ଭୋଟିଂରେ ନୂଆ ରେକର୍ଡ: ପଶ୍ଚିମବଙ୍ଗରେ ୯୨% ଏବଂ ତାମିଲନାଡ଼ୁରେ ୮୫% ମତଦାନ

ଚେନ୍ନାଇ/କୋଲକାତା: ପଶ୍ଚିମବଙ୍ଗ ଓ ତାମିଲନାଡୁ ବିଧାନସଭା ନିର୍ବାଚନରେ ରେକର୍ଡ ପ୍ରତିଶତ ଭୋଟିଂ । ବେଙ୍ଗଲର ୨୯୪ ଆସନରୁ ପ୍ରଥମ ପର୍ଯ୍ୟାୟରେ ୧୫୨ଟିରେ ମତଦାନ ଶେଷ ହୋଇଛି । ରାଜ୍ୟରେ ମତଦାନ ହାର ୯୨.୧୦ ପ୍ରତିଶତ ରହିଛି । ସେହିଭଳି ତାମିଲନାଡୁର ସମସ୍ତ ୨୩୪ଟି ବିଧାନସଭା ଆସନରେ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ୍ ହୋଇଛି । ରାଜ୍ୟରେ ମତଦାନ ହାର ୮୫ ପ୍ରତିଶତରୁ ଅଧିକ ରହିଛି । ଉଭୟ ରାଜ୍ୟରେ ସ୍ୱାଧୀନତା ପରଠାରୁ ସର୍ବାଧିକ ଭୋଟିଂ ହୋଇଛି । ଏହା ପୂର୍ବରୁ ତାମିଲନାଡୁରେ ୨୦୧୧ରେ ସର୍ବାଧିକ ୭୮.୨୯ ପ୍ରତିଶତ ଭୋଟିଂ ହୋଇଥିଲା । ବେଙ୍ଗଲରେ ମଧ୍ୟ ୨୦୧୧ରେ ୮୪.୭୨ ପ୍ରତିଶତ ମତଦାନ ହୋଇଥିଲା । ପଶ୍ଚିମବଙ୍ଗରେ ବମ୍ପର ଭୋଟିଂକୁ ନେଇ ଶାସକ ଟିଏମ୍‌ସି ଓ ବିରୋଧୀ ବିଜେପି ବେଶ୍‌ ଉତ୍ସାହିତ ହୋଇପଡ଼ିଛନ୍ତ ।

ଟିଏମ୍‌ସି ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ରାଜ୍ୟବାସୀ ଏସ୍‌ଆଇଆରକୁ କଡ଼ା ବିରୋଧ କରି ବମ୍ପର ଭୋଟିଂ କରିଛନ୍ତି । ବିଜେପିର ବେଙ୍ଗଲ ବିରୋଧୀ ନୀତି ବିରୋଧରେ ଲୋକମାନେ ବହୁସଂଖ୍ୟାରେ ଭୋଟ ଦେଇଛନ୍ତି । ଅନ୍ୟପକ୍ଷରେ ସ୍ୱରାଷ୍ଟ୍ରମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଅମିତ ଶାହ ରାଜ୍ୟରେ ଟିଏମ୍‌ସିର ଭ୍ରଷ୍ଟାଚାର ଓ ଗୁଣ୍ଡାରାଜର ସୂର୍ଯ୍ୟ ଅସ୍ତ ହୋଇଥିବା ଉଲ୍ଲେଖ କରିଛନ୍ତି । ଏହା ପୂର୍ବରୁ ଗତ ଏପ୍ରିଲ ୯ ରେ ଆସାମ, କେରଳ ଓ କେନ୍ଦ୍ର ଶାସିତ ଅଞ୍ଚଳ ପଡୁଚେରୀରେ ମଧ୍ୟ ବମ୍ପର ଭୋଟିଂ ହୋଇଥିଲା । ଆସାମ ଇତିହାସରେ ସର୍ବାଧିକ ୮୫.୯୧ ପ୍ରତିଶତ ମତଦାନ ହୋଇଥିଲା ବେଳେ ପୁଡୁଚେରୀରେ ୯୦ ଏବଂ କେରଳରେ ୧୯୮୭ ମସିହା ପରେ ସବୁଠାରୁ ଅଧିକ ୭୮.୨୭ ପ୍ରତିଶତ ଭୋଟିଂ ହୋଇଥିଲା । ପଶ୍ଚିମବଙ୍ଗରେ ଆସନ୍ତା ୨୯ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହେବ । ମେ’ ୪ ତାରିଖରେ ସମସ୍ତ ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ଭୋଟ୍ ଗଣତି ହେବ । ପଶ୍ଚିମବଙ୍ଗରେ ୨୦୧୧ରେ ବାମଦଳକୁ ହରାଇ ମମତାଙ୍କ ଟିଏମ୍‌ସି କ୍ଷମତା ଦଖଲ କରିଥିଲା । ଫଳରେ ରାଜ୍ୟରେ ୩୪ ବର୍ଷ ବାମଦଳ ଶାସନର ଅନ୍ତ ଘଟିଥିଲା । ମମତା ଲଗାତାର ଭାବେ ୩ ଥର ମୁଖ୍ୟମନ୍ତ୍ରୀ ରହିଥିଲା ବେଳେ ଚତୁର୍ଥଥର ପୁଣି ବାଜିମାରିବେ ବୋଲି ଆଶା ରଖିଛନ୍ତି । ଅନ୍ୟପକ୍ଷରେ ଟିଏମ୍‌ସିକୁ ହରାଇ ବିଜେପି ଏଥର ରାଜ୍ୟରେ କ୍ଷମତାସୀନ ହେବ ବୋଲି ଦୃଢ଼ ଆଶାବାଦୀ ରହିଛି ।

ପଶ୍ଚିମବଙ୍ଗରେ ପ୍ରଥମ ପର୍ଯ୍ୟାୟରେ ୧୬ ଜିଲ୍ଲାର ୧୫୨ ଆସନ ପାଇଁ ମତଦାନ ହୋଇଛି । ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିଥିଲା । ସମୟ ସୀମା ଶେଷ ହେବା ପରେ ମଧ୍ୟ ଅନେକ ସ୍ଥାନରେ ଲୋକଙ୍କ ଲମ୍ବାଧାଡ଼ି ଦେଖିବାକୁ ମିଳିଥିଲା । ଏହି ପର୍ଯ୍ୟାୟରେ ଆଜି ୧,୪୭୮ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍‌ରେ ସିଲ୍‌ ହୋଇଛି । ଆସନ୍ତା ୨୯ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟରେ ରାଜ୍ୟର ୭ ଜିଲ୍ଲାର ୧୪୨ ଆସନରେ ଭୋଟ୍ ଗ୍ରହଣ କରାଯିବ । ଏହି ପର୍ଯ୍ୟାୟରେ ୩.୨ କୋଟିରୁ ଅଧିକ ଭୋଟର ୧,୪୬୩ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ।

ତାମିଲନାଡୁର ୩୮ ଜିଲ୍ଲାର ସମସ୍ତ ୨୩୪ଟି ଆସନରେ କାଁ ଭାଁ ହିଂସାକୁ ଛାଡ଼ିଦେଲେ ମତଦାନ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି । ସକାଳ ୭ଟାରୁ ଆରମ୍ଭ ହୋଇଥିବା ମତଦାନ ସନ୍ଧ୍ୟା ୬ଟା ଯାଏ ଚାଲିଥିଲା । ରାତି ୯ଟା ସୁଦ୍ଧା ମିଳିଥିବା ସୂଚନା ଅନୁସାରେ ମତଦାନ ହାର ୮୫.୦୫ ପ୍ରତିଶତ ରହିଛି । ମୋଟ ୪,୦୨୩ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍‌ରେ ସିଲ୍ ହୋଇଯାଇଛି । ରାଜ୍ୟରେ ଡିଏମ୍‌କେ ଓ ଏଆଇଏଡିଏମ୍‌କେ ମେଣ୍ଟ ସମେତ ନୂଆକରି ରାଜନୈତିକ ମଇଦାନରେ ପାଦ ଦେଇଥିବା ଅଭିନେତା ଜୋଶେଫ ସି. ବିଜୟଙ୍କ ଟିଭିକେ ମଧ୍ୟରେ କଡା ଟକ୍ଟର ହୋଇଛି । ଗତ ୨୦୨୧ ନିର୍ବାଚନରେ ରାଜ୍ୟରେ ୭୨.୭୩ ପ୍ରତିଶତ ଭୋଟିଂ ହୋଇଥିଲା ।

  • Related Posts

    ଟିମ୍‌ସିର ଜଙ୍ଗଲ ରାଜର ଅନ୍ତ ଆରମ୍ଭ : ପ୍ରଧାନମନ୍ତ୍ରୀ

    ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ଦମଦମରେ ଏକ ନିର୍ବାଚନୀ ରାଲିକୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଟିଏମସିକୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ । ଦୀପ ଲିଭିବା ପୂର୍ବରୁ ଫଡଫଡ ହେଉଛି । ପଶ୍ଚିମବଙ୍ଗ ପ୍ରଥମ ପର୍ଯ୍ୟାୟ ମତଦାନ ରାଜ୍ୟରେ ଟିଏମସିର ଜଙ୍ଗଲ ରାଜର…

    Continue reading
    ବେଙ୍ଗଲର ୧୫୨ ଆସନରୁ ବିଜେପି ଜିତିବ: ଅମିତ ଶାହ

    ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ବିଧାନସଭାର ପ୍ରଥମ ପର୍ୟ୍ୟାୟ ଭୋଟିଂ ଗୁରୁବାର ଶେଷ ହୋଇଛି। ପ୍ରଥମ ପର୍ୟ୍ୟାୟରେ ବେଙ୍ଗଲରେ ହୋଇଛି ରେକର୍ଡ ମତଦାନ। ରେକର୍ଡ ଭୋଟିଂ ହାରକୁ ଦେଖି ବେଶ ଉତ୍ସାହିତ ହୋଇପଡ଼ିଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ।ରେକର୍ଡ ସଂଖ୍ୟକ ଭୋଟିଂ ପାଇଁ ସେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର