
ଭୁବନେଶ୍ବର: ବାଲେଶ୍ବର ଜଳକା ନଦୀରେ ବନ୍ୟା। ଚଳିତ ବର୍ଷ ଜଳକା ନଦୀରେ ପ୍ରଥମ ବନ୍ୟା ଆସିଛି । ନଦୀର ମଥାନୀ ଠାରେ ବିପଦ ସଙ୍କେତ ୬.୫୦ ମିଟର ରହିଥିବା ବେଳେ ଏବେ ଜଳସ୍ତର ୬.୯୦ ମିଟର ରହିଛି। ବନ୍ୟା ପାଇଁ ଚାଷଜମି ଜଳମଗ୍ନ ହୋଇ ରହିଛି। ଫଳରେ ଏବେ ଧାନ ରୁଆ କାମ ଚାଲି ଥିବାରୁ ଚାଷ କ୍ଷତିଗ୍ରସ୍ତ ହେବା ଆଶଙ୍କା ରହିଛି।
ସେପଟେ ଲଗାଣ ବର୍ଷା ଥମିଥିଲେ ମଧ୍ୟ ବାଲେଶ୍ୱର ସହରବାସୀଙ୍କ ଦୁର୍ଦ୍ଦଶା କମିନାହିଁ। ଗତକାଲିର ପ୍ରବଳ ବର୍ଷା ପରେ ସହରର ବିଭିନ୍ନ ତଳିଆ ଅଞ୍ଚଳରେ ଡ୍ରେନେଜ୍ ପାଣି ଜମି ରହିଛି । ନଦୀର ଜଳସ୍ତର ବୃଦ୍ଧି ପାଇବାରୁ ଅନେକ ସ୍ଥାନରେ ଲୋକେ ଫସି ରହିଛନ୍ତି। ପ୍ରଶାସନ ପକ୍ଷରୁ ଓଡ୍ରାଫ୍ ଟିମ୍ ସହାୟତାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ବର୍ତ୍ତମାନ ବର୍ଷା କମିଥିଲେ ମଧ୍ୟ ଅନେକ ସ୍ଥାନରେ ପାଣି ସମ୍ପୂର୍ଣ୍ଣ ନିଷ୍କାସନ ହୋଇନାହିଁ। ଏପଟେ ନଦୀର ଜଳସ୍ତର ବୃଦ୍ଧି ପାଇବାରୁ କିଛି ଅଞ୍ଚଳରେ ଲୋକେ ଜଳବନ୍ଦୀ ହୋଇପଡ଼ିଛନ୍ତି। ପ୍ରଶାସନ ପକ୍ଷରୁ ଓଡ୍ରାଫ୍ ଟିମ୍ ମୁତୟନ କରାଯାଇ ଜଳବନ୍ଦୀ ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଉଦ୍ଧାର କରାଯାଉଛି।




