ଭାରତୀୟ ତଟରକ୍ଷୀଙ୍କୁ ଏକ ବଡ଼ ସଫଳତା ମିଳିଛି। ଆଣ୍ଡାମାନରୁ ୫ ଟନର ଡ୍ରଗ୍ସ ଜବତ କରିଛନ୍ତି ତଟରକ୍ଷୀ ବାହିନୀ। ଏକ ମାଛଧରା ଡଙ୍ଗାରେ ଚାଲାଣ ବେଳେ ହୋଇଥିଲା ଚଢାଉ। ଆଜି ଆଣ୍ଡାମାନ ଦ୍ୱୀପ ନିକଟରେ ଲାଗିଥିବା ବୋଟ୍ ଓ ଜାହାଜର ତଲାସୀ କରିଥିଲେ ତଟରକ୍ଷୀ ବାହିନୀ। ଏହି ସମୟରେ ଏକ ମାଛଧରା ଡଙ୍ଗାରୁ ଡ୍ରଗ୍ସ ମିଳିଥିଲା। ଏହାପରେ ସମ୍ପୂର୍ଣ୍ଣ ତଦନ୍ତ ହେବା ପରେ ଏଥିରୁ ପାଖାପାଖି ୫ ଟନର ଡ୍ରଗ୍ସ ମିଳିଛି।
ଏନେଇ ଜଣେ ପ୍ରତିରକ୍ଷା ଅଧିକାରୀ ସୂଚନା ଦେଇଛନ୍ତି। ତଟରକ୍ଷୀ ବାହିନୀ ଦ୍ୱାରା ଜବତ ହୋଇଥିବା ଡ୍ରଗ୍ସ ରାକେଟର ଏହା ସବୁଠାରୁ ବଡ଼ ମାମଲା, ପୂର୍ବରୁ ତଟରକ୍ଷୀ ବାହିନୀଙ୍କ ପକ୍ଷରୁ ଏତେ ପରିମାଣର ଡ୍ରଗ୍ସ ଜବତ କରାଯାଇ ନ ଥିଲା ବୋଲି ଅଧିକାରୀ ଜଣକ କହିଛନ୍ତି।
‘ସତ୍ୟାଗ୍ରହ’ ଆରମ୍ଭ କଲେ ରାହୁଲ
ନୂଆଦିଲ୍ଲୀ: କଂଗ୍ରେସ ନେତା ତଥା ଲୋକ ସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ସାରା ଦେଶର ବିକ୍ଷୋଭ ଏବଂ ଜନସାଧାରଣଙ୍କ ଅଭିଯୋଗଗୁଡ଼ିକୁ ଏକାଠି କରିବା ପାଇଁ ‘ସତ୍ୟାଗ୍ରହ’ ନାମକ ଏକ ଡିଜିଟାଲ ପ୍ଲାଟ୍ଫର୍ମ ଶୁଭାରମ୍ଭ କରିଛନ୍ତି। ‘X’ରେ ଏକ ପୋଷ୍ଟ…







