ ଛାତ୍ରଛାତ୍ରୀ ମାନଙ୍କ ସମର୍ଥନ ହାସଲ କରିପାରିଲେ ନାହିଁ । ମୁଖ୍ୟମନ୍ତ୍ରୀଙ୍କୁ ରମାଦେବୀ ବିଶ୍ୱବିଦ୍ୟାଳୟ ବିଜୟ ନିହାତି ଆବଶ୍ୟକ ଥିଲା, କିନ୍ତୁ ଜେନ ଜି ତାକୁ କରାଇ ଦେଲେ ନାହିଁ । ସେହିପରି ଦୁଇ ଜଣ ଉପମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ବିସିଜେଡି ବଡ ବିଜୟ ହାସଲ କରିଛି । ବିଜେପି ଯେଉଁ ମିଥ୍ୟା କହି ରାଜ୍ୟରେ ସରକାର ଗଠନ କରିଥିଲା, ତାହାକୁ ରାଜ୍ୟବାସୀ ଭଲ ଭାବେ ଜାଣିସାରିଲେଣି । ରାଜ୍ୟର ୨୮୬ଟି କଲେଜରେ ଛାତ୍ର ସଂସଦ ନିର୍ବାଚନ ହୋଇଥିବା ବେଳେ ୧୭୦ କଲେଜରେ ବିଜେଡି ବିଜୟ ଲାଭ କରିଛି । କିନ୍ତୁ ଆଇନ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ମିଥ୍ୟା ତଥ୍ୟ ଉପସ୍ଥାପନ କରୁଛନ୍ତି । ବିଜେପି ନିଜ ପରାଜୟକୁ ସ୍ୱୀକାର କରିପାରୁ ନାହିଁ । ବିଜେପି ସରକାର ଜେନ ଜି ମାନଙ୍କ ସମ୍ମୁଖରେ ମିଛ କହିବା ବନ୍ଦ କରନ୍ତୁ । ଏହି ବିଜୟ କେବଳ ଆରମ୍ଭ ମାତ୍ର ।
ଇପ୍ସିତା ସାହୁ କହିଥିଲେ ଯେ, ଛାତ୍ର ସଂସଦ ନିର୍ବାଚନରେ ବିଜେଡି ପ୍ରତି ଛାତ୍ରଛାତ୍ରୀ ମାନେ ବିପୁଳ ସମର୍ଥନ ଜଣାଇଛନ୍ତି । ଯାହାକୁ ବିଜେପି ଅତି ସହଜରେ ଗ୍ରହଣ କରିପାରୁନାହିଁ । ରାଜ୍ୟର ୬୦ ପ୍ରତିଶତରୁ ଊଦ୍ଧ୍ୱର୍ କଲେଜରେ ବିଜେଡି ବିଜୟ ହାସଲ କରିଛି । କିନ୍ତୁ ଶାସକ ଦଳର ଉପମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଓ ଅନ୍ୟ ନେତା ମାନେ ଏବିଭିପି ରାଜ୍ୟର ୮୦ ପ୍ରତିଶତ କଲେଜରେ ବିଜୟ ହୋଇଛି ବୋଲି ମିଛ ପ୍ରଚାର କରୁଛନ୍ତି । ବିଜେପି ସରକାରର ଯଦି ସତ୍ସାହସ ଅଛି, ସତକୁ ସ୍ୱୀକାର କରନ୍ତୁ ଏବଂ ତଥ୍ୟ ଉପସ୍ଥାପନ କରନ୍ତୁ । ସରକାରୀ କଳ ଓ ବଳ ଲଗାଇ ଦେଇଥିଲେ ମଧ୍ୟ ଛାତ୍ର ସଂସଦ ନିର୍ବାଚନକୁ ଜିତିବାରେ ସଫଳ ହୋଇନାହିଁ ବିଜେପି । ଜେନ ଜି ମାନେ ବିଜେପିକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ଜେନ ଜି ମାନେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ସମର୍ଥନ ଜଣାଇଛନ୍ତି । ଛାତ୍ର ସଂସଦ ନିର୍ବାଚନକୁ ନିଜ ସପକ୍ଷରେ ନେବାକୁ ବିଜେପି ସରକାର ଅନେକ ଚକ୍ରାନ୍ତ କରିଥିଲେ, ଏମିତି କି ଫଳାଫଳ ପ୍ରକାଶ କରିବାରେ ଅନେକ ବିଳମ୍ବ କରିଲେ । କିନ୍ତୁ ଜେନ ଜି ମାନଙ୍କ ସମ୍ମୁଖରେ ସରକାରୀ କଳ ଓ ବଳ କିଛି କାମ ଦେଲାନାହିଁ । ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ, ରାଜ୍ୟ ସଭାପତି, ଯୁବ ସଭାପତି ଓ ମନ୍ତ୍ରୀ ଏବଂ ନେତା ମାନଙ୍କ ଅଞ୍ଚଳରେ ଏବିଭିପି ପ୍ରାର୍ଥୀ ମାନେ ପରାଜୟ ବରଣ କରିଛନ୍ତି ।
ଶ୍ରୀ ସୌମ୍ୟ ରଞ୍ଜନ ମହାପାତ୍ର କହିଥିଲେ ଯେ, ସରକାରଙ୍କ ସବୁ ଚକ୍ରାନ୍ତ ବିଫଳ ହୋଇଛି । ବିସିଜେଡି ପ୍ରାର୍ଥୀ ମାନେ ବିପୁଳ ବିଜୟ ହାସଲ କରିଛନ୍ତି । ଛାତ୍ର ସଂସଦ ନିର୍ବାଚନକୁ ନିଜ ସପକ୍ଷରେ ନେବାକୁ ବିଜେପି ସରକାର ସମ୍ପୂର୍ଣ୍ଣ ଅଗଣତାନ୍ତ୍ରିକ ଉପାୟ ଅବଲମ୍ୱନ କରିଥିଲେ । ଏହାସତ୍ତ୍ୱେ ବିଜେପି ସରକାରଙ୍କ ସବୁ ଚକ୍ରାନ୍ତ ବିଫଳ ହୋଇଛି । ପ୍ରାର୍ଥୀ ଚୋରି ଓ ଭୋଟ ଚୋରି କରିବା ପ୍ରୟାସ ସଫଳ ହୋଇନାହିଁ । ଜେନ ଜି ମାନେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ସହ ରହିଛନ୍ତି ଓ ଆଗକୁ ମଧ୍ୟ ରହିବେ ।

  • Related Posts

    ABVPର ବିଜୟ ପରେ ଶାହାଙ୍କ ଅଭିନନ୍ଦନ

    ନୂଆଦିଲ୍ଲୀ/ଭୁବନେଶ୍ୱର: କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଓଡ଼ିଶାର ଛାତ୍ର ସଂସଦ ନିର୍ବାଚନରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ABVP) ର କର୍ମୀମାନଙ୍କୁ ସେମାନଙ୍କର ବଡ଼ ବିଜୟ ପାଇଁ ଅଭିନନ୍ଦନ ଜଣାଇଛନ୍ତି। ଶନିବାର (ଅକ୍ଟୋବର ୧୭) ସେ କହିଛନ୍ତି ଯେ, ସଂଗଠନର ଏହି…

    Continue reading
    ଛାତ୍ର ସଂସଦ ଭଳି ପଞ୍ଚାୟତ, ପୌର ଭୋଟରେ କ୍ଲିନ୍‌ସୁଇପ୍‌ କରିବୁ:ବିଜେପି

    ଭୁବନେଶ୍ୱର: ଗତ ବିଜେଡି ସରକାର ଅମଳରେ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିଦିଆଯାଇଥିଲା। ପୂର୍ବ ସରକାର ଛାତ୍ର ସମାଜ ଭିତରୁ ନେତୃତ୍ୱ ବିକାଶର ବାଟକୁ ବନ୍ଦକରି ସେମାନଙ୍କ ଗଣତାନ୍ତ୍ରିକ ଅଧିକାର କ୍ଷୁଣ୍ଣ କରିଥିଲେ। ଏନେଇ ବିଜେପି ୨୦୨୪…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ମୁଁ ବି ଖୁବ୍‌ଶୀଘ୍ର ପିତା ହେବି କହିଲେ ସଲମାନ୍‌ ଖାନ୍‌

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି