ଭାରତ-ୱେଷ୍ଟଇଣ୍ଡିଜ୍ ସିରିଜ୍‌: ଗୌହାଟୀରେ ଭାରତର ବଡ଼ ବିଜୟ

ଚଳିତ ଭାରତ-ୱେଷ୍ଟ ଇଣ୍ଡିଜ୍ ଦିନିକିଆ କ୍ରିକେଟ ଶୃଙ୍ଖଳାରେ ଆଜି ଭାରତ ବୃହତ ବିଜୟ ହାସଲ କରିଛି । ୱେଷ୍ଟ ଇଣ୍ଡିଜ୍‌କୁ ୮ ୱିକେଟରେ ପରାସ୍ତ କରି ଭାରତ ଏହି ଶୃଙ୍ଖଳାରେ ୨-୦ରେ ଅଗ୍ରଣୀ ଲାଭ କରିଛି ।
ଗୌହାଟୀରେ ଅନୁଷ୍ଠିତ ଏହି ଦିବାରାତ୍ରୀ ମ୍ୟଚରେ ପ୍ରଥମେ ବ୍ୟାଟିଂ କରି ୱେଷ୍ଟଇଣ୍ଡିଜ୍ ଭାରତ ପାଇଁ ୪୦୫ ରନ୍‌ର ବିଶାଳ ଲକ୍ଷ୍ୟ ଠିଆ କରିଥିଲା, ଯାହାକୁ ଭାରତ ମାତ୍ର ୨ ୱିକେଟ ହରାଇ, ୬.୩ ଓଭର ବାକି ଥାଇ ହାସଲ କରିନେଇଥିଲା ।
ଜନ୍ କ୍ୟାମ୍ପବେଲ୍‌ଙ୍କ ୧୦୧, ସାଇ ହୋପଙ୍କ୍ ୧୦୪ ଏବଂ ଅମୀର ଜାଙ୍ଗୁଙ୍କ ୧୧୪ ରନ୍‌ର ଫଳରେ ପ୍ରଥମେ ବ୍ୟାଟିଂ କରିଥିବା ୱେଷ୍ଟଇଣ୍ଡିଜ୍ ଭାରତ ପାଇଁ ୪୦୫ ରନ୍‌ର ବିଶାଳ ଲକ୍ଷ୍ୟ ସ୍ଥିର କରିଥିଲା । ତେବେ ଭାରତୀୟ ଓପନିଂ ଯୋଡି ରୋହିତ ଶର୍ମା ଏବଂ ସୁବମନ ଗିଲ୍ ପ୍ରାରମ୍ଭରୁ ହିଁ ଆକ୍ରମଣାତ୍ମକ ଖେଳି ଭାରତର ବିଜୟ ପଥ ସୁଗମ କରିଦେଇଥିଲେ । ରୋହିତ ୧୦୧ ରନ୍ କରି ଆଉଟ୍ ହୋଇଥିବା ବେଳେ ଗିଲ୍ ୨୨୩ ରନ୍ କରି ଶେଷ ପର୍ଯ୍ୟନ୍ତ ନଟ ଆଉଟ ଥିଲେ । ନିଜର ଏହି ଐତିହାସିକ ପାଳିରେ ଗିଲରେ ୮ଟି ଛକା ଓ ୨୪ଟି ଚୌକା ମାରିଥିଲେ । ବିରାଟ କୋହଲୀ ୧୯ ବଲ୍‌ରେ ୨୯ ରନ୍ କରି ଆଉଟ୍ ହୋଇଥିବା ବେଳେ ଋତୁରାଜ ଗାଏକୱାର୍ଡ ୩୧ ରନ୍ କରି ନଟ୍‌ଆଉଟ୍ ରହିଥିଲେ ।

  • Related Posts

    ଏସୀୟ କ୍ରୀଡା ; ହାରିଲା ପାକିସ୍ତାନ; ଟିମ୍ ଇଣ୍ଡିଆ ଜିତିଲା ସ୍ୱର୍ଣ୍ଣ ପଦକ

    ନୂଆଦିଲ୍ଲୀ : ଏସୀୟ କ୍ରୀଡାରେ ଇତିହାସ ରଚିଲା ଭାରତ। କ୍ରିକେଟରେ ସ୍ୱର୍ଣ୍ଣ ପଦକ ଜିତିଲା ଭାରତ। ଫାଇନାଲରେ ପାକିସ୍ତାନକୁ ହରାଇ ସୁନା ଜିତିଲା ଟିମ୍ ଇଣ୍ଡିଆ। ଲଗାତାର ୨ୟ ଥର ପାଇଁ ସ୍ୱର୍ଣ୍ଣ ପଦକ ହାତେଇଲା ଭାରତ। ୧୯ ରନରେ ପାକିସ୍ତାନକୁ…

    Continue reading
    ଲଭଲିନା ରଚିଲେ ଇତିହାସ, ମେରି କମଙ୍କ ପରେ ସ୍ବର୍ଣ୍ଣ ଜିତିଥିବା ଦ୍ବିତୀୟ ଭାରତୀୟ

    ଭାରତୀୟ ବକ୍ସର ଲଭଲିନା ବୋରଗୋହେନ ୨୦୨୬ ଏସୀୟ କ୍ରୀଡ଼ାରେ ଦେଶ ପାଇଁ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଛନ୍ତି । ମହିଳା ୭୫ କିଲୋଗ୍ରାମ ବର୍ଗର ଫାଇନାଲରେ ଚୀନର ବକ୍ସର ବାଓ ଜିୟିଙ୍କୁ ୫-୦ରେ ପରାସ୍ତ କରିଛନ୍ତି । ପ୍ରଥମ ଦୁଇ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ