
ବାସୁଦେବପୁର: ମନ୍ତେଇ ନଈରୁ ମିଳିଲା ନିଖୋଜ ଯୁବକଙ୍କ ମୃତଦେହ। ଗତକାଲି ପୋଲ ସର୍ଭେ ପାଇଁ ଯାଇଥିବା ବେଳେ ବୁଡି ଯାଇଥିଲେ ଯୁବକ। ଭଦ୍ରକ ଜିଲ୍ଲା ବାସୁଦେବପୁର ମନ୍ତେଈ ନଈର ବାଲିଆପାଳ ଘାଟରେ ନିର୍ମାଣ ହେଉଥିବା ପୋଲର ସର୍ଭେ ପାଇଁ ୩ଜଣ ଯୁବକ ଯାଇଥିବା ବେଳେ ବୁଡିଯାଇଥିଲେ। ଦୁଇ ଜଣଙ୍କୁ ଉଦ୍ଧାର କରାଯାଇଥିଲା। ଅନ୍ୟ ଜଣେ ନିଖୋଜ ଥିଲେ।
ଆଜି ସକାଳୁ ନିଖୋଜ ବିଜୟଙ୍କ ମୃତଦେହ ମିଳିଛି। ଏହି ଘଟଣା ପରେ ବ୍ରିଜ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିବା ଠିକା ସଂସ୍ଥାର କର୍ମଚାରୀଙ୍କ ସୁରକ୍ଷା ବ୍ୟବସ୍ଥାକୁ ନେଇ ଉଠିଛି ପ୍ରଶ୍ନ। ଅସ୍ଥାୟୀ ଡଙ୍ଗା ବ୍ୟବହାର ସମୟରେ କର୍ମଚାରୀଙ୍କ ପାଇଁ ପର୍ଯ୍ୟାପ୍ତ ସୁରକ୍ଷା ସାମଗ୍ରୀ ଓ ଲାଇଫ୍ ଜ୍ୟାକେଟ୍ ବ୍ୟବସ୍ଥା ଥିଲା କି ନାହିଁ, ତାହାର ତଦନ୍ତ ଦାବି କରାଯାଇଛି।


