ମନ୍ତ୍ରିମଣ୍ଡଳ ସଂପ୍ରସାରଣକୁ ନେଇ ସେଭଳି କୌଣସି ସମ୍ଭାବନା ନାହିଁ:ମନମୋହନ ସାମଲ

ଭୁବନେଶ୍ୱର : ଦିଲ୍ଲୀରୁ ଫେରିଲେ ରାଜ୍ୟ ସଭାପତି ମନମୋହନ ସାମଲ । ତିନି ଦିନିଆ ଦିଲ୍ଲୀ ଗସ୍ତ ସାରି ଭୁବନେଶ୍ୱର ଫେରିଛନ୍ତି ରାଜ୍ୟ ବିଜେପି ସଭାପତି । ଦିଲ୍ଲୀରୁ ଫେରିବା ପରେ ସେ କହିଛନ୍ତି ଯେ, ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ନେଇ ଦିଲ୍ଲୀରେ କୌଣସି ଆଲୋଚନା ହୋଇନାହିଁ । ମନ୍ତ୍ରୀମଣ୍ଡଳ ଚର୍ଚ୍ଚା ଆଲୋଚନା ପାଇଁ ଯାଇନଥିଲୁ। ସାଂଗଠନିକ ବିଷୟରେ ଆଲୋଚନା କରିଛୁ। କିଛି ବାକି ଥିବା କାମ ରହିଛି, ଯାହାକୁ ନେଇ ଆଲୋଚନା କରିଛୁ। ମନ୍ତ୍ରିମଣ୍ଡଳକୁ ନେଇ ସେଭଳି କୌଣସି ସମ୍ଭାବନା ନାହିଁ। କେବଳ ଏକ ସୌଜନ୍ୟମୂଳକ ସାକ୍ଷାତକାର ଥିଲା ବୋଲି କହିଛନ୍ତି ରାଜ୍ୟ ସଭାପତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ରାଷ୍ଟ୍ରପତିଙ୍କ ସହ ସୌଜନ୍ୟମୂଳକ ସାକ୍ଷାତକାର କରିଛୁ । ସାମ୍ବିଧାନିକ ପଦ୍ଧତିରେ ରାଜ୍ୟ ବିଜେପିରେ ନୂଆ କମିଟି ହେବ। ରାଜ୍ୟ ବିଜେପିର କମିଟି ଗଠନ ପରେ ନୂଆ ଭିଜନ୍ ପ୍ରସ୍ତୁତ ହେବ। ସେହି କମିଟିରେ ପୁରୁଣା ଏବଂ ନୂଆଙ୍କୁ ସୁଯୋଗ ଦିଆଯିବ। ରାଜ୍ୟ ବିଜେପିରେ ୨୫ ପ୍ରତିଶତ ନୂଆ ମୁହଁ ଆସିବେ। ଦୁଇ ଦିନ ରାଜ୍ୟ ବିଜେପି କାର୍ୟ୍ୟାଳୟରେ ବୈଠକ ରହିଛି। ପ୍ରଭାରୀଙ୍କ ସହ ନିରନ୍ତର ବୈଠକ ହେବ। ବିଭିନ୍ନ ପ୍ରସଙ୍ଗକୁ ନେଇ ଆଲୋଚନା ହେବ। ସେହିପରି ଖୁବ ଶୀଘ୍ର ନିଗମ ପଦବୀ ଗୁଡିକ ପୂରଣ କରାଯିବ।

  • Garvita Odia

    Related Posts

    ବିଜେଡିରୁ ନିଲମ୍ବିତ ହେଲେ ଅମରେଶ ଜେନା

    ଭୁବନେଶ୍ୱର: କର୍ପୋରେଟର ଅମରେଶ ଜେନାଙ୍କୁ ଦଳରୁ ନିଲମ୍ବନ କଲା ବିଜେଡି। ଗିରଫ ପରେ ଫେରାର କର୍ପୋରେଟର ଅମରେଶ ଜେନା ଦଳରୁ ନିଲମ୍ବିତ ହୋଇଛନ୍ତି। ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦେଶକ୍ରମେ ତାଙ୍କୁ ନିଲମ୍ବିତ କରାଯାଇଥିବା ନେଇ ଦଳ ପକ୍ଷରୁ ସୂଚନା ଦିଆଯାଇଛି।ଯୁବତୀଙ୍କୁ…

    କର୍ପୋରେଟର ଅମରେଶ ଜେନା ଗିରଫ

    ଭୁବନେଶ୍ୱର : ନାବାଳିକା ଗଣଦୁଷ୍କର୍ମ ମାମଲାରେ ବିଜେଡି କର୍ପୋରେଟର ଅମରେଶ ଜେନାଙ୍କୁ ଗିରଫ କରିଛି । ବାଲେଶ୍ୱରରୁ ଗିରଫ କରିଛି କମିଶନରେଟ୍‌ ପୋଲିସ । ଶନିବାର ଅମେରଶ ଜେନାଙ୍କ ୫ ଜଣ ସହଯୋଗୀକୁ ମଧ୍ୟ ଗିରଫ କରିଛି ପୋଲିସ । ଗତ…

    Leave a Reply

    Your email address will not be published. Required fields are marked *

    You Missed

    ୪ର୍ଥ ଟେଷ୍ଟ: ଭାରତ ୨ୟ ପାଳିରେ ୧୭୪/୨

    ୪ର୍ଥ ଟେଷ୍ଟ: ଭାରତ ୨ୟ ପାଳିରେ ୧୭୪/୨

    ଦଳାଚକଟା: ମୃତ୍ୟୁ ସଂଖ୍ୟା ୮କୁ ବୃଦ୍ଧି

    ଦଳାଚକଟା: ମୃତ୍ୟୁ ସଂଖ୍ୟା ୮କୁ ବୃଦ୍ଧି

    ସତର୍କ ସଙ୍କେତ ଟପିଲା ସୁବର୍ଣ୍ଣରେଖା ଜଳସ୍ତର

    ସତର୍କ ସଙ୍କେତ ଟପିଲା ସୁବର୍ଣ୍ଣରେଖା ଜଳସ୍ତର

    ବଲାଙ୍ଗିରରେ ଧାର୍ଯ୍ୟ ହେଲା ନୂଆଁଖାଇ ଲଗ୍ନ

    ବଲାଙ୍ଗିରରେ ଧାର୍ଯ୍ୟ ହେଲା ନୂଆଁଖାଇ ଲଗ୍ନ

    ସ୍ୱାମୀର ମାରଣାସ୍ତ୍ର ଆକ୍ରମଣରେ ସ୍ତ୍ରୀର ମୃତ୍ୟୁ

    ସ୍ୱାମୀର ମାରଣାସ୍ତ୍ର ଆକ୍ରମଣରେ ସ୍ତ୍ରୀର ମୃତ୍ୟୁ

    ବିଜେଡିରୁ ନିଲମ୍ବିତ ହେଲେ ଅମରେଶ ଜେନା

    ବିଜେଡିରୁ ନିଲମ୍ବିତ ହେଲେ ଅମରେଶ ଜେନା