ଭିଜିଲାନ୍ସକୁ ଚକମା ଦେଇ ASI ଲାଞ୍ଚ ଟଙ୍କା ଧରି ଫେରାର

​​​​​ଭୁବନେଶ୍ଵର : ଭିଜିଲାନ୍ସକୁ ଚକମା ଦେଇ ଚମ୍ପଟ ମାରିଲେ ପୁଲିସ ବାବୁ। ନାଚୁଣୀ ଥାନା ASI ଅକ୍ଷୟ ସେଠୀ ଲାଞ୍ଚ ନେଇ ଫେରାର, ଜଳକା ହୋଇଗଲା ଭିଜିଲାନ୍ସ ଟିମ୍ । ଜମି ବିବାଦର ସମାଧାନ ପାଇଁ ASI ଅକ୍ଷୟ ସେଠୀ ୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ଲାଞ୍ଚ ନେବା ବେଳେ ଭିଜିଲାନ୍ସ ରେଡ୍ କରିଥିଲା । ଭିଜିଲାନ୍ସକୁ ଚକମା ଦେଇ ASI ଲାଞ୍ଚ ଟଙ୍କା ଧରି ଫେରାର ହୋଇଯାଇଛନ୍ତି। ତାଙ୍କୁ ଧରିବା ପାଇଁ ପୁଲିସ ପ୍ରୟାସ କରୁଛି।

ସୂଚନା ଅନୁଯାୟୀ, ଜୁଲାଇ ୫ ତାରିଖରେ ଜମିଜମା ବିବାଦକୁ ନେଇ ଜଣେ ଅଭିଯୋଗକାରୀ ନାଚୁଣୀ ଥାନାରେ ଅଭିଯୋଗ କରିଥିଲେ। ଅନ୍ୟପକ୍ଷ ମଧ୍ୟ ଅଭିଯୋଗକାରୀଙ୍କ ବିରୋଧରେ ଏକ ପାଲଟା ଏଫଆଇଆର ଦେଇଥିଲେ। ଉଭୟ ମାମଲାର ତଦନ୍ତ ଦାୟିତ୍ୱ ଏଏସ୍ଆଇ ଅକ୍ଷୟ କୁମାର ସେଠୀଙ୍କୁ ଦିଆଯାଇଥିଲା। ସେହିଦିନ ସନ୍ଧ୍ୟାରେ ଉଭୟ ପକ୍ଷଙ୍କ ମଧ୍ୟରେ ଆପୋଷ ସମାଧାନ ହୋଇଥିଲା। ଅଭିଯୋଗ ଅନୁଯାୟୀ, ଏହା ପରେ ମାମଲାକୁ ଥାନା ସ୍ତରରେ ଫଇସଲା କରିବା ପାଇଁ ଏଏସ୍ଆଇ ଉଭୟ ପକ୍ଷଙ୍କଠାରୁ ୫ ହଜାର ଟଙ୍କା ଲେଖାଏଁ ମୋଟ ୧୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। ଅଭିଯୋଗକାରୀ ଓଡ଼ିଶା ବାହାରକୁ ଫେରିବାକୁ ଥିବାରୁ ସେ ଶୀଘ୍ର ମାମଲାର ସମାଧାନ ପାଇଁ ଅନୁରୋଧ କରିଥିଲେ। ଏଥିରେ ଏଏସ୍ଆଇ ଜୁଲାଇ ୧୦ ତାରିଖରେ ଏକ ଆଫିଡେଭିଟ୍ ସହ ୫ ହଜାର ଟଙ୍କା ଆଣିବାକୁ କହିଥିଲେ ଏବଂ ତା’ପରେ ମାମଲାର ସମାଧାନ କରିଦେବେ ବୋଲି ଆଶ୍ୱାସନ ଦେଇଥିଲେ। ଏନେଇ ଅଭିଯୋଗକାରୀ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ପୂର୍ବ ପ୍ରସ୍ତୁତି ମୁତାବକ ଭିଜିଲାନ୍ସ ଟିମ୍ ଛକି ବସିଥିଲେ। ଏଏସ୍ଆଇ ଅଭିଯୋଗକାରୀଙ୍କଠାରୁ ୫ ହଜାର ଟଙ୍କା ଗ୍ରହଣ କରିବା ପରେ ଭିଜିଲାନ୍ସ ଟିମ୍ ତାଙ୍କ ଆଡ଼କୁ ଆସୁଥିବା ଦେଖି ବାଇକ୍ ରେ ଲାଞ୍ଚ ଟଙ୍କା ଧରି ଫେରାର ହୋଇଯାଇଥିଲେ। ଫେରାର ଏଏସ୍ଆଇଙ୍କୁ ଧରିବା ପାଇଁ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଉଛି।

  • Related Posts

    ବିଜେପି ନେତାଙ୍କୁ ହତ୍ୟା; ୨ ଅଟକ

    କଳାହାଣ୍ଡି: କଳାହାଣ୍ଡି ମଦନପୁର ରାମପୁର ଥାନା ଅଞ୍ଚଳରେ ବିଜେପି ନେତାଙ୍କୁ ହତ୍ୟା ଘଟଣାରେ ୨ ଜଣ ଅଟକ । ଏ ନେଇ ସୂଚନା ଦେଇଛନ୍ତି କଳାହାଣ୍ଡି ଏସପି । ପୂର୍ବ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଉଛି…

    Continue reading
    ଆଜି ଦିଲ୍ଲୀ-ଗୁରୁଗାଓଁରେ ଇନଭେଷ୍ଟର୍ସ ମିଟ୍

    ଭୁବନେଶ୍ୱର:ଓଡ଼ିଶାରେ ଶିଳ୍ପ ନିବେଶ ବୃଦ୍ଧି ଲକ୍ଷ୍ୟରେ ଆଜି ଦିଲ୍ଲୀ ଓ ଗୁରୁଗାଓଁରେ ଆୟୋଜିତ ହେବ ଇନଭେଷ୍ଟର୍ସ ମିଟ୍ । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନେତୃତ୍ୱରେ ଟିମ୍ ଓଡ଼ିଶା ବିଭିନ୍ନ ଶିଳ୍ପପତି ଓ ନିବେଶକାରୀଙ୍କ ସହ ଆଲୋଚନା କରିବ । ଏହି ମିଟ୍‌ରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ