ମହିଳାଙ୍କୁ ଦଳି ଦେଲା ଦନ୍ତା

ଆନନ୍ଦପୁର: ଆଜି ସକାଳୁ ଆନନ୍ଦପୁର ସିନେମା ହଲ ନିକଟରେ ଥିବା ଆମ୍ବ ତୋଟାରେ ଜଣେ ମହିଳାଙ୍କୁ ଦନ୍ତା ଦଳି ମାରି ଦେଇଥିବା ବେଳେ ଦୁଇଟି ସାଇକଲ ଭାଙ୍ଗି ଦେଇଛି l ମୃତ ମହିଳା ଫକୀରପୁରର ମଞ୍ଜୁ ନାଥ (୫୫)। ଆଜି ସକାଳୁ ସକାଳୁ ଆନନ୍ଦପୁର ଅଞ୍ଚଳରେ ହାତୀର ଉପସ୍ଥିତି ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳି ଯାଇଛି ।
ଏହି ଦନ୍ତା ହାତୀଟି ଆଜି ସକାଳେ ପ୍ରଥମେ ଆନନ୍ଦପୁର କଲେଜ ପଛପାଖ ଆମ୍ବତୋଟା ନିକଟରେ ଦେଖିବାକୁ ମିଳିଥିଲା । ଲୋକେହାତୀକୁ ଦେଖିବାପରେ ହୋହଲ୍ଲା କରିବା ଆରମ୍ଭ କରିଥିଲେ। ଅନେକ ଲୋକ ରୁଣ୍ଡ ହେବାରୁ ହାତୀଟି ଆଗକୁ ଆଗେଇ ଚାଲିଥିଲାା ପରେ ପେରେ ବନବିଭାଗ କର୍ମଚାରୀମାନେ ପହଞ୍ଚି ହାତୀକୁ ଜଙ୍ଗଲ ମୁହାଁ କରିବାକୁ ପ୍ରୟାସ ଚଳାଇଥିଲେ । ସେଠାରୁ ବାହାରି ହାତୀ ଶାଳବଣୀ, ଖଡିପାଳ , ବେଲଦା,ବଳଦୁଆଁ , ବାଲିପଶି ଗାଁ ଦେଇ ଏବେ ବାଉଁଶଗଡ ଜଙ୍ଗଲ ନିକଟରେ ରହିଛି । ଏହି ବାଟରେ ଯିବା ସମୟରେ ଅନେକ ଲୋକଙ୍କ ବାଡିରେ ଥିବା ଆମ୍ବ ଖାଇବା ସହ ଗଛକୁ ମଧ୍ୟ ଭାଙ୍ଗି ପକାଇଥିବା କହିଛନ୍ତି ଲୋକେ। ଆନନ୍ଦପୁର ରେଞ୍ଜର ନବ କିଶୋର ନାଏକ ଙ୍କ ନେତୃତ୍ୱ ରେ ଜଙ୍ଗଲ ବିଭାଗ କର୍ମଚାରୀ ମାନେ ହାତୀ କୁ ଜଗି ରହିଛନ୍ତି l

  • Related Posts

    ସୌମ୍ୟ ହତ୍ୟା ମାମଲା:ଏଯାବତ୍ ୩୦ ଜଣଙ୍କୁ ଜେରା

    ଭୁବନେଶ୍ଵର:ବହୁ ଚର୍ଚ୍ଚିତ ବାଲିଅନ୍ତା ସୌମ୍ୟ ହତ୍ୟା ମାମଲାରେ ଆସିଲା ଚାଞ୍ଚଲ୍ୟ ଖବର। ସୌମ୍ୟ ହତ୍ୟା ମାମଲାରେ ଏଯାବତ୍ ୩୦ ଜଣଙ୍କୁ ଜେରା କଲା କ୍ରାଇମବ୍ରାଞ୍ଚ। ଏ ନେଇ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସାଙ୍ଗ, ପରିବାର ସମେତ ୩୦ ଜଣଙ୍କୁ…

    Continue reading
    ଭିଜିଲାନ୍ସ ଜାଲରେ TPCODL କର୍ମଚାରୀ

    ନରସିଂହପୁର:କ୍ଷତିଗ୍ରସ୍ତ ବିଦ୍ୟୁତ୍ ଖୁଣ୍ଟ ବଦଳାଇବା ପାଇଁ ମୋଟ ୨୫,୦୦୦ ଟଙ୍କା ଲାଞ୍ଚ ଦାବିରୁ ୧୫,୦୦୦ ଟଙ୍କା ଲାଞ୍ଚ ନେଉଥିବା ସମୟରେ TPCODL କର୍ମଚାରୀଙ୍କୁ ଓଡ଼ିଶା ଭିଜିଲାନ୍ସ ଗିରଫ କରିଛି। ପୂର୍ବରୁ UPI କାରବାର ମାଧ୍ୟମରେ ୮,୦୦୦ ଟଙ୍କା ନିଆଯାଇଥିଲା । ଆଜି,…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ