ମାଲକାନଗିରିରେ ଖୁବଶୀଘ୍ର ରେଳ ଲାଇନ ନିର୍ମାଣ: ମୁଖ୍ୟମନ୍ତ୍ରୀ

ମାଲକାନଗିରି: ଜିଲ୍ଲାରେ ଗଡିବ ଟ୍ରେନ । ଟ୍ରେନ ସେବା ପାଇବେ ମାଲକାନଗିରିବାସୀ । ଏଥିଲାଗି ଖୁବଶୀଘ୍ର ରେଳ ଲାଇନ ନିର୍ମାଣ କାର୍ୟ୍ୟ ଆରମ୍ଭ ହେବା ନେଇ ଦୁଇ ଦିନିଆ ମାଲକାନଗିରି ଗସ୍ତରେ ଆସି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମାଲ୍ୟବନ୍ତ ମହୋତ୍ସବ ଓ ଜିଲ୍ଲା କୃଷି ମେଳା ଉଦଘାନ କରିବା ସହ ଜିଲ୍ଲାର ଉନ୍ନୟନ ନିମନ୍ତେ ୨୪୫.୭୭ କୋଟି ଟଙ୍କା ବ୍ୟୟ ଅଟକଳରେ ୮୮ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ମୁଖ୍ୟମନ୍ତ୍ରୀ ।
ଶୁକ୍ରବାର ଠାରୁ ୨ ଦିନିଆ ମାଲକାନଗିରି ଗସ୍ତରେ ଯାଇ ମାଲ୍ୟବନ୍ତ ମହୋତ୍ସବରେ ସାମିଲ ହୋଇଥିଲେ ମୁଖ୍ୟମନ୍ତ୍ରୀ । ଜିଲ୍ଲାରେ ଆଦିବାସୀ କଳା ସଂସ୍କୃତିକୁ ବଞ୍ଚାଇ ରଖିବାର ପ୍ରୟାସରେ, ଦେଶ ବିଦେଶରେ ପ୍ରଚାର କରିବା ସହ ରାଜ୍ୟ ଓ ଦେଶ ବାହରର କଳାକାରଙ୍କ କଳାଚାତୁରୀକୁ ଜାଣିବା ପାଇଁ ଜିଲ୍ଲାପ୍ରଶାସନ ଓ ସଂସ୍କୃତି ବିଭାଗ ପକ୍ଷରୁ ଏହି ମହୋତ୍ସବର ଆୟୋଜନ କରାଯାଇଛି। ସନ୍ଧ୍ୟାରେ ମାଦଳ ବାଜିବା ସହ ଡିଏନକେ ମୈଦାନ ମାଲ୍ୟବନ୍ତ ମଣ୍ଡପରେ ଜିଲ୍ଲା ସଂସ୍କୃତି ପରିଷଦ ସଭାପତି ତଥା ଜିଲ୍ଲାପାଳ ଆଶିଷ ଇଶ୍ୱର ପାଟିଲଙ୍କ ଅଧ୍ୟକ୍ଷତାରେ ପ୍ରଥମ ଦିବସର ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇ କାର୍ୟ୍ୟକ୍ରମକୁ ଉଦଘାଟନ କରିଥିଲେ ।କାର୍ୟ୍ୟକ୍ରମ ଯୋଗ ଦେବା ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ” ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲା କେଉଁ ଗୁଣରେ କମ ନୁହେଁ, ଏଠାକାର ଐତିହ୍ୟ, ପରମ୍ପରା, କଳସଂସ୍କୃତି, ଜୀବନଧାରାର ନିଚ୍ଛକ ପ୍ରତିଛବି ହେଉଛି ମାଲ୍ୟବନ୍ତ ମହୋତ୍ସବ। ଏହି ଉତ୍ସବ ମାଧ୍ୟମରେ ଆଦିବାସୀ କଳା ସଂସ୍କୃତି ବିଶ୍ଵ ଦରବାରରେ ପରିଚିତ ହେବ। ଏ ମାଟି ହେଉଛି ବୀର ସହିଦ ଲକ୍ଷ୍ମଣ ନାୟକଙ୍କର ମାଟି, ମାଲକାନଗିରି ମାଟି ପବିତ୍ର ମାଟି, ଏଠାରେ ପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କ ପାଦ ପଡ଼ିଥିଲା। ଏହି ମହାନ ମାଟିର ସେବା କରିବା ଆମର କର୍ତ୍ତବ୍ୟ ରହିଛି। ଜିଲ୍ଲାର ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ସହ ଅନ୍ୟାନ୍ୟ ଉନ୍ନୟନ କାର୍ୟ୍ୟକୁ ଗୁରୁତ୍ୱ ଦିଆଯିବ। ରାଜ୍ୟ ସରକାର ସ୍ୱତନ୍ତ୍ର ଭାବେ ମାଲକାନଗିରି ଜିଲ୍ଲାର ବିକାଶ ପ୍ରତି ଗୁରୁତ୍ୱ ଦେଉଛନ୍ତି । ଜିଲ୍ଲାର ଆଗକୁ ବିକାଶ ହେବ । ସାମାଜିକ ଓ ଆର୍ଥିକ କ୍ଷେତ୍ରରେ ଯୋଡିବା ପାଇଁ ସ୍ବତନ୍ତ୍ର ଧ୍ୟାନ ଦେବା ଆରମ୍ବ ହୋଇଛି । ଏଠାରେ ରାସ୍ତା, ରେଳ ଓ ଲୋକଙ୍କ ସାଧାରଣ ସମସ୍ୟା ଉପରେ ସରକାର ଫୋକସ କରୁଛନ୍ତି । ଆଗକୁ ଏହି ଜିଲ୍ଲା ପ୍ରଥମ ଧାଡିରେ ରହିବ । ”

  • Related Posts

    ଲୋକଙ୍କୁ ବାନ୍ଧିଲେ, ୬ ଲକ୍ଷ ଟଙ୍କାର ସୁନା ଗହଣା ଲୁଟିନେଲେ

    ସୋର: ରାତିରେ ଘରେ ପଶି ଲୋକଙ୍କୁ ବାନ୍ଧିଲେ, ଘରୁ ନେଇଗଲେ ସୁନା ଗହଣା । ବାଲେଶ୍ୱର ଜିଲ୍ଲା ସୋର ଥାନା ସବିରା ଗାଁର ଜଣେ ବ୍ୟକ୍ତିଙ୍କ ଘରୁ ଲୁଟ୍ ଅଭିଯୋଗ ହୋଇଛି । ଗାଁର କୈଳାଶ ମହାନ୍ତି ତାଙ୍କର ପରିବାରର ଅନ୍ୟ…

    Continue reading
    ପୁଣି ବାତ୍ୟା ଭୟ

    ପୁଣି ବାତ୍ୟା ଭୟ। ଭାରତୀୟ ପାଣିପାଗ ବିଜ୍ଞାନ ସଂସ୍ଥା ଏ ନେଇ ପୂର୍ବାନୁମାନ କରିନଥିଲେ ମଧ୍ୟ ଆମେରିକୀୟ ଏବଂ ୟୁରୋପିୟ ମଡେଲ୍ ବାତ୍ୟା ନେଇ ଆକଳନ କରୁଛନ୍ତି। ଆକଳନ ଅନୁଯାୟୀ ପାଖାପାଖି ୧୨ ଅକ୍ଟୋବର ବେଳକୁ ଉତ୍ତର ଆଣ୍ଡାମାନ ସାଗରରେ ଏକ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ