ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ କ୍ରେଡିଟ୍ ଲିଙ୍କେଜ୍‌ରେ ରାଇକିଆ ବ୍ଲକକୁ ଜିଲ୍ଲାରେ ଦ୍ୱିତୀୟ ସ୍ଥାନ

ରାଇକିଆ, ୧୫/୦୫ : ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ଆର୍ଥିକ ସଶକ୍ତିକରଣ ଓ ସ୍ୱାବଳମ୍ବନକୁ ଗୁରୁତ୍ୱ ଦେଇ ୨୦୨୫-୨୬ ଆର୍ଥିକ ବର୍ଷରେ ଚାଲିଥିବା ମହିଳା ସ୍ୱଂ ସହାୟକ ଗୋଷ୍ଠୀ କ୍ରେଡିଟ୍ ଲିଙ୍କେଜ୍ କାର୍ଯ୍ୟକ୍ରମରେ ରାଇକିଆ ବ୍ଲକ ଉଲ୍ଲେଖନୀୟ ସଫଳତା ହାସଲ କରିଛି । ଜିଲ୍ଲାସ୍ତରରେ ରାଇକିଆ ବ୍ଲକ ଫିଜିକାଲ ଅlଚିଭମେଣ୍ଟ ରେ ଶତକଡା ୧୦୨ଏବଂ ଫାଇନାନସିଆଲ ଅlଚିଭମେଣ୍ଟ ରେ ଶତକଡା ୧୧୩ ପ୍ରତିଶତ ହାସଲ କରି ଦ୍ୱିତୀୟ ସ୍ଥାନ ଅଧିକାର କରି ସମଗ୍ର ବ୍ଲକ ପାଇଁ ଗୌରବ ଆଣିଛି ।ଏହି ଅବସରରେ ଗତ ୧୨ ମେ ୨୦୨୬ ତାରିଖରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଆୟୋଜିତ ଜିଲ୍ଲା ପରାମର୍ଶଦାତା ସମିତି ଓ ଜିଲ୍ଲା ସ୍ତରୀୟ ସମୀକ୍ଷା ସମିତି ବୈଠକରେ ସଫଳତାର ସହ ଲକ୍ଷ୍ୟ ପୂରଣ କରିଥିବା ବ୍ୟାଙ୍କରମାନେ ଓ ବ୍ଲକ ଟିମ୍‌ମାନଙ୍କୁ ପ୍ରଶଂସାସ୍ୱରୂପ ସନ୍ନମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା ।
ବ୍ଲକର ଏହି ସଫଳତା ପଛରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ସବ୍ୟସାଚୀ ସାହୁ, ଓଡିଶା ଜୀବିକା ମିଶନ ଅଧିକାରୀ ଶ୍ରୀ ଜୟଦେବ ପ୍ରଧାନ, ସମସ୍ତ ସିଆରପି, ବ୍ୟାଙ୍କ କର୍ମଚାରୀ ଓ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କ ନିରନ୍ତର ପ୍ରୟାସ ଓ ସମନ୍ୱୟ ମୂଳ କାରଣ ବୋଲି କୁହାଯାଇଛି । ବିଶେଷକରି ଗ୍ରାମାଞ୍ଚଳର ମହିଳାମାନେ ସ୍ୱାବଳମ୍ବୀ ହେବା ସହ ଛୋଟ ଛୋଟ ଉଦ୍ୟମ ମାଧ୍ୟମରେ ନିଜ ଆର୍ଥିକ ସ୍ଥିତିକୁ ସୁଦୃଢ କରିପାରୁଥିବାରୁ ଏହି ଯୋଜନାର ସଫଳତା ଅଧିକ ବୃଦ୍ଧି ପାଇଛି ।କାର୍ଯ୍ୟକ୍ରମରେ ଉପସ୍ଥିତ ଅଧିକାରୀମାନେ କହିଥିଲେ ଯେ, ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ବ୍ୟାଙ୍କ ସହ ଯୋଡ଼ିବା ମାଧ୍ୟମରେ ସେମାନଙ୍କୁ ସ୍ୱରୋଜଗାର, କୃଷି, ପଶୁପାଳନ, ଛୋଟ ବ୍ୟବସାୟ ଓ ଅନ୍ୟାନ୍ୟ ଆର୍ଥିକ କାର୍ଯ୍ୟରେ ଆଗକୁ ବଢ଼ିବାର ସୁଯୋଗ ମିଳୁଛି । ଏହା ମହିଳାମାନଙ୍କ ଆତ୍ମବିଶ୍ୱାସ ବଢ଼ାଇବା ସହ ପରିବାର ଓ ସମାଜର ଆର୍ଥିକ ଉନ୍ନତିରେ ମଧ୍ୟ ସହାୟକ ହେଉଛି ।
ରାଇକିଆ ବ୍ଲକର ଏହି ସଫଳତା ପରେ ସମସ୍ତ ସିଆରପି ଓ ଗୋଷ୍ଠୀ ସଦସ୍ୟମାନଙ୍କ ମଧ୍ୟରେ ଉତ୍ସାହର ପରିବେଶ ସୃଷ୍ଟି ହୋଇଛି । ଆଗାମୀ ଦିନରେ ଆହୁରି ଭଲ କାର୍ଯ୍ୟଦକ୍ଷତା ପ୍ରଦର୍ଶନ କରି ଜିଲ୍ଲାରେ ପ୍ରଥମ ସ୍ଥାନ ଅଧିକାର କରିବାକୁ ଲକ୍ଷ୍ୟ ରଖାଯାଇଥିବା ବ୍ଲକ ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।
ରିପୋର୍ଟର ଦୁତି କୃଷ୍ଣ ପଣ୍ଡା

  • Related Posts

    ଜନ ଭାଗିଦାରୀ – ସବସେ ଦୂର , ସବସେ ପେହେଲେ ପ୍ରସ୍ତୁତି

    ଦେବଗଡ଼ ଜିଲ୍ଲାପାଳ ଙ୍କ ବିକାଶ ଭବନ ସମ୍ମିଳନୀ କକ୍ଷରେ, ପ୍ରକଳ୍ପ ପ୍ରଶାସିକା ସନ୍ଧ୍ୟା ମାଝି ଙ୍କ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଜନ ଭାଗିଦାରୀ – ସବସେ ଦୂର , ସବସେ ପେହେଲେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି। ଜିଲ୍ଲାପାଳ କବିନ୍ଦ୍ର କୁମାର…

    Continue reading
    ରାଇକିଆ ପଂଚାୟତ ସମିତି କାର୍ଯ୍ୟାଳୟରେ ପ୍ରଶିକ୍ଷଣ କାଳୀନ କାର୍ଯ୍ୟକ୍ରମ

    ରାଇକିଆ, ୧୫/୦୫ : ନୂତନ ଶିକ୍ଷା ନୀତି (ଏନ ଇ ପି ୨୦୨୦) ଅନୁଯାୟୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଉମାକାନ୍ତ ରଥଙ୍କ ମାର୍ଗଦର୍ଶନରେ ଜୀବନ ଜ୍ୟୋତି ମହାବିଦ୍ୟାଳୟର ଅର୍ଥନୀତି ବିଭାଗ ପକ୍ଷରୁ ରାଇକିଆ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଏକ ପ୍ରଶିକ୍ଷଣ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ